Onion Price Hike: ଦିୱାଲି ପୂର୍ବରୁ କାହିଁକି କନ୍ଦାଉଛି ପିଆଜ? ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha1934058

Onion Price Hike: ଦିୱାଲି ପୂର୍ବରୁ କାହିଁକି କନ୍ଦାଉଛି ପିଆଜ? ଜାଣନ୍ତୁ କାରଣ

Onion Price Hike Reason: ପର୍ବପର୍ବାଣୀ ସମୟରେ ପିଆଜ ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କ ଘରର ବଜେଟ ବିଗାଡ଼ିସ ଦେଇଛି।

Onion Price Hike: ଦିୱାଲି ପୂର୍ବରୁ କାହିଁକି କନ୍ଦାଉଛି ପିଆଜ? ଜାଣନ୍ତୁ କାରଣ

Onion Price Increase Reason: ଟମାଟୋ ପରେ ପିଆଜ ଦର ଦେଶରେ ଲୋକଙ୍କୁ ଅସୁବିଧାରେ ପକାଇବା ଆରମ୍ଭ କରିଛି। ବିଗତ ଏକ ସପ୍ତାହ ମଧ୍ୟରେ ଦେଶର ବିଭିନ୍ନ ସହରରେ ପିଆଜ ମୂଲ୍ୟ ୫୦ ପ୍ରତିଶତରୁ ୬୦% ବୃଦ୍ଧି ପାଇଛି। କିଛି ଦିନ ପୂର୍ବରୁ କିଲୋଗ୍ରାମ ପିଛା ୩୦ ଟଙ୍କାରୁ ୪୦ ଟଙ୍କାରେ ବିକ୍ରି ହେଉଥିବା ପିଆଜ ବର୍ତ୍ତମାନ ୮୦ ଟଙ୍କାରୁ ୧୦୦ ଟଙ୍କାରେ ଉପଲବ୍ଧ ହେଉଛି। ହେଲେ ହଠାତ ପିଆଜ ମୂଲ୍ୟ ବୃଦ୍ଧି ହେବା ପଛରେ କେଉଁ କାରଣ ରହିଛି ସେ ବିଷୟରେ ଜାଣନ୍ତୁ। ଆପଣଙ୍କୁ କହିରଖୁଛୁ ଯେ ଦିଲ୍ଲୀ, ଭୋପାଳ, କୋଲକାତା, ଜୟପୁର, ବେଙ୍ଗାଲୁରୁ, ଆଗ୍ରା, ମୁମ୍ବାଇ ସମେତ ଦେଶର ଅନେକ ସହରରେ ପିଆଜ ମୂଲ୍ୟ ଆକାଶ ଚୁଆଁ ହୋଇଛି। କିଛି ଦିନ ପୂର୍ବରୁ ପିଆଜ କିଲୋଗ୍ରାମ ପିଛା ୨୦ ଟଙ୍କାରୁ ୩୦ ଟଙ୍କାରେ ଉପଲବ୍ଧ ହେଉଥିଲା। ସେହିଭଳି ପିଆଜ ମୂଲ୍ୟ ବର୍ତ୍ତମାନ ୮୦ ଟଙ୍କା ଅତିକ୍ରମ କରିଛି। ପନିପରିବା ବଜାରରୁ ଲୋକଙ୍କ ଘରେ ପହଞ୍ଚିବା ପୂର୍ବରୁ ପିଆଜ ମୂଲ୍ୟ କାହିଁକି ମହଙ୍ଗା ହୋଇଯାଉଛି?

ଆକାଶଛୁଆଁ ହୋଇଛି ପିଆଜ ମୂଲ୍ୟ
ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ନିକଟସ୍ଥ ଗାଜିପୁର ପରିବା ବଜାରରେ ପିଆଜ ଦର (Onion Price) ଆକାଶଛୁଆଁ ହୋଇଛି। ପିଆଜ ମୂଲ୍ୟ ବୃଦ୍ଧି (Onion Price) ପାଇବାକୁ ନେଇ ପ୍ରତିକ୍ରିୟା ରଖି ଲୋକେ କହିଛନ୍ତି ଯେ ପିଆଜ ମୂଲ୍ୟ ବୃଦ୍ଧି ପାଇବା କାରଣରୁ ଲୋକଙ୍କ ଘରୋଇ ବଜେଟ୍ ବିଗଡ଼ି ଯାଇଛି। ଏଭଳି ପରିସ୍ଥିତି ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିବ। ସେହିପରି କାନପୁର ଠାରେ ମଧ୍ୟ ପିଆଜ ମୂଲ୍ୟ ବୃଦ୍ଧି ଲୋକଙ୍କ ଚିନ୍ତା ବଢାଇ ଦେଇଛି। ଏନେଇ ସେମାନେ କହିଛନ୍ତି ଯେ ପ୍ରଥମେ ଟମାଟୋ ମୂଲ୍ୟ ବୃଦ୍ଧି ସେମାନଙ୍କ ଘରର ବଜେଟ ନଷ୍ଟ କରି ଦେଇଥିଲା। ଆଉ ଏବେ ପିଆଜ ମୂଲ୍ୟ ବୃଦ୍ଧି ସେମାନଙ୍କୁ କନ୍ଦାଇବାରେ ଲାଗିଛି। ସମାନ ସ୍ଥିତି ଆଗ୍ରା ଠାରେ ଦେଖିବାକୁ ମିଳିଛି।

