Weird News: କାର୍ କି ଘୋଡା ଗାଡି ନୁହେଁ, ଗଧ-ଗାଡିରେ ବସି ମଣ୍ତପକୁ ଗ୍ରାଣ୍ତ ଏଣ୍ଟ୍ରି ମାରିଲେ କପଲ୍
Advertisement
Article Detail0/zeeodisha/odisha1617280

Weird News: କାର୍ କି ଘୋଡା ଗାଡି ନୁହେଁ, ଗଧ-ଗାଡିରେ ବସି ମଣ୍ତପକୁ ଗ୍ରାଣ୍ତ ଏଣ୍ଟ୍ରି ମାରିଲେ କପଲ୍

Pakistani Bride Groom Entry on Donkey Cart: ନିଆରା ବାହାଘର । ବିବାହ ସମୟର ସ୍ମୃତିକୁ ସାଉଁଟିବା ପାଇଁ ଆଜିକାଲି କିଏ ବାହା ହେବାକୁ ଉଡାଜାହାଜରେ ଯାଉଛି ତ ଆଉ କିଏ ଦାମୀ କାର ବ୍ୟବହାର କରୁଥିବାର ନଜିର ରହିଛି ।ତେବେ,ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ବର - କନ୍ୟା (Pakistani Bride Groom )ଗଧଗାଡିରେ (Donkey Cart)ବସି ବିବାହ ମଣ୍ତପକୁ ବିବାହ ପାଇଁ ଆସୁଛନ୍ତି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Pakistani Bride Groom Entry on Donkey Cart: ନିଆରା ବାହାଘର । ବିବାହ ସମୟର ସ୍ମୃତିକୁ ସାଉଁଟିବା ପାଇଁ ଆଜିକାଲି କିଏ ବାହା ହେବାକୁ ଉଡାଜାହାଜରେ ଯାଉଛି ତ ଆଉ କିଏ ଦାମୀ କାର ବ୍ୟବହାର କରୁଥିବାର ନଜିର ରହିଛି । ଏହି ସମୟରେ କିନ୍ତୁ ଏକ ନିଆରା ବିବାହ ସାମ୍ନାକୁ ଆସିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।  ତେବେ,ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ବର - କନ୍ୟା (Pakistani Bride Groom )ଗଧଗାଡିରେ (Donkey Cart)ବସି ବିବାହ ମଣ୍ତପକୁ ବିବାହ ପାଇଁ ଆସୁଛନ୍ତି ।  ତେବେ, ଭାଇରାଲ ହେଉଥିବା ଏହି ଭିଡିଓଟି ପାକିସ୍ତାନର ବୋଲି ଜଣାପଡିଛି । 

ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖିପାରୁଥିବେ ଯେ, ବର ଓ କନ୍ୟା ଏକ ସଜା ଯାଇଥିବା ଗଧ ଗାଡିରେ ବସିଛନ୍ତି । ଗୋଟିଏ ପଟେ ବର ବସିଥିବା ବେଳେ ଅନ୍ୟପଟେ କନ୍ୟା ବସିଥିବାର ନଜର ଆସିଛି । ତେବେ,ଆଖ ପାଖରେ ଥିବା ଲୋକମାନେ ଏହି କପଲଙ୍କ ଫଟୋ ଓ ଭିଡିଓ ଉତ୍ତୋଳନ କରୁଥିବାର ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ, ବର ଏବଂ କନ୍ୟା ମଣ୍ତପକୁ ଯିବା ବାଟରେ ହାତ ହଲାଇ ଉପସ୍ଥିତ ଲୋକଙ୍କୁ ଅଭିବାଦନ ଜଣାଉଛନ୍ତି। ତେବେ, ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ତେବେ, ଏହି ଭିଡିଓ ଦେଖି ଲୋକେ ଅନେକ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି ଯେ,'ପାକିସ୍ତାନରେ ମୁଦ୍ରାସ୍ଫୀତିର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହା ଠିକ ଅଟେ।'

 

Also Read :  Weird News: ବେଳାଭୂମିରେ ଶୋଇଥିଲା କୁମ୍ଭୀର, ହଠାତ୍ ପାଣିରୁ ବାହାରି ମାଡ଼ି ବସିଲା ବାଘ, ଆଉ ତା' ପରେ

Also Read :  Bargarh News: ପ୍ରେମିକାର ଗୋଟିଏ ଭୁଲ ପାଇଁ, ମୃତ୍ୟୁ ଶର୍ଯ୍ୟାରେ ସୁଆଇ ଦେଲା ଦଗାଦିଆ ପ୍ରେମିକ

ନିକଟରେ ଏଭଳି ଏକ ନିଆରା ବାହାଘର ମଧ୍ୟ ଦେଖିବାକୁ ମିଳିଥିଲା ଗଞ୍ଜାମ ଭଞ୍ଜନଗରରେ  । ଯେଉଁଥିରେ ବର କନ୍ୟା ଘରକୁ ଘୋଡା ଗାଡିରେ ଯାଇଥିବା ବେଳେ କନ୍ୟା ଶଗଡ ଗାଡିରେ ଶାଶୁ ଘରକୁ ଆସିଛି । ଆଜିର ଆଧୁନିକ ଯୁଗରେ ବର କନ୍ୟା ନିଜ ବିବାହରେ ନିଆରା ଛାପ ଛାଡିବାକୁ ପ୍ରାଚୀନ ପରମ୍ପରା, ସଂସ୍କୃତି, ରୀତିନୀତିକୁ ଗୁରୁତ୍ୱ ଦେଇଛନ୍ତି । ଏହାକୁ ଦେଖି ସ୍ଥାନୀୟ ଲୋକେ ମଧ୍ୟ ଖୁସି ପ୍ରକଟ କରିଛନ୍ତି । ଜଗନ୍ନାଥ ପ୍ରସାଦ ବ୍ଲକ ବାଙ୍କତରା ଗାଁର ମହେନ୍ଦ୍ର ନାୟକ ଓ ପାଟରାପଲି ଗାଁର ସରିତା ବେହେରା ଦୁହେଁ ଉଚ୍ଚ ଶିକ୍ଷା ଲାଭ କରି ଭୁବନେଶ୍ୱରର ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ । ଉଭୟଙ୍କ ପରିବାରର ସହମତି ଭିତରେ ୮ତାରିଖ ଦିନ ଏହି ବିବାହ ହୋଇଥିଲା ।
ତେବେ କନ୍ୟା କାରରେ ଆସିବା ପରିବର୍ତ୍ତେ ଏକ ସୁସଜିତ ଶଗଡ ଗାଡିରେ ୪ କିଲୋମିଟର ଯାତ୍ରା କରି ବର ଘର ପହଞ୍ଚିଥିଲେ । ସେହିପରି ବର ମଧ୍ୟ ଘୋଡାରେ ବିବାହ କରିବାକୁ କନ୍ୟା ଘରକୁ ଯାଇଥିଲେ । ମହେନ୍ଦ୍ରଙ୍କର ଶଗଡ ଗାଡିରେ ବିବାହ କରିବାକୁ ଛୋଟ ବେଳେ ଇଚ୍ଛା ଥିଲା । ତେଣୁ ସେ ବିବାହ କରିବାକୁ ନିଷ୍ପତ୍ତି ନେବା ବେଳେ ଏପରି ଏକ ନିଷ୍ପତ୍ତି ନେଇଛନ୍ତି ।