UP CM Yogi Adityanath: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମନ୍ତବ୍ୟକୁ କମ୍ପି ଉଠିଲା ପାକିସ୍ତାନ, ଜାଣନ୍ତୁ ପୁରା ଘଟଣାକ୍ରମ
Advertisement
Article Detail0/zeeodisha/odisha1909430

UP CM Yogi Adityanath: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମନ୍ତବ୍ୟକୁ କମ୍ପି ଉଠିଲା ପାକିସ୍ତାନ, ଜାଣନ୍ତୁ ପୁରା ଘଟଣାକ୍ରମ

Pakistan Reaction on UP CM Statement: ସିନ୍ଧି କାଉନସିଲ୍ ଅଫ୍ ଇଣ୍ଡିଆ (ୟୁଥ୍ ୱିଙ୍ଗ୍) ଦ୍ୱାରା ଆୟୋଜିତ ଦୁଇ ଦିନିଆ ଜାତୀୟ ସିନ୍ଧି ସମ୍ମିଳନୀକୁ ସମ୍ବୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ମାତ୍ର ଏହି କାର୍ଯ୍ୟାକ୍ରମକୁ ସମ୍ବୋଧିତ କରିବା ବେଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ନେଇ କମ୍ପି ଉଠିଛି ପାକିସ୍ତାନ।

UP CM Yogi Adityanath: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମନ୍ତବ୍ୟକୁ କମ୍ପି ଉଠିଲା ପାକିସ୍ତାନ, ଜାଣନ୍ତୁ ପୁରା ଘଟଣାକ୍ରମ

UP CM Yogi Adityanaths Statement on Sindh: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତବ୍ୟକୁ କମ୍ପି ଉଠିଛି ପାକିସ୍ତାନ। ନିକଟରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ପାକିସ୍ତାନ ସିନ୍ଧ ପ୍ରଦେଶକୁ ଭାରତ ବର୍ଷରେ ସାମିଲ କରିବା ନେଇ ମନ୍ତବ୍ୟ ଦେଇଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ। ଏହି ବୟାନ ସାମ୍ନାକୁ ଆସିବା ପରେ ପାକିସ୍ତାନ ଏବେ ଚିତ୍କାର ଛାଡିବାରେ ଲାଗିଛି। ଏପରିକି ବିଚଳିତ ହୋଇଯାଇ ଏକ ସ୍ପଷ୍ଟୀକରଣ ଜାରି କରିବାକୁ ପଛେଇ ନାହିଁ ପାକିସ୍ତାନ। ଏହି ପ୍ରସଙ୍ଗରେ ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତବ୍ୟକୁ ଅତ୍ୟନ୍ତ ଦାୟିତ୍ୱହୀନ ଏବଂ ଏକ ଗମ୍ଭୀର ଚିନ୍ତାର ବିଷୟ ବୋଲି କହିଛି। ପାକିସ୍ତାନ କହିଛି ଯେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି ମନ୍ତବ୍ୟ ଅଖଣ୍ଡ ଭାରତ ଲାଗି ହେଉଥିବା ଅର୍ଥହୀନ ଦାବି ଦ୍ୱାରା ଅନୁପ୍ରାଣିତ ହୋଇଛି। ଯାହା କେବେ ପୂରଣ ହୋଇପାରିବ ନାହିଁ।

ଅଖଣ୍ଡ ଭାରତର ଅର୍ଥହୀନ ଦାବି ଦ୍ୱାରା ହୋଇଛି ଅନୁପ୍ରାଣିତ: ପାକିସ୍ତାନ
ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟ ମୁଖପାତ୍ର (Pakistan Foreign Office Spokesperson) ମୁମତାଜ ଜହରା ବାଲୋଚ କହିଛନ୍ତି ଯେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ (UP CM Yogi Adityanath) ଉତ୍ତେଜିତ କରିବା ଭଳି ମନ୍ତବ୍ୟ ଅଖଣ୍ଡ ଭାରତର (Akhand Bharat Concept) ଅର୍ଥହୀନ ଦାବି ଦ୍ୱାରା ଅନୁପ୍ରାଣିତ ହୋଇଛି। ଯାହା ଇତିହାସର ଏକ ବିକୃତ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ (Uttar Pradesh Chief Minister) ଦ୍ୱାରା ଦିଆଯାଇଥିବା ଅତ୍ୟନ୍ତ ଦାୟିତ୍ୱହୀନ ମନ୍ତବ୍ୟକୁ ଆମେ ନିନ୍ଦା କରୁଛୁ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ ଭାରତୀୟ ଜନତା ପାର୍ଟି ଏବଂ ରାଷ୍ଟ୍ରିୟ ସ୍ୱୟଂସେବକ ସଂଘର ବିଭାଜନ ତଥା ସଂକୀର୍ଣ୍ଣ ରାଜନୈତିକ ଏଜେଣ୍ଡା (BJP RSS Political Agenda) ଆଗକୁ ବଢାଇବା ପାଇଁ ଏହି ଧାରଣାକୁ ଅଧିକରୁ ଅଧିକ ପ୍ରୋତ୍ସାହିତ କରୁଛନ୍ତି। ଅଖଣ୍ଡ ଭାରତ ପାଇଁ ବିଜେପି ନେତା ଯେଉଁ ସ୍ୱପ୍ନ ଦେଖୁଛନ୍ତି ତାହା କେବେ ପୂରଣ ହେବ ନାହିଁ।