କେତେ ବୃଦ୍ଧି ପାଇବ ପିଆଜ ମୂଲ୍ୟ? 
ପାର୍ବଣ ସମୟରେ କାହିଁକି ବୃଦ୍ଧି ପାଉଛି ପିଆଜ ମୂଲ୍ୟ? ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ଠାରେ ମଧ୍ୟ ପିଆଜ ଦର ବୃଦ୍ଧି ଲୋକଙ୍କ ଚିନ୍ତା ବଢାଇ ଦେଇଛି। ସେମାନଙ୍କ କହିବା କଥା ଯେ କାହିଁକି ପିଆଜ ଦର ବାରମ୍ବାର କାହିଁକି ବୃଦ୍ଧି ପାଉଛି? ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାର କିଛି ପଦକ୍ଷେପ ନେବା ଆବଶ୍ୟକ। ଆଜ୍ଞା ହଁ, ପିଆଜ ମୂଲ୍ୟ ବୃଦ୍ଧି ହେତୁ ସାଧାରଣ ଲୋକଙ୍କ ଘରର ବଜେଟ ବିଗିଡ଼ି ଯାଇଛି। ପିଆଜ ମୂଲ୍ୟ ନିୟନ୍ତ୍ରଣ ପାଇଁ ସରକାର କିଛି ପଦକ୍ଷେପ ନେଇପାରନ୍ତି ବୋଲି ଆଶା କରାଯାଉଛି। ହେଲେ ବର୍ତ୍ତମାନ ପିଆଜ ମୂଲ୍ୟ ବୃଦ୍ଧି ଲୋକଙ୍କୁ କନ୍ଦାଉଛି।

କାହିଁକି ବୃଦ୍ଧି ପାଇଲା ପିଆଜ ମୂଲ୍ୟ?
ଦେଶରେ ପିଆଜ ଚାଷ କରାଯାଉଥିବା କ୍ଷେତ୍ର ୨ ଲକ୍ଷ ହେକ୍ଟର ହ୍ରାସ ପାଇଛି। ଏହି କାରଣରୁ ପିଆଜ ଉତ୍ପାଦନ ୧୪ ଲକ୍ଷ ୮୨ ହଜାର ୦୦୦ ମେଟ୍ରିକ୍ ଟନ୍ ହ୍ରାସ ପାଇଛି। ଗତ ୨୦୨୨-୨୩ ବର୍ଷରେ ୧୭ ଲକ୍ଷ ୪୧ ହଜାର ୦୦୦ ହେକ୍ଟର ଜମିରେ ପିଆଜ ଚାଷ କରାଯାଇଥିବା ବେଳେ ୨୦୨୧-୨୨ ବର୍ଷରେ ଏହାର ପରିମାଣ  ୧୯ ଲକ୍ଷ ୪୧ ହଜାର ୦୦୦ ହେକ୍ଟର ରହିଥିଲା। ଗତ ଏକ ବର୍ଷ ମଧ୍ୟରେ ପିଆଜ ଚାଷ କରୁଥିବା କ୍ଷେତ୍ର ୧୦ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ସେହିଭଳି ୨୦୨୨-୨୩ ବର୍ଷରେ ୩ କୋଟି ୨ ଲକ୍ଷ ୫ ହଜାର ମେଟ୍ରିକ୍ ଟନ୍ ପିଆଜ ଉତ୍ପାଦିତ ହୋଇଛି। ସେହିପରି ୨୦୨୧-୨୨ ବର୍ଷରେ ୩ କୋଟି ୧୬ ଲକ୍ଷ ୮୭ ହଜାର ମେଟ୍ରିକ୍ ଟନ୍ ପିଆଜ ଉତ୍ପାଦିତ ହୋଇଥିଲା। ଯାହାର ଅର୍ଥ ହେଉଛି କେବଳ ଗୋଟିଏ ବର୍ଷରେ ପିଆଜ ଉତ୍ପାଦନ ପ୍ରାୟ ୫ ପ୍ରତିଶତ ହ୍ରାସ ପାଇଛି। ପିଆଜ ମୂଲ୍ୟ ବୃଦ୍ଧି ହେବା ପଛରେ ରହିଥିବା ଅନ୍ୟ କାରଣ ହେଉଛି ମହାରାଷ୍ଟ୍ରରେ ଖରିଫ ଋତୁ ପିଆଜ ଚାଷ ପ୍ରାୟ ଏକ ମାସ ବିଳମ୍ବ ହୋଇଥାଏ। ମୌସୁମୀ ବର୍ଷାରେ ବିଳମ୍ବ ହେତୁ ଖରିଫ ଋତୁରେ ଚାଷ ହୋଇଥିବା ପିଆଜ ବର୍ତ୍ତମାନ ପର୍ଯ୍ୟନ୍ତ ବଜାରରେ ପହଞ୍ଚି ନାହିଁ। ଏହି କାରଣରୁ ବଜାରରେ ପିଆଜ ମୂଲ୍ୟ ବୃଦ୍ଧି ପାଇଛି।