Advertisement
Photo Details/zeeodisha/odisha2383767
photoDetails0hindi

Rakhi Purnima 2024: ରାକ୍ଷୀ ପୂର୍ଣ୍ଣିମା ପାଇଁ ରାଜଧାନୀ ବଜାରରେ ମନମୋହୁଛି ଭଳିକି ଭଳି ରାକ୍ଷୀ, ଦେଖନ୍ତୁ କିଛି ଝଲକ

Raksha Bandhan 2024: ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ପର୍ବ ପାଇଁ ରାଜ୍ୟର ପ୍ରାୟ ସମସ୍ତ ରାକ୍ଷୀ ବଜାରରେ ମଧ୍ୟ ଭିଡ ମଧ୍ୟ ଦୃଶ୍ୟମାନ ହେଉଛି। ଏହି କ୍ରମରେ ରାଜ୍ୟ ରାଜଧାନୀ ଭୁବନେଶ୍ୱରେ ମଧ୍ୟ ଭଳିକି ଭଳି ରାକ୍ଷୀ ଦୋକାନ ସମେତ ଏହାକୁ କିଣିବାକୁ ଲୋକଙ୍କ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି।

 

1/7

ରାକ୍ଷୀ ପୂର୍ଣ୍ଣିମା ପର୍ବ ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଇଥାଏ । ତେବେ ଓଡ଼ିଶା ଛଡା ଅନ୍ୟ ରାଜ୍ୟମାନଙ୍କରେ ଏହି ଶ୍ରାବଣ ପୂର୍ଣ୍ଣିମାର ପର୍ବ ଭିନ୍ନ ରୀତିରେ ପାଳିତ ହେଇଆସୁଛି। ଆମ ରାଜ୍ୟରେ ରାକ୍ଷୀ ବା ଗହ୍ମା ପୂର୍ଣ୍ଣିମାକୁ ଭାଇ ଭାଉଣି ଆନନ୍ଦ ଉଲ୍ଲାସରେ ମନାଇଥାନ୍ତି।

2/7

ରାକ୍ଷୀ ପୂର୍ଣ୍ଣିମା ପର୍ବ ପାଇଁ ରାଜ୍ୟରେ ରାକ୍ଷୀ ବଜାରରେ ମଧ୍ୟ ଭିଡ ମଧ୍ୟ ଦୃଶ୍ୟମାନ ହେଉଛି। ଏହି ସମୟରେ ରାଜ୍ୟ ରାଜଧାନୀ ଭୁବନେଶ୍ୱରେ ମଧ୍ୟ ଭଳିକି ଭଳି ରାକ୍ଷୀ ଦୋକାନ ସମେତ ଏହାକୁ କିଣିବାକୁ ଲୋକଙ୍କ ଭିଡ ଦେଖିବାକୁ ମିଳିଛି।

 

3/7

ଦିନ କେଇଟା ପରେ ଏହି ଭାଇ ଭଉଣୀର ପବିତ୍ର ସମ୍ପର୍କର ପର୍ବ ରକ୍ଷା ବନ୍ଧନ ପାଳନ କରାଯିବ। ଏଥିପାଇଁ ଭୁବନେଶ୍ୱରକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଖୁଚୁରା ବ୍ୟବସାୟୀମାନେ ଏଠାକୁ ଆସି ରାକ୍ଷୀ ବ୍ୟବସାୟ କରି ଦୁଇ ପଇସା ଲାଭ କରିଥାନ୍ତି ।

 

4/7

ରାଜଧାନୀ ଭୁବନେଶ୍ୱର ସହରରେ ରାକ୍ଷୀକୁ ନେଇ ଅନେକ ହୋଲସେଲିଂ ବ୍ୟବସାୟ ରହିଛି ।  

 

5/7

ଏହି ହୋଲସେଲିଂ ମାର୍କେଟରେ ଚଳିତ ବର୍ଷ ଖୁଚୁରା ବ୍ୟବସାୟୀଙ୍କ ଗହଳି ମଧ୍ୟ ଦେଖିବାକୁ ମିଳିଛି।

 

6/7

ରାଜଧାନୀ ଭୁବନେଶ୍ୱର  ଚଳିତ ବର୍ଷ ବିଭିନ୍ନ ପ୍ରକାରର ରାକ୍ଷୀ ଦେଖିବାକୁ ମିଳିଛି। ଏଥିରେ ଧାନ ରାକ୍ଷୀ, ଷ୍ଟୋନ ରାକ୍ଷୀ, ଟ୍ରେଡିଂ ରାକ୍ଷୀ, ଜଗନ୍ନାଥ, ମୟୂର, ଲବଙ୍ଗ, ଚାଉଳ ରାକ୍ଷୀ, ବେସଲେଟ୍ ଆଦି ବିଭିନ୍ନ ଭେରାଇଟର ରାକ୍ଷୀ ବିକ୍ରି ହେଉଥିବା ନଜର ଆସିଛି ।

 

7/7

ରାଜ୍ୟର SHG ମହିଳା ମାନଙ୍କ ତିଆରି ରାକ୍ଷୀ ମଧ୍ୟ ରାକ୍ଷୀ ବଜାରେ ବିକ୍ରି ହେଉଥିବା ନଜର ଆସିଛି। ଏହୀକୁ ନେବା ପାଇଁ ଗ୍ରାହକଙ୍କ ମଧ୍ୟରେ ଉତ୍ସୁକତା ମଧ୍ୟ ଦେଖିବାକୁ ମିଳୁଛି।