ଯଦି ରାମ ମନ୍ଦିର ନେଇପାରୁଛେ ତାହା ସିନ୍ଧ କାହିଁକି ନୁହେଁ?
ଆପଣଙ୍କୁ କହିରଖୁଛୁ ଯେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗତ ରବିବାର ରାଜଧାନୀ ଲକ୍ଷ୍ନୌ ଠାରେ ଚାଲିଥିବା ୨ ଦିନିଆ ଜାତୀୟ ସିନ୍ଧି ସମ୍ମିଳନୀକୁ (National Sindhi Conference Lucknow) ସମ୍ବୋଧିତ କରିଛନ୍ତି। ଏହି ସମ୍ମିଳନୀରେ ଯୋଗ ଦେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ, ଯଦି ରାମ ଜନ୍ମଭୂମିକୁ (Ram Janmabhoomi) ୫୦୦ ବର୍ଷ ପରେ ଫେରାଇ ନିଆଯାଇ ପାରୁଛି ତାହେଲେ ସିନ୍ଧ (Sindh Province Pakistan) କାହିଁକି ଫେରାଇ ଅଣାଯାଇ ପାରିବ ନାହିଁ। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି ମନ୍ତବ୍ୟ ଶୁଣିବା ପରେ ପାକିସ୍ତାନ କମ୍ପି ଉଠିଥିଲା। ଏନେଇ ଏକ ବିବୃତ୍ତି ଜାରି କରି ଏହା ଉପରେ ନିଜର କ୍ରୋଧ ପ୍ରକାଶ କରିଛି ପାକିସ୍ତାନ। ଆପଣଙ୍କୁ କହିରଖୁଛୁ ଯେ ଏଠରେ ଯେଉଁ ସିନ୍ଧସ କଥା କୁହାଯାଉଛି ତାହା ଏବେ ପାକିସ୍ତାନର ସିନ୍ଧ ପ୍ରଦେଶ ନାମରେ ଜଣାଶୁଣା। 

ରବିବାର ରାଜଧାନୀ ଲକ୍ଷ୍ନୌ ସ୍ଥିତ ଏକ ହୋଟେଲ ଠାରେ ସିନ୍ଧି କାଉନସିଲ୍ ଅଫ୍ ଇଣ୍ଡିଆ (ୟୁଥ୍ ୱିଙ୍ଗ୍) ଦ୍ୱାରା ଆୟୋଜିତ ଦୁଇ ଦିନିଆ ଜାତୀୟ ସିନ୍ଧି ସମ୍ମିଳନୀକୁ ସମ୍ବୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହି ସମ୍ମିଳନୀକୁ ସମ୍ବୋଧିତ କହିଛନ୍ତି ଯେ ୫୦୦ ବର୍ଷ ପରେ ଅଯୋଧ୍ୟା ଠାରେ ଭଗବାନ ଶ୍ରୀରାମଙ୍କ ଏକ ଭବ୍ୟ ମନ୍ଦିର ନିର୍ମିତ ହେଉଛି। ଯଦି ରାମ ଜନ୍ମଭୂମି ଫେରି ପାଇବା ପାଇଁ ଯଦି କିଛି କରାଯାଇ ପାରୁଛି, ତାହେଲେ ସିନ୍ଧ ଫେରାଇ ଆଣିବାରେ କୌଣସି ଅସୁବିଧା ନାହିଁ। ମୁଖ୍ୟମନ୍ତ୍ରୀ ଯୋଗୀ ଯେତେବେଳେ ଏହି ବିବୃତ୍ତି ଦେଇଥିଲେ, ସେତେବେଳେ ସମଗ୍ର ଅଡିଟୋରିୟମ୍ କରତାଳିରେ ଫାଟି ପଡ଼ିଥିଲା।