Dussehra 2023: ଦଶହରା ଉପରେ ପଞ୍ଚକ କାଳର ପ୍ରଭାବ, କିପରି ହେବ ଶାସ୍ତ୍ର ପୂଜା ଏବଂ ରାବଣ ପୋଡ଼ି?
Advertisement
Article Detail0/zeeodisha/odisha1927732

Dussehra 2023: ଦଶହରା ଉପରେ ପଞ୍ଚକ କାଳର ପ୍ରଭାବ, କିପରି ହେବ ଶାସ୍ତ୍ର ପୂଜା ଏବଂ ରାବଣ ପୋଡ଼ି?

Durga Puja 2023: ଚଳିତ ବର୍ଷ ବିଜୟଦଶମୀ ଅକ୍ଟୋବର ୨୪ ତାରିଖରେ ପାଳନ କରାଯିବ। ବିଜୟ ଦଶମୀ ଅବସରରେ ଶସ୍ତ୍ର ପୂଜନ ସହ ରାବଣ ଦହନ କରାଯାଇଥାଏ।

Dussehra 2023: ଦଶହରା ଉପରେ ପଞ୍ଚକ କାଳର ପ୍ରଭାବ, କିପରି ହେବ ଶାସ୍ତ୍ର ପୂଜା ଏବଂ ରାବଣ ପୋଡ଼ି?

Vijayadashami Ravan Dahan 2023: ଭଗବାନ ରାମଙ୍କ ଲଙ୍କାପତି ରାବଣର ବଦ୍ଧ କରିବା ଅର୍ଥାତ ମନ୍ଦ ଉପରେ ଭଲର ବିଜୟକୁ ପ୍ରତୀକ ଭାବରେ ଦଶହରା ପର୍ବ ପାଳନ କରାଯାଏ। ଆହୁରି ମଧ୍ୟ ଦଶହରା ଅର୍ଥାତ ବିଜୟା ଦଶମୀ ଅବସରରେ ଘର କିମ୍ବା ଦୋକାନ ନିର୍ମାଣ, ଗୃହ ପ୍ରବେଶ, ମୁଣ୍ଡନ, ନାମକରଣ, ଅନ୍ନପ୍ରକାଶ, କର୍ଣ୍ଣ ଛେଦନ, ଯଜ୍ଞ ଉପବୀତ ସଂସ୍କାର ଏବଂ ଭୂମି ପୂଜନ ପାଇଁ ଏହି ଦିନ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ବିଜୟାଦଶମୀ ଦିନ ବିବାହ ନିଷେଧ ବୋଲି ଧରାଯାଏ। ଆହୁରି ମଧ୍ୟ ଦଶହରା ଦିନ ଅସ୍ତ୍ରଶସ୍ତ୍ର ପୂଜା କରାଯାଏ। ଏପରିକି ଯାନବାହାନ ମଧ୍ୟ ପୂଜା କରାଯାଏ। ହେଲେ ଚଳିତ ବର୍ଷର ଦଶହରା ପର୍ବ ଅତ୍ୟନ୍ତ ସ୍ୱତନ୍ତ୍ର।

ପାଞ୍ଜି ଅନୁସାରେ ଚଳିତ ବର୍ଷ ଆଶ୍ୱିନ ମାସର ଶୁକ୍ଲା ପକ୍ଷ ଦଶମୀ ତିଥି ଅକ୍ଟୋବର ୨୩ ତାରିଖ ଅପରାହ୍ନ ୫:୪୪ ସମୟରୁ ଆରମ୍ଭ ହୋଇ ଅକ୍ଟୋବର ୨୪ ତାରିଖ ଅପରାହ୍ନ ୩:୧୪ ପର୍ଯ୍ୟନ୍ତ ଚାଲିବ। ଉଦୟା ତିଥି ଅନୁଯାୟୀ ବିଜୟଦଶମୀ ଚଳିତ ବର୍ଷ ଅକ୍ଟୋବର ୨୪ ତାରିଖରେ ପାଳନ କରାଯିବ। ବିଜୟ ଦଶମୀ ଅବସରରେ ଶସ୍ତ୍ର ପୂଜନ କରାଯାଇଥାଏ। ଚଳିତ ବର୍ଷ ଦଶହରା ଅବସରରେ ଶସ୍ତ୍ର ପୂଜନର ବିଜୟ ମୁହୂର୍ତ୍ତ ମଧ୍ୟାନ୍ନ ୦୧:୪୬ ସମୟରୁ ଆରମ୍ଭ ହୋଇ ୦୨:୩୧ ପର୍ଯ୍ୟନ୍ତ ରହିଛି। ଏହା ବ୍ୟତୀତ ଅଭିଜିତ୍ ମୁହୂର୍ତ୍ତ ସେହି ଦିନ ପୂର୍ବାହ୍ନ ୧୧:୩୦ ସମୟରୁ ରାତି ୧୨:୧୫ ପର୍ଯ୍ୟନ୍ତ ରହିଛି।

ଦଶହରା ଉପରେ ପଞ୍ଚକ କାଳର ପ୍ରଭାବ 
ପୁରାଣ ଅନୁଯାୟୀ ଯେତେବେଳେ ଭଗବାନ ଶ୍ରୀରାମ ଲଙ୍କାପତି ରାବଣର ବଦ୍ଧ କରିଥିଲେ, ସେତେବେଳେ ପଞ୍ଚକ କାଳର ଅବଧି ଚାଲିଥିଲା। ଚଳିତ ବର୍ଷ ମଧ୍ୟ ଦଶହରା ଉପରେ ପଞ୍ଚକ କାଳର ପ୍ରଭାବ ମଧ୍ୟ ରହିବ। ଚଳିତ ବର୍ଷ, ଦଶହରା ଉପରେ ପଞ୍ଚକ କାଳର ପ୍ରଭାବ ଅକ୍ଟୋବର ୨୪ ତାରିଖ ଭୋର ୪:୨୩ ସମୟରୁ ଆରମ୍ଭ ହୋଇ ଅକ୍ଟୋବର ୨୮ ତାରିଖ ଅପରାହ୍ନ ୩:୧୬ ପର୍ଯ୍ୟନ୍ତ ରହିବ।

ଯେହେତୁ ପଞ୍ଚତ କାଳ ସମୟରେ ମୃତ୍ୟୁ ମଧ୍ୟ ଭଲ ବୋଲି ବିବେଚନା କରାଯାଏ ନାହିଁ, ସେଥିପାଇଁ ଆସନ୍ତାକାଲି ଅର୍ଥାତ ବିଜୟା ଦଶମୀ ଅବସରରେ ରାବଣ ଦହନ ବିଷୟରେ କିଛି ବିଶେଷ କଥା ମନେରଖିବା ଜରୁରୀ। ଏହି ସମୟରେ ରାବଣ ଦହନ ସମୟରେ ପଞ୍ଚକର ୫ ନକ୍ଷତ୍ରର ୫ ପୁତୁଳା ମଧ୍ୟ ରାବଣ ସହ ଦହନ କରିବା ଆବଶ୍ୟକ। ଯାହାଦ୍ୱାରା ପଞ୍ଚକର ଖରାପ ପ୍ରଭାବ ମଧ୍ୟ ଭସ୍ମ ହୋଇଯିବ।

ସତର୍କତା: ଉପରୋକ୍ତ ଖବର ସାଧାରଣ ବିଶ୍ୱାସ ଏବଂ ସୂଚନା ଉପରେ ଆଧାରିତ। Zee Odisha ଏହାକୁ ସୁନିଶ୍ଚିତ କରେ ନାହିଁ।