Pakistan Train Accident: ଭୟାନକ ଟ୍ରେନ୍ ଦୁର୍ଘଟଣାରେ ୧୦ ବଗି ଲାଇନଚ୍ୟୁତ; ୧୫ ମୃତ ୫୦ ଆହତ
Advertisement
Article Detail0/zeeodisha/odisha1812756

Pakistan Train Accident: ଭୟାନକ ଟ୍ରେନ୍ ଦୁର୍ଘଟଣାରେ ୧୦ ବଗି ଲାଇନଚ୍ୟୁତ; ୧୫ ମୃତ ୫୦ ଆହତ

Pakistan Train Accident Tpday: ରହିବାର ପାକିସ୍ତାନ ସରହରୀ ରେଳ ଷ୍ଟେସନ ନିକଟରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ୧୫ ଜଣ ଲୋକଙ୍କ ମୃତ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି।

Pakistan Train Accident: ଭୟାନକ ଟ୍ରେନ୍ ଦୁର୍ଘଟଣାରେ ୧୦ ବଗି ଲାଇନଚ୍ୟୁତ; ୧୫ ମୃତ ୫୦ ଆହତ

Train Accident Pakistan: ଅଗଷ୍ଟ ୬ ତାରିଖ ରବିବାର ପାକିସ୍ତାନର ଶହଜାଦପୁର-ନବାବଶାହ ମଧ୍ୟରେ ଘଟିଯାଇଛି ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ଏହି ଟ୍ରେନ୍ ଦୁର୍ଘଟଣାରେ ହାଜାରା ଏକ୍ସପ୍ରେସ ର ପ୍ରାୟ ୧୦ ବଗି ଲାଇନଚ୍ୟୁତ ହୋଇଥିବାର ଜଣାପଡ଼ିଛି। ଏହି ଦୁର୍ଘଟଣାରେ ମୋଟ ୧୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ, ୫୦ ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଟ୍ରେନ୍ କରାଚି ଠାରୁ ପଞ୍ଜାବ ଅଭିମୁଖେ ଯାତ୍ରା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ପାକିସ୍ତାନ ରେଡିଓ ରିପୋର୍ଟ ଅନୁଯାୟୀ, ହାଜାରା ଏକ୍ସପ୍ରେସ (Hazara Express) ନବାବଶାହ (Nawabshah Area Pakistan) ସ୍ଥିତ ସରହରୀ ରେଳ ଷ୍ଟେସନ ନିକଟରେ (Sarhari Railway Station) ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁ କାରଣରୁ ୧୦ ବଗି ଲାଇନଚ୍ୟୁତ (Train Derailment at Nawabshah) ହୋଇଯାଇଥିଲା। ଏହି ଘଟଣାରେ ୧୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି। ହେଲେ ରିପୋର୍ଟ ଅନୁଯାୟୀ, ମୃତାହତଙ୍କ (Pakistan Train Accident Casualty) ସଂଖ୍ୟା ଆହୁରି ବଢିପାରେ। 

ଅସ୍ପଷ୍ଟ ରହିଛି ଦୁର୍ଘଟଣାର କାରଣ
ଖବର ଅନୁଯାୟୀ ହାଜାରା ଏକ୍ସପ୍ରେସ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଚିକିତ୍ସା ପାଇଁ ନବାବଶାହ ପିପୁଲ୍ସ ମେଡିକାଲ (Nawabshah People Medical) ଠାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ କହିଛନ୍ତି ଯେ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହେବା ପଛରେ ରହିଥିବା କାରଣ ସମ୍ପର୍କରେ ଏ ପର୍ଯ୍ୟନ୍ତ କିଛି ଜଣା ପଡିନାହିଁ। ଡନ୍ ନ୍ୟୁଜ୍ ଟିଭି ରିପୋର୍ଟ ଅନୁଯାୟୀ ଟ୍ରେନ୍ କରାଚି ଠାରୁ ରାୱଲପିଣ୍ଡି (Karachi to Rawalpindi Train Accident Today) ଅଭିମୁଖେ ଯାତ୍ରା କରୁଥିଲା।

ଜାରି ରହିଛି ଉଦ୍ଧାର ଅଭିଯାାନ ଏବଂ ରିଲିଫ କାର୍ଯ୍ୟ 
ଲାହୋର ଠାରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ପାକିସ୍ତାନ ରେଳମନ୍ତ୍ରୀ (Pakistan Railway Minister) ଖ୍ୱାଜା ସାଦ ରଫିକ୍ (Khawaja Saad Rafique) କହିଛନ୍ତି ଯେ ଘଟଣାସ୍ଥଳରେ ଉଦ୍ଧାର ଅଭିଯାାନ ଏବଂ ରିଲିଫ କାର୍ଯ୍ୟ ଚାଲିଛି। ମନ୍ତ୍ରୀ ଆହୁରି କହିଛନ୍ତି ଯେ ରିପୋର୍ଟ ଦର୍ଶାଉଛି ଯେ ଏହି ଟ୍ରେନ ଦୁର୍ଘଟଣାରେ ୧୫ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଅନେକ ଲୋକ ଆହତ ହୋଇଥିବାର କୁହାଯାଉଛି। ଏହି ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ। ବର୍ତ୍ତମାନ ପ୍ରଭାବିତ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ରାଥମିକତା ଦିଆଯାଇଛି। ଏହା ପରେ ଏହି ଟ୍ରେନ ଦୁର୍ଘଟଣାର ତଦନ୍ତ କରାଯିବ।

ଏହି ସମୟରେ ସିନ୍ଧ ପ୍ରଦେଶ ମୁଖ୍ୟମନ୍ତ୍ରୀ (Sindh Pradesh Chief Minister) ମୁରାଦ ଅଲି ଶାହ (Murad Ali Shah) ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ଏହା ସହିତ ସେ ଆହତଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇବା ପାଇଁ ନବାବଶାହ ଡେପୁଟି କମିଶନର (Nawabshah Deputy Commissioner) ଉଦ୍ଦେଶ୍ୟରେ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିକଟ ଅତୀତରେ ପାକିସ୍ତାନରେ ରେଳ ଦୁର୍ଘଟଣା ଘଟିଛି। ବିଗତ ଦଶନ୍ଧି ମଧ୍ୟରେ ପାକିସ୍ତାନରେ ଅନେକ ବଡ଼ ଧରଣର ରେଳ ଦୁର୍ଘଟଣା ଘଟିସାରିଛି।