Union Budget 2024: ଆଜି କେନ୍ଦ୍ର ବଜେଟ୍, ଟିକସ୍ ରିହାତି ଲାଗି ମଧ୍ୟବିତ୍ତ ବର୍ଗର ଆଶା
Advertisement
Article Detail0/zeeodisha/odisha2348472

Union Budget 2024: ଆଜି କେନ୍ଦ୍ର ବଜେଟ୍, ଟିକସ୍ ରିହାତି ଲାଗି ମଧ୍ୟବିତ୍ତ ବର୍ଗର ଆଶା

Union Budget 2024: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଆର୍ଥିକ ବର୍ଷ ୨୦୨୪-୨୫ ନିମନ୍ତେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ।  ନିର୍ମଳାଙ୍କ ଏହା  ହେବ ସପ୍ତମ କ୍ରମାଗତ କେନ୍ଦ୍ର ବଜେଟ୍ ଉପସ୍ଥାପନ।  ଏହା ପୂର୍ବରୁ ୧୯୫୯ରୁ ୧୯୬୪ ପର୍ଯ୍ୟନ୍ତ ତତକାଳୀନ ଅର୍ଥମନ୍ତ୍ରୀ ମୋରାରଜୀ ଦେଶାଇ ସର୍ବାଧିକ ୬ ଥର କେନ୍ଦ୍ରୀୟ ବଜେଟ୍ ଇପସ୍ଥାପନ କରିଥିଲେ। 

Union Budget 2024: ଆଜି କେନ୍ଦ୍ର ବଜେଟ୍, ଟିକସ୍ ରିହାତି ଲାଗି ମଧ୍ୟବିତ୍ତ ବର୍ଗର ଆଶା

Union Budget 2024: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଆର୍ଥିକ ବର୍ଷ ୨୦୨୪-୨୫ ନିମନ୍ତେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ।  ନିର୍ମଳାଙ୍କ ଏହା  ହେବ ସପ୍ତମ କ୍ରମାଗତ କେନ୍ଦ୍ର ବଜେଟ୍ ଉପସ୍ଥାପନ।  ଏହା ପୂର୍ବରୁ ୧୯୫୯ରୁ ୧୯୬୪ ପର୍ଯ୍ୟନ୍ତ ତତକାଳୀନ ଅର୍ଥମନ୍ତ୍ରୀ ମୋରାରଜୀ ଦେଶାଇ ସର୍ବାଧିକ ୬ ଥର କେନ୍ଦ୍ରୀୟ ବଜେଟ୍ ଇପସ୍ଥାପନ କରିଥିଲେ। ଗତ ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ଚଳିତ ଆର୍ଥିକ ବର୍ଷ ନିମନ୍ତେ ଏକ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥିଲେ । ନିର୍ବାଚନ ପରେ ନୂଆ ସରକାର ଗଠନ ହେଲେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ ବୋଲି ନିସ୍ପତ୍ତି ହୋଇଥିଲା।  ଆଜି ଅପରାହ୍ନ ୧୧ଟାରେ  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବେ। ଗତଥର ପରି ଏଥର ମଧ୍ୟ ବଜେଟ୍ ପେପର୍ ଲେସ୍ ହେବ। 

ALSO READ: Surya Grahan 2025: ସୂର୍ଯ୍ୟ ଗ୍ରହଣରେ ଶନିଙ୍କ ଚଳନ, ୨୦୨୫ରେ ଏହି ୪ ରାଶି ହେବେ ସବୁଠୁ ଧନୀ!

ବିଶେଷକରି,  ଚଳିତ ଥର ନିର୍ମଳାଙ୍କ ପେଡ଼ିରେ ଫୋକସରେ ରହିବ ଯୁବ ବର୍ଗଙ୍କ ପାଇଁ ଅଧିକ ରୋଜଗାର ସୃଷ୍ଟି। ଶିଳ୍ପ ଜଗତକୁ ପ୍ରାଧ୍ୟାନ୍ୟ ସହ ଭିତ୍ତିଭୂମି କ୍ଷେତ୍ରକୁ ଅଧିକ ପୁଞ୍ଜି ଉପରେ ଗୁରୁତ୍ୱ ଦିଆଯିବ ବୋଲି ଅର୍ଥନୈତିକ ବିଶେଷଜ୍ଞ ଆକଳନ କରିଛନ୍ତି । ଏ-ଥର ବଜେଟ୍ ରେ  ଆୟକର ଛାଡ ସୀମା ବୃଦ୍ଧି  ଏବଂ ସ୍ଲାବ ପରିବର୍ତ୍ତନ ହୋଇପାରେ। ସେହିପରି ଭିର୍ତ୍ତିଭୂମି ବିକାଶ ତଥା  ଏମଏସଏଇ ଲାଗି ବଜେଟ୍ ରେ ଅଧିକ ଅର୍ଥ ବରଦା ହେବାର ସମ୍ଭାବନା ରହିଛି। ଏତଦ୍ ବ୍ୟତୀତ କୃଷି, କୃଷକ କଲ୍ୟାଣ, ସ୍ବାସ୍ଥ୍ୟସେବା, ଏନର୍ଜୀ ବିଶେଷ କରି ରିନ୍ୟୁବଲ୍  ଏନର୍ଜୀ ଉତ୍ପାଦନ ବୃଦ୍ଧିକୁ ବଜେଟରେ ଗୁରୁତ୍ବ ଦିଆଯିବ। ସାଧାରଣ ରେଳ ବଜେଟ୍ ରେ ରେଳ ମନ୍ତ୍ରଣାଳୟର ଖର୍ଚ୍ଚ ଦାବି ମଧ୍ୟ ରହିପାରେ।  ଏଥର ରେଳ ବଜେଟ୍ ଗତ ବର୍ଷ ତୁଳନାରେ ୨୦ % ବଢିବ ବୋଲି ଆଶା କରାଯାଉଛି।  ନୂଆ ରେଳ ଲାଇନ୍ ଏବଂ ନୂଆ ଟ୍ରେନ୍ ଚଳାଚଳ  ସହିତ ରେଳ ସୁରକ୍ଷା ପ୍ରତି ଅଧିକ ଗୁରୁତ୍ବ ଦିଆଯିବ।  ଷ୍ଟେସନ ଆଧୁନିକ କରଣ ସହିତ ଅନେକ ନୂଆ ରେଳ ଲାଇନରେ ବିଦ୍ୟୁତି କରଣ ଲାଗି ବଜେଟ୍ ରେ ବ୍ୟୟ ବରାଦ ହେବ ବୋଲି ଆଶା କରାଯାଉଛି।