Pankaj Tripathi: ବିମାନ ବନ୍ଦରରେ ପଙ୍କଜ ତ୍ରିପାଠୀଙ୍କ ନିଆରା ଅବତାର
Advertisement
Article Detail0/zeeodisha/odisha1783558

Pankaj Tripathi: ବିମାନ ବନ୍ଦରରେ ପଙ୍କଜ ତ୍ରିପାଠୀଙ୍କ ନିଆରା ଅବତାର

Bollywood Actor Pankaj Tripathi: ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀଙ୍କୁ ନେଇ ଏବେ ଖୁବ୍ ତର୍ଚ୍ଚା । ଜାଣନ୍ତୁ ଚର୍ଚ୍ଚାର କାରଣ ।

Pankaj Tripathi: ବିମାନ ବନ୍ଦରରେ ପଙ୍କଜ ତ୍ରିପାଠୀଙ୍କ ନିଆରା ଅବତାର

Bollywood Actor Pankaj Tripathi: ପଙ୍କଜ ତ୍ରିପାଠୀଙ୍କୁ କିଏ ବା ନଜାଣେ ? ଗୋଟିଏ ପରେ ଆଉଗୋଟେ ଦମଦାର ଚରିତ୍ର ମାଧ୍ୟମରେ ସେ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ରୂପେଲି ପରଦାରେ ଆପଣ ତାଙ୍କୁ ଉଚ୍ଚସ୍ୱରରେ କଥା ହେବାର ଶୁଣିଥିବେ କିନ୍ତୁ ବ୍ୟକ୍ତିଗତ ଭାବରେ ସେ ଜଣେ ଖାଣ୍ଟି ବିହାରୀ । ନିକଟରେ ସେ ନିଜ ପରିବାର ସଦସ୍ୟଙ୍କ ସହିତ ମୁମ୍ବାଇ ବିମାନବନ୍ଦର (Mumbai Airport)ରେ ନଜର ଆସିଥିଲେ । ଗଣମାଧ୍ୟମ ସାମ୍ନାରେ ସେ ଭଦ୍ରାମିର ସହ ଏକ ଅନୁରୋଧ କରିଥିଲେ । ନିଜ ପରିବାର (Family) ସହିତ କୌଣସି ବ୍ୟକ୍ତିଗତ କାମ (Personal Work)ରେ ବିମାନରେ ଯିବାକୁ ଥିବାବେଳେ ରବିବାର ଦିନ ମିରଜାପୁର ଷ୍ଟାର୍ ମୁମ୍ବାଇ ବିମାନବନ୍ଦରରେ କିଛି ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ଗଣମାଧ୍ୟମ ପ୍ରତିନିଧି ପଙ୍କଜଙ୍କ ଏପରି ନିଆରା ରୂପକୁ କ୍ୟାମେରାରେ ରେକର୍ଡ (Record) କରିବା ଆରମ୍ଭ କରିଦେଇଥିଲେ । ଏହି ସମୟରେ ପଙ୍କଜ ଅତି ସରଳ ରୂପରେ ବ୍ୟବହାର କରିଥିଲେ ।  ଏକ କୁର୍ତ୍ତା ପାଇଜାମା ପିନ୍ଧି ସେ ବିହାରି ଲୁକ୍ ଧାରଣ କରିଥିଲେ । ଯେତେବେଳେ  ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ଫଟୋ ଉଠାଇବା ସହ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ସେତେବେଳେ ସେ ଖୁବ୍ ଭଦ୍ର ଭାବରେ ସେମାନଙ୍କୁ ତାହା ନକରିବାକୁ ଅନୁରୋଧ କରିଥିଲେ ।

ଅଭିନେତା ପଙ୍କଜ ତ୍ରିପାଠୀ କ୍ୟାମେରାମାନ (Cameraman)ଙ୍କୁ ତାଙ୍କ ଫଟୋ ଓ ଭିଡିଓ ଉତ୍ତଳୋନ କରିବାକୁ ମନା କରିଥିଲେ ସତ କିନ୍ତୁ ଜଣେ ଅଭିନେତା ହିସାବରେ ଏୟାରପୋର୍ଟରେ ଫ୍ୟାନ୍ସମାନେ ଦେଖିବା ପରେ ତାଙ୍କ ସହ ଫଟୋ ଉଠାଇବାକୁ ଇଚ୍ଛା ପ୍ରକାଶ କରିଥିଲେ । ଫ୍ୟାନମାନଙ୍କ କଥା ଭାଙ୍ଗିନପାରି ଅଭିନେତା ପଙ୍କଜ ତ୍ରିପାଠୀ ଫ୍ୟାନଙ୍କ ସହ ଫଟୋ ଉଠାଇବା ପାଇଁ ପୋଜ୍ ଦେଇଥିଲେ । ପଙ୍କଜଙ୍କ ପତ୍ନୀ ଗଣମାଧ୍ୟମକ ସାମ୍ନାରେ ସଂଖ୍ୟପରେ ଉତ୍ତର ରଖି ଆଗକୁ ବଢିଥିଲେ । ପଙ୍କଜଙ୍କର ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆ (Social Media)ରେ ଖୁବ୍ ଭାଇରାଲ ହୋଇଛି । ପ୍ରଶଂସକମାନେ ପଙ୍କଜ ତ୍ରିପାଠୀଙ୍କ ଏପରି ସରଳତାର ବେଶ୍ ପ୍ରଶଂସକ ହୋଇଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି ଯେ, ପଙ୍କଜ ଜଣେ ଚମତ୍କାର ଅଭିନେତା (Amazing actor)। ଏତେ ବଡ଼ ଅଭିନେତା ହେଲେ ବି ଖୁବ ସରଳ ପୋଷାକ (Simple clothes) ପିନ୍ଧିଛନ୍ତି । ସେହିପରି ଆଉ ଜଣେ ପ୍ରଶଂସକ ମନ୍ତବ୍ୟ ଦେଇ କହିଛନ୍ତି ଯେ, ଏପରି ସରଳତା କାରଣରୁ ମୁଁ ପଙ୍କଜ ତ୍ରିପାଠୀଙ୍କୁ ଖୁବ୍ ପସନ୍ଦ କରିଥାଏ । ଆଉଜଣେ ଫ୍ୟାନ୍ ଲେଖିଛନ୍ତି ଯେ, ପଙ୍କଜଙ୍କ ପ୍ରତି ମୋ ମନରେ ଖୁବ ସମ୍ମାନ (Respect) ରହିଛି ।

'OMG-02'ରେ ପଙ୍କଜ ତ୍ରିପାଠୀ

ଅଗଷ୍ଟ ୧୧ ତାରିଖରେ ବଡ ପରଦାରେ ମୁକ୍ତିଲାଭ କରୁଥିବା ନୂଆ ତଥା ବହୁ ଚର୍ଚ୍ଚିତ ବଲିଉଡ୍ ସିନେମା 'OMG 2' ରେ ପଙ୍କଜ ତ୍ରିପାଠୀ ଏକ ଦମଦାର ଚରିତ୍ର (Strong character)ରେ ନଜର ଆସିବେ । ସିନେମାରେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର (Actor Akshay Kumar)ଙ୍କୁ ପଙ୍କଜଙ୍କ ସହ ଦେଖିବାକୁ ମିଳିବ । କିଛି ଦିନ ପୂର୍ବରୁ ଫିଲ୍ମ 'OMG-02' ର ଟିଜର ମୁକ୍ତିଲାଭ (Teaser release) ହୋଇଥିଲା ​​ଯାହାକୁ ସିନେପ୍ରେମୀ ଖୁବ୍ ପ୍ରଶଂସା କରିଥିଲେ । ଟିଜରକୁ ନେଇ ଅନେକ ଆଲୋଚନା ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା । ସିନେମା ରିଲିଜ୍ ହେବା ପରେ ବକ୍ସ ଅଫିସରେ ଖୁବ୍ ହିଟ୍ ହେବ ବୋଲି କିଛି ବ୍ୟକ୍ତି ମତ ଦେଇଥିଲେ । କେବଳ ସେତିକି ନୁହେଁ ବଲିଉଡରେ ମଧ୍ୟ ଏହି ସିନେମାକୁ ନେଇ ଖୁବ୍ ଚର୍ଚ୍ଚା ଆଲୋଚନା ହେଉଥିବା ଦେଖିବାକୁ ମିଳୁଛି । ଅକ୍ଷୟ କୁମାରଙ୍କ ଦମଦାର କ୍ୟାରେକ୍ଟରକୁ ନେଇ ଦର୍ଶକ ମଧ୍ୟ ଖୁବ୍ ଆଶାବାଦୀ ଅଛନ୍ତି ।

Also Read- Momos Challenge: ମୋମୋସ୍ ନେଲା ଜୀବନ ! ଚେତାଶୂନ୍ୟ ହେଲେ ଯୁବକ.. ଡାକ୍ତରଖାନାରେ ମୃତ୍ୟୁ