Petrol Diesel Price Today: ବଜେଟ୍ ପୂର୍ବରୁ ଗ୍ରାହକଙ୍କୁ ମହଙ୍ଗା ମାଡ଼, ରାଜ୍ୟରେ ବଢିଲା ପେଟ୍ରୋଲ-ଡିଜେଲ ରେଟ୍
Advertisement
Article Detail0/zeeodisha/odisha2348503

Petrol Diesel Price Today: ବଜେଟ୍ ପୂର୍ବରୁ ଗ୍ରାହକଙ୍କୁ ମହଙ୍ଗା ମାଡ଼, ରାଜ୍ୟରେ ବଢିଲା ପେଟ୍ରୋଲ-ଡିଜେଲ ରେଟ୍

Petrol Diesel Price Today: ଆଜି କେନ୍ଦ୍ର ବଜେଟ।  ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଆର୍ଥିକ ବର୍ଷ ୨୦୨୪-୨୫ ନିମନ୍ତେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ। ତା ପୂର୍ବରୁ ତେଲ ଦରରେ ବୃଦ୍ଧି ଦେଖିବାକୁ ମିଳିଛି। ଆଜି ଜୁଲାଇ ୨୩ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲର ନୂଆ ମୂଲ୍ୟ ପ୍ରକାଶ ପାଇଛି। 

Petrol Diesel Price Today: ବଜେଟ୍ ପୂର୍ବରୁ ଗ୍ରାହକଙ୍କୁ ମହଙ୍ଗା ମାଡ଼, ରାଜ୍ୟରେ ବଢିଲା ପେଟ୍ରୋଲ-ଡିଜେଲ ରେଟ୍

Petrol Diesel Price Today: ଆଜି କେନ୍ଦ୍ର ବଜେଟ।  ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଆର୍ଥିକ ବର୍ଷ ୨୦୨୪-୨୫ ନିମନ୍ତେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ। ତା ପୂର୍ବରୁ ତେଲ ଦରରେ ବୃଦ୍ଧି ଦେଖିବାକୁ ମିଳିଛି। ଆଜି ଜୁଲାଇ ୨୩ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲର ନୂଆ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ସ୍ଥିରତା ଦେଖିବାକୁ ମିଳିଛି। କିନ୍ତୁ, ମଙ୍ଗଳବାର ଦିନ ଦେଶର ପ୍ରମୁଖ ସହର ଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦର ଲୋକଙ୍କ ଚିନ୍ତା ବଢାଇଛି। କିଛି ସ୍ଥାନରେ ଦର ଖସି ଥିବା ବେଳେ ଆଉ କିଛି ସ୍ଥାନରେ ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଆସନ୍ତୁ ଜାଣିବା କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ?

ALSO READ: Surya Grahan 2025: ସୂର୍ଯ୍ୟ ଗ୍ରହଣରେ ଶନିଙ୍କ ଚଳନ, ୨୦୨୫ରେ ଏହି ୪ ରାଶି ହେବେ ସବୁଠୁ ଧନୀ!

ALSO READ: Union Budget 2024: ଆଜି କେନ୍ଦ୍ର ବଜେଟ୍, ଟିକସ୍ ରିହାତି ଲାଗି ମଧ୍ୟବିତ୍ତ ବର୍ଗର ଆଶା

ଓଡ଼ିଶାରେ ଆଜି ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୧.୦୬ ରହିଛି । ସେହିପରି ଡିଜେଲ (୧ ଲିଟର) ୯୨.୬୪ ରହିଛି।  ତେବେ, ଆଜି ରାଜ୍ୟରେ ପେଟ୍ରୋଲ ଓ ଡିଜେଲ୍ ଲିଟର ପିଛା ୧୪ ପଇସା ବୃଦ୍ଧି ହୋଇଛି। ଯାହା ଗ୍ରାହକଙ୍କ ପାଇଁ ମହଙ୍ଗା ଛାଟ କହିଲେ ଅତୃକ୍ତି ହେବ ନାହିଁ। ବଜେଟ୍ ପୂର୍ବରୁ ତୈଳ ଦରର ଅହେତୁକ ବୃଦ୍ଧି ସାଧାରଣ ଲୋକଙ୍କ ଉପରେ ଅସନ୍ତୋଷ ବୃଦ୍ଧି କରିଛି। ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ମୂଲ୍ୟ (୧ ଲିଟର) ୯୬.୭୨ ରହିଥିବା ବେଳେ ଡିଜେଲ(୧ ଲିଟର) ୮୯.୬୨ ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୬.୩୧ ରହିଥିବା ବେଳେ ଡିଜେଲ (୧ ଲିଟର) ୯୪.୨୭ ରହିଛି। ସେପଟେ  ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ(୧ ଲିଟର) ୧୦୨.୬୩ ରହିଥିବା ବେଳେ ଡିଜେଲ(୧ ଲିଟର) ୯୪.୨୪ ରହିଛି। କୋଲକାତାରେ ପେଟ୍ରୋଲ ମୂଲ୍ୟ(୧ ଲିଟର) ୧୦୬.୦୩ ରହିଥିବା ବେଳେ ଡିଜେଲ(୧ ଲିଟର) ୯୨.୭୬ ରହିଛି।

ଆପଣ ଘରେ ବସି ଏପରି ଯାଞ୍ଚ କରିପାରିବେ ମୂଲ୍ୟ:
ଆପଣ ନିଜ ସହରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସହଜରେ ଜାଣିପାରିବେ। ଏଥିପାଇଁ ତୌଳ ମାର୍କେଟିଂ କମ୍ପାନୀଗୁଡିକର ୱେବସାଇଟକୁ ଯିବାକୁ କିମ୍ବା ଏକ SMS ପଠାଇବାକୁ ପଡିବ। ଯଦି ଆପଣ ଜଣେ ଇଣ୍ଡିଆନ ଅଏଲ୍ ଗ୍ରାହକ ତେବେ ଆପଣ RSP ସହିତ 9224992249 ନମ୍ବରକୁ SMS ପଠାଇ ପାରିବେ ଏବଂ ଯଦି ଆପଣ ଜଣେ BPCL ଗ୍ରାହକ ତେବେ ଆପଣ RSP ଲେଖି 9223112222 ନମ୍ବରକୁ SMS ପଠାଇ ପାରିବେ । ଏହାପରେ ଆପଣଙ୍କୁ SMS ମାଧ୍ୟମରେ ଦର ବିଷୟରେ ସୂଚନା ମିଳିଯିବ।

ଏମିତି ଭାବେ ପ୍ରତ୍ୟକ ଦିନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଯାଞ୍ଚ କରିପାରିବେ:
ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ (Today Petrol Diesel Price)। ସକାଳ ୬ ଟାରୁ ନୂତନ ଦର କାର୍ଯ୍ୟକାରୀ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ, ଭାଟ୍ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ମୂଳ ମୂଲ୍ୟଠାରୁ ଦ୍ୱିଗୁଣିତ ହୁଏ। ଏହି କାରଣରୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଏତେ ଅଧିକ ଦେଖାଯାଏ।