Advertisement
Photo Details/zeeodisha/odisha1548247
photoDetails0hindi

ଇଣ୍ଟରନେଟ୍ ଓ ମଦ୍ୟପାନର ନିଶା ପାଇଁ ଦାୟୀ କିଏ? ଗବେଷଣାରେ ହେଲା ଏହି ଆଶ୍ଚର୍ଯ୍ୟଜନକ ଖୁଲାସା

Research: ଇଣ୍ଟରନେଟର ଓ ମଦ୍ୟପାନ ଏପରି ଏକ ଜିନିଷ ଯାହାର ଥରେ ନିଶା ଲାଗିଗଲେ, ଏଥିରୁ ମୁକ୍ତି ପାଇବା ଅତ୍ୟନ୍ତ କଷ୍ଟକର । କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହି ନିଶା କାହିଁକି ହୋଇଥାଏ । ୟୁରୋପରେ କରାଯାଇଥିବା ନୂଆ ଗବେଷଣାରେ ଏକ ଆଶ୍ଚର୍ଯ୍ୟଜନକ ଫଳାଫଳ ପ୍ରକାଶ ପାଇଛି, ଯେଉଁଥିରେ ମଦ୍ୟପାନ ଓ ଇଣ୍ଟରନେଟ୍ ନିଶା ପାଇଁ ମାନବର ଜିନକୁ ଦାୟୀ କରାଯାଇଛି । ବୈଜ୍ଞାନିକ ମାନେ ସେହି ଜିନ୍ ଆବିଷ୍କାର କରିଥିବା ଦାବି କରିଛନ୍ତି ।

1/6

2/6

ପର୍ସନାଲାଇଜଡ୍ ମେଡିସିନ୍ ପତ୍ରିକାରେ ପ୍ରକାଶିତ ଏହି ଗବେଷଣା ରିପୋର୍ଟରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ପ୍ରତ୍ୟେକ ଲୋକଙ୍କ ନିଶା ଜେନେଟିକ୍ ସହିତ ଜଡିତ, ଏହି ନିଶାଗୁଡ଼ିକ କେବଳ ଜିନ୍ ମାଧ୍ୟମରେ ପିତୃପୁରୁଷଙ୍କଠାରୁ ଉତ୍ତରାଧିକାରୀ ହୋଇଥାନ୍ତି, ସମୟ ସହିତ ଜିନ୍ ପରିବର୍ତ୍ତନ ହୁଏ, ଯେଉଁ କାରଣରୁ ଅଭ୍ୟାସରେ ପରିବର୍ତ୍ତନ ଆସିଥାଏ ।

3/6

4/6

ଏହି ଗବେଷଣା ପାଇଁ ହଙ୍ଗେରୀର ଏକ କଲେଜର ୩୦୦୩ ଯୁବକଙ୍କର DNA ନମୁନା ନିଆଯାଇଥିଲା । ଏଥିପାଇଁ ସେମାନଙ୍କୁ ଏକ ପ୍ରଶ୍ନପତ୍ର ଦିଆଯାଇଥିଲା, ଯେଉଁଥିରେ ସେମାନଙ୍କୁ ମଦ୍ୟପାନ, ଡ୍ରଗ୍ସ, ତମାଖୁ, ଅନଲାଇନ୍ ଗେମ୍, ଜୁଆ ଖେଳ, ଇଣ୍ଟରନେଟ୍ ବ୍ୟବହାର କରିବାର ପଦ୍ଧତି, ସମୟ ଇତ୍ୟାଦି ବିଷୟରେ ବିସ୍ତୃତ ସୂଚନା ଦେବାକୁ କୁହାଯାଇଥିଲା । ଏହି ଗବେଷଣାରେ ଏହା ପ୍ରକାଶ ପାଇଲା ଯେ ସମସ୍ତ ପ୍ରକାରର ଡ୍ରଗ୍ସ ୩୨ ପ୍ରକାରର ଜିନ୍ ସହିତ ଜଡିତ ।

5/6

ହଙ୍ଗେରୀର ସେମେଲୱିସ୍ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର କସାବା ବାଟା କହିଛନ୍ତି ଯେ ମନୁଷ୍ୟର ଯେକୌଣସି ଗୁଣର ୫୦ ରୁ ୭୦% ସେମାନଙ୍କର ଜିନ୍ ଯୋଗୁଁ ହୋଇଥାଏ, ସେ କହିଛନ୍ତି ଯେ ମଦ୍ୟପାନ ନିଶା ପାଇଁ ଫକ୍ସ-ଏନ 3 ଜିନ୍ ଦାୟୀ, ଯାହାର ଆରଏସ ୫୯୩୬୪ ସହ ସମ୍ପର୍କ ଅଛି । କାସାବାଙ୍କ ଅନୁଯାୟୀ, ଏହି ଗବେଷଣା ତାହା ଜାଣିବାରେ ସଫଳ ହେବ ଯେ କେଉଁ ଜିନ୍ ଦୁର୍ବଳ ହେଲେ ନିଶାର ଅଭ୍ୟାସ ଲାଗିପାରେ ।

6/6

ଅନ୍ୟ ଏକ ଗବେଷଣାରୁ ଜଣାପଡିଛି ଯେ ମଦ୍ୟପାନ ଅପେକ୍ଷା ଇଣ୍ଟରନେଟ୍ ଏକ ଖରାପ ନିଶା ଅଟେ । ଆନ୍ତର୍ଜାତୀୟ ଟେଲି ଯୋଗାଯୋଗ ୟୁନିଅନ୍ ଦ୍ୱାରା କରାଯାଇଥିବା ଏହି ଗବେଷଣା ