Today Petrol-Diesel Price: ଶସ୍ତା ହେଲା ଅଶୋଧିତ ତୈଳ, କମିବ ପେଟ୍ରୋଲ-ଡିଜେଲ ଦର!
Advertisement

Today Petrol-Diesel Price: ଶସ୍ତା ହେଲା ଅଶୋଧିତ ତୈଳ, କମିବ ପେଟ୍ରୋଲ-ଡିଜେଲ ଦର!

Today Petrol-Diesel Price: ଗୁରୁବାର ସକାଳେ ବ୍ରେଣ୍ଟ ଅଶୋଧିତ ବ୍ୟାରେଲ ପିଛା ପ୍ରାୟ ୯୫ ଡଲାର ଥିବାବେଳେ ଡବ୍ଲୁଟିଆଇ ବ୍ୟାରେଲ ପିଛା ୯୦ ଡଲାରକୁ ଖସି ଆସିଛି । ଇଣ୍ଡିଆନ ଅଏଲ କୋର୍ପୋରେଶନ (IOC) ଅନୁଯାୟୀ, ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୯୬.୭୨ ଟଙ୍କା ଓ ଗୋଟିଏ ଲିଟର ଡିଜେଲ ୮୯.୬୨ ଟଙ୍କା ରହିଛି । 

Today Petrol-Diesel Price: ଶସ୍ତା ହେଲା ଅଶୋଧିତ ତୈଳ, କମିବ ପେଟ୍ରୋଲ-ଡିଜେଲ ଦର!

Today Petrol-Diesel Rate 10 November 2022: ଅଶୋଧିତ ତୈଳ ଦର (Crude Oil Price) ହ୍ରାସ ମଧ୍ୟରେ ପେଟ୍ରୋଲିୟମ କମ୍ପାନୀଗୁଡିକ ପୂର୍ବପରି ଆଜି (ଗୁରୁବାର) ନଭେମ୍ୱର ୧୦ ସକାଳ ୬ଟାରେ ପେଟ୍ରୋଲ ଓ ଡିଜେଲର ନୂତନ ମୂଲ୍ୟ (Petrol Diesel Price) ଜାରି କରିଦେଇଛନ୍ତି । ମହାରାଷ୍ଟ୍ର ଓ ମେଘାଳୟ ବ୍ୟତୀତ ଓଡ଼ିଶା, ପଶ୍ଚିମ ବଙ୍ଗ, ରାଜସ୍ଥାନ, ଗୁଜୁରାଟ, ବିହାର, ମଧ୍ୟପ୍ରଦେଶ, ୟୁପି ସମେତ ସମସ୍ତ ରାଜ୍ୟରେ ୧୭୩ ଦିନ ପାଇଁ ଇନ୍ଧନ ମୂଲ୍ୟ ସ୍ଥିର ରହିଛି । ସେହିପରି ଭାରତୀୟ ତୈଳ ନିଗମ (IOC), ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (BPCL) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (HPCL) ଲଗାତାର ୭ ମାସ ଧରି ତୈଳ ଦରରେ ପରିବର୍ତ୍ତନ କରିନାହାଁନ୍ତି ।

ଆଜି ମଧ୍ୟ ରାଜସ୍ଥାନର ଶ୍ରୀ ଗଙ୍ଗାନଗର ତୁଳନାରେ ପୋର୍ଟ ବ୍ଲେୟାରରେ ପେଟ୍ରୋଲ ୨୯.୩୯ ଟଙ୍କା ଶସ୍ତା ହୋଇଥିବାବେଳେ ଡିଜେଲ ମଧ୍ୟ ୧୮.୫୦ ଟଙ୍କା ଶସ୍ତା ଅଛି । ନୂତନ ଇନ୍ଧନ ରେଟ୍ ଅନୁଯାୟୀ, ଦେଶର ସବୁଠାରୁ ମହଙ୍ଗା ପେଟ୍ରୋଲ ରାଜସ୍ଥାନର ଶ୍ରୀ ଗଙ୍ଗାନଗରରେ ମିଳୁଛି । ସବୁଠାରୁ ଶସ୍ତା ପେଟ୍ରୋଲ ପୋର୍ଟ ବ୍ଲେୟାରରେ ୮୪.୧୦ ଟଙ୍କା ଓ ଡିଜେଲ ୭୯.୭୪ ଟଙ୍କା ପ୍ରତି ଲିଟର ରହିଛି । ସେପଟେ ଗୁରୁବାର ସକାଳେ ବ୍ରେଣ୍ଟ ଅଶୋଧିତ ବ୍ୟାରେଲ ପିଛା ପ୍ରାୟ ୯୫ ଡଲାର ଥିବାବେଳେ ଡବ୍ଲୁଟିଆଇ ବ୍ୟାରେଲ ପିଛା ୯୦ ଡଲାରକୁ ଖସି ଆସିଛି । ଇଣ୍ଡିଆନ ଅଏଲ କୋର୍ପୋରେଶନ (IOC) ଅନୁଯାୟୀ, ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୯୬.୭୨ ଟଙ୍କା ଓ ଗୋଟିଏ ଲିଟର ଡିଜେଲ ୮୯.୬୨ ଟଙ୍କା ରହିଛି । ସେହିପରି ଦେଶର ଅନ୍ୟାନ୍ୟ ସହରରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ସ୍ଥିରତା ଦେଖାଦେଇଛି । 

ଏହାପୂର୍ବରୁ ଚଳିତ ବର୍ଷ ମେ ୨୧ରେ ସରକାର ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ । ପେଟ୍ରୋଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୮ ଟଙ୍କା ଓ ଡିଜେଲ ଲିଟର ପିଛା ୬ ଟଙ୍କା ହ୍ରାସ କରାଯାଇଥିଲା । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ହ୍ରାସ ପାଇନାହିଁ । ସେହି ସମୟରେ ଦେଶରେ ପେଟ୍ରୋଲ ୯.୫୦ ଟଙ୍କା ଓ ଡିଜେଲ ୭ ଟଙ୍କା ଲିଟର ପିଛା ଶସ୍ତା ହୋଇଥିଲା । କେନ୍ଦ୍ର ସରକାରଙ୍କ ଘୋଷଣା ପରେ ରାଜସ୍ଥାନ, ମହାରାଷ୍ଟ୍ର, ଓଡିଶା ଏବଂ କେରଳ ସରକାର ମଧ୍ୟ ଭାଟ୍ ହ୍ରାସ କରିଥିଲେ ।

ଅନ୍ୟପକ୍ଷେ ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୯୬.୭୨ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୧୦୬.୩୧ ଟଙ୍କା ରହିଛି । କୋଲକାତା ଲିଟର ପିଛା ୧୦୬.୦୩ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୨.୬୫ ଟଙ୍କା ରହିଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୩.୧୯ ଟଙ୍କା ରହିଛି । ଗତକାଲି ଏଠାରେ ପେଟ୍ରୋଲ ଦର ୧୦୩.୧୯ ଟଙ୍କା ଥିଲା । ସେହିପରି ହାଇଦ୍ରାବାଦରେ ପେଟ୍ରୋଲ ଦର ୧୦୯.୬୬ ଟଙ୍କା ରହିଛି । ବେଙ୍ଗାଲୁରୁରେ ପେଟ୍ରୋଲ ଦର ୧୦୧.୯୪ ଟଙ୍କା ରହିଛି ।

ଆଜି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୮୯.୬୨ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୯୪.୨୭ ଟଙ୍କା ଓ କୋଲକାତାରେ ଲିଟର ପିଛା ୯୨.୭୬ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୯୪.୨୫ ଟଙ୍କା ରହିଛି । ରାଜଧାନୀ ଭୁବନେଶ୍ୱରରେ ଡିଜେଲ ଦର ୯୪.୭୬ ଟଙ୍କାରେ ବିକ୍ରି ହେଉଛି । ଗତକାଲି ଡିଜେଲ ଦର ୯୪.୭୬ ଟଙ୍କା ଥିଲା । ସେପଟେ ହାଇଦ୍ରାବାଦରେ ଡିଜେଲ ମୂଲ୍ୟ ୯୭.୮୨ ଟଙ୍କା ଥିବାବେଳେ ବେଙ୍ଗାଲୁରୁରେ ୮୭.୮୯ ଟଙ୍କା ରହିଛି ।

ଅଧିକ ପଢ଼ନ୍ତୁ:-ବୁଧ ଗୋଚର ଯୋଗୁଁ ଏଥର ଦେଖାଦେବ ୨ ଶୁଭ ଯୋଗ, ଏସବୁ ରାଶିକୁ ମିଳିବ ଜବରଦସ୍ତ ଲାଭ

ଅଧିକ ପଢ଼ନ୍ତୁ:-ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶ ଫାଇନାଲ୍, ଏହି ୨ ଖେଳାଳିଙ୍କ ହେବ ରିଟର୍ଣ୍ଣ! କୋଚ୍ ଦ୍ରାବିଡ ଦେଲେ ସଙ୍କେତ

ଅଧିକ ପଢ଼ନ୍ତୁ:-ଭାରତ-ଇଂଲଣ୍ଡ ମ୍ୟାଚ ପୂର୍ବରୁ ଆସିଲା ଖରାପ ଖବର, ହଠାତ୍ ଏହି ଘାତକ ବୋଲର ଆହତ କାରଣରୁ ହେଲେ ବାହାର

 

ଜାଣନ୍ତୁ ଆପଣଙ୍କ ସହରର ରେଟ୍

ଆପଣ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ । ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଓ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ 9224992249 ନମ୍ବରକୁ ପଠାଇବାକୁ ପଡିବ । ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ ।

ଏଠାରେ ଚେକ୍ କରନ୍ତୁ-https://iocl.com/Products/PetrolDieselPrices.aspx

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଲର କମିଶନ ଅନ୍ତର୍ଭୁକ୍ତ ଥାଏ ।