Onion Price: ଅଧା ମୂଲ୍ୟରେ ବିକ୍ରି ହେଉଛି ପିଆଜ; କିପରି ପ୍ରଭାବଶାଳୀ ହେଲା ସରକାରଙ୍କ ପଦକ୍ଷେପ
Advertisement
Article Detail0/zeeodisha/odisha2020368

Onion Price: ଅଧା ମୂଲ୍ୟରେ ବିକ୍ରି ହେଉଛି ପିଆଜ; କିପରି ପ୍ରଭାବଶାଳୀ ହେଲା ସରକାରଙ୍କ ପଦକ୍ଷେପ

Onion Price News: ରପ୍ତାନୀ ଉପରେ ଜାରି ହୋଇଥିବା ପ୍ରତିବନ୍ଧକ ହଟାଇବାକୁ ବିରୋଧ କରୁଥିବା ପିଆଜ ଚାଷୀ ଆଶା କରୁଛନ୍ତି ଯେ ସରକାର ତାଙ୍କ ନିଷ୍ପତ୍ତି ଉପରେ ପୁନର୍ବିଚାର କରିପାରନ୍ତି। 

 Onion Price: ଅଧା ମୂଲ୍ୟରେ ବିକ୍ରି ହେଉଛି ପିଆଜ; କିପରି ପ୍ରଭାବଶାଳୀ ହେଲା ସରକାରଙ୍କ ପଦକ୍ଷେପ

Onion Export Ban in India: ବଜାରରେ ପିଆଜ ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପର ପ୍ରଭାବ ଏବେ ଦୃଶ୍ୟମାନ ହେବାରେ ଲାଗିଛି। ଯଦି ଆପଣ ମଧ୍ୟ ମହଙ୍ଗା ପିଆଜ କିଣିବାକୁ ନେଇ ଚିନ୍ତିତ ଅଛନ୍ତି ତାହେଲେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପର ପ୍ରଭାବ ଘରୋଇ ବଜାରରେ ଦୃଶ୍ୟମାନ ହେଉଛି। ହଁ ସେଥିପାଇଁ ପିଆଜର ମୂଲ୍ୟ ଅଧାରୁ ଅଧିକ ହ୍ରାସ ପାଇଛି। ପିଆଜ ମୂଲ୍ୟରେ ହୋଇଥିବା ହ୍ରାସ ହୋଲସେଲ ବଜାରରେ ଦୃଶ୍ୟମାନ ହେଉଛି। ଖୁବ୍ ଶୀଘ୍ର ଏହାର ପ୍ରଭାବ ଖୁଚୁରା ବଜାରରେ ମଧ୍ୟ ଦୃଶ୍ୟମାନ ହେବ। ଡିସେମ୍ବର ୭ ତାରିଖରେ ସରକାର ପିଆଜ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଯାହା ପରେ ପିଆଜ ମୂଲ୍ୟ ହ୍ରାସ ପାଇଛି।

କିଲୋଗ୍ରାମ ପିଛା ୨୦-୨୧ ଟଙ୍କାରେ ପହଞ୍ଚିଲା ପିଆଜ ମୂଲ୍ୟ
ବ୍ୟବସାୟୀ କହିଛନ୍ତି ଯେ ଆସନ୍ତା ସପ୍ତାହରେ ପିଆଜ ମୂଲ୍ୟ ଆହୁରି ହ୍ରାସ ପାଇବାର ସମ୍ଭାବନା ରହିଛି। ଏହା ପରେ ମଣ୍ଡିରେ ଖରିଫ ପିଆଜ ଆଗମନ ବୃଦ୍ଧି ପାଇଛି। ଜାତୀୟ ଗଣମାଧ୍ୟମ "ଇକୋନୋମିକ୍ ଟାଇମ୍ସ" ପକ୍ଷରୁ ପ୍ରକାଶିତ ଖବର ଅନୁଯାୟୀ କୃଷି ଉତ୍ପାଦନ ବଜାର କମିଟି (Agricultural Produce Market Committee) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଲାସଲଗାଓଁ ଏପିଏମସି ଠାରେ ପିଆଜର ହାରାହାରି ହୋଲସେଲ ମୂଲ୍ୟ କିଲୋଗ୍ରାମ ପିଛା ୨୦-୨୧ ଟଙ୍କାରେ ପହଞ୍ଚିଛି। ରପ୍ତାନୀ ଉପରେ ନିଷେଧାଦେଶ ଜାରି ହେବା ପୂର୍ବରୁ ପିଆଜ ଦର କିଲୋଗ୍ରାମ ପିଛା ୩୯-୪୦ ଟଙ୍କା ରହିଥିଲା। 

Also Read: Onion Price: ଅଧା ମୂଲ୍ୟରେ ବିକ୍ରି ହେଉଛି ପିଆଜ; କିପରି ପ୍ରଭାବଶାଳୀ ହେଲା ସରକାରଙ୍କ ପଦକ୍ଷେପ

ଲାଲ ପିଆଜ ଆସିବା ହେତୁ ମୂଲ୍ୟ ଉପରେ ବୃଦ୍ଧି ପାଇଲା ଚାପ 
ସୂତ୍ରରୁ ପ୍ରକାଶ ଯେ ରପ୍ତାନୀ ଉପରେ ଜାରି ହୋଇଥିବା ପ୍ରତିବନ୍ଧକ ହଟାଇବାକୁ ବିରୋଧ କରୁଥିବା ପିଆଜ ଚାଷୀ ଆଶା କରୁଛନ୍ତି ଯେ  ସରକାର ନିଜେ ନେଇଥିବା ନିଷ୍ପତ୍ତି ଉପରେ ପୁନର୍ବିଚାର କରିପାରନ୍ତି। ପିଆଜ ରପ୍ତାନିକାରୀ କହିଛନ୍ତି ଯେ ପିଆଜ ଚାଷୀ ଧିରେ ଧିରେ ସେମାନଙ୍କ ଫସଲକୁ ବଜାର ଆଣୁଛନ୍ତି। ସେମାନେ ଆଶା କରିଛନ୍ତି ଯେ ପିଆଜ ରପ୍ତାନୀ ଉପରେ ଲାଗିଥିବା ପ୍ରତିବନ୍ଧକକୁ କେନ୍ଦ୍ର ସରକାର ହଟାଇ ପାରିବେ। ବ୍ୟବସାୟୀଙ୍କ କହିବା ଅନୁସାରେ ବଜାରରେ ଖରିଫ ପିଆଜ (ଲାଲ୍ ପିଆଜ) ଆଗମନ ବୃଦ୍ଧି ପାଇଛି। ଲାଲ ପିଆଜ ଆଗମନ ସହିତ ମୂଲ୍ୟ ଉପରେ ଚାପ ବୃଦ୍ଧି ପାଇଛି। ପିଆଜ ବ୍ୟବସାୟୀ କହିଛନ୍ତି ଯେ ସମଗ୍ର ଦେଶରେ ପିଆଜ ପାଇଁ ଭଲ ଚାହିଦା ରହିଛି। ଯାହା ଆଗାମୀ ଦିନରେ ମୂଲ୍ୟ ସ୍ଥିର ରଖିବାରେ ସହାୟକ ହେବ।

Also Read: Onion Price Hike: ଦିୱାଲି ପୂର୍ବରୁ କାହିଁକି କନ୍ଦାଉଛି ପିଆଜ? ଜାଣନ୍ତୁ କାରଣ

ଗ୍ରାହକ ଖୁସି ହେଲେ କୃଷକ ଚିନ୍ତିତ
ସରକାର ପିଆଜ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଦାମୀ ପିଆଜ କିଣିଥିବା ଗ୍ରାହକ ଖୁସି ରହିଥିବାର ମନେ ହେଉଛନ୍ତି। ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ପରେ ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିଛି। ହେଲେ ପିଆଜ ଚାଷୀ ଚିନ୍ତିତ ଅଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପିଆଜ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୦୦୦ ଟଙ୍କାକୁ ଖସି ଆସିଛି। ମୂଲ୍ୟ ହ୍ରାସ ହେତୁ ପିଆଜ ଉତ୍ପାଦନ ମୂଲ୍ୟ ମଧ୍ୟ ବାହାରି ପାରୁନାହିଁ ବୋଲି ଦାବି କରାଯାଉଛି। ମୂଲ୍ୟ ହ୍ରାସ ପାଇବାକୁ ନେଇ ପିଆଜ ଚାଷୀ ଚିନ୍ତିତ ଅଛନ୍ତି। ସେମାନେ ଆଶା କରୁଛନ୍ତି ଯେ ସରକାର ନିଜ ନିଷ୍ପତ୍ତି ପ୍ରତ୍ୟାହାର କରି ପିଆଜ ରପ୍ତାନୀ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇବେ।