Advertisement
Photo Details/zeeodisha/odisha2366147
photoDetails0hindi

Gold Price Today: ସୁନାପ୍ରେମୀଙ୍କ ପାଇଁ ଖୁସି ଖବର, ଭୁବନେଶ୍ବରରେ ପୁଣି ଏତେ ଟଙ୍କା ଶସ୍ତା ହୋଇଗଲା ସୁନା

Gold Silver Price: ସୁନାପ୍ରେମୀଙ୍କ ପାଇଁ ବଡ଼ ଖବର। ସପ୍ତାହ ଶେଷରେ ଖସିଲା ସୁନା ରେଟ୍। ଗତ ୨ ଦିନ ହେବ ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଯୋଗୁଁ ଭାରତୀୟ ବଜାରରେ ଏହାର ରେଟ୍ ଆକାଶ ଛୁଆଁ ରହିଥିଲା। କିନ୍ତୁ ଆଜି ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଯାହାକି ସାଧାରଣ ଲୋକଙ୍କୁ ବଡ଼ ଆଶ୍ବସ୍ତି ଦେଇଛି। ଯଦି ଆପଣ ଆଜି ସୁନା ରୂପା କିଣିବାକୁ ଯୋଜନା କରିଛନ୍ତି । ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଏହି କ୍ରମରେ ଆସନ୍ତୁ ଜାଣିବା ଦେଶର କେଉଁ ସ୍ଥାନରେ କେତେ ରହିଛି ସୁନା ରେଟ୍...

1/5

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୪, ୭୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୦,୫୮୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଆଜି ୨୨ କ୍ୟାରେଟ୍ ରେ ୧୦୦ ଓ ୨୪ କ୍ୟାରେଟ୍ ରେ ୧୧୦ ଟଙ୍କା ହ୍ରାସ ହୋଇଛି। 

ALSO READ: Petrol Diesel Price Today: ଭୁବନେଶ୍ବରରେ ଖସିଲା ତେଲ ରେଟ, ଲିଟରେ ପେଟ୍ରୋଲକୁ ମାତ୍ର ଏତିକି ଟଙ୍କା

ALSO READ: Shani Vakri 2024: ପୁଣି ଥରେ କୁମ୍ଭରେ ଓଲଟା ଚଳନ କରିବେ ଶନି, ଏହି ୫ ରାଶିଙ୍କ ଉପରେ ପଡ଼ିବ ବଡ଼ ପ୍ରଭାବ

2/5

ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୪,୮୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୦,୭୩୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୧୦୦ ଓ ୨୪ କ୍ୟାରେଟ୍ ରେ ୧୧୦ ଟଙ୍କା କମିଛି। 

 

3/5

ସେପଟେ, ମାୟାନଗରୀ, ମୁମ୍ବାଇରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୪, ୭୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୦, ୫୮୦ ଟଙ୍କା ରହିଛି। ଏଠାରେ ମଧ୍ୟ ୨୨ ଓ ୨୪ କ୍ୟାରେଟ୍ ରେ ୧୦୦ ଓ ୧୧୦ ଟଙ୍କା ଖସିଛି। 

 

4/5

ସେହିପରି,  ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଚେନ୍ନାଇ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୪,୫୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୧୦ ଗ୍ରାମ୍ ପିଛା ୭୦,୩୬୦ ଟଙ୍କା ରହିଛି। ୨୨ କ୍ୟାରେଟରେ ୧୦୦ ଟଙ୍କା ଓ ୨୪ କ୍ୟାରେଟ୍ ରେ ୧୧୦ ଟଙ୍କା  ହ୍ରାସ ପାଇଛି।

5/5

ସେହିକ୍ରମରେ ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୪,୭୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ୧୦ ଗ୍ରାମ୍ ମୂଲ୍ୟ ୭୦,୫୮୦ ଟଙ୍କା ରହିଛି ।  ଏବଂ ୧୮ କ୍ୟାରେଟ୍ ର ଦାମ୍ ୧୦ ଗ୍ରାମ୍ ପିଛା ୫୨,୯୪୦ ଟଙ୍କା ରହିଛି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ କ୍ୟାରେଟ୍ ରେ ୧୦୦ ଓ ୨୪ କ୍ୟାରେଟ୍ ରେ ୧୧୦ ଏବଂ ୧୮ କ୍ୟାରେଟ୍ ରେ ୮୦ ଟଙ୍କା ହ୍ରାସ ହୋଇଛି।  ସେପଟେ, ରୁପା କେଜି ପିଛା ୧୭୦୦ ଟଙ୍କା ଖସି ଦର ୮୫,୫୦୦ ଟଙ୍କାରେ ପହଞ୍ଚିଛି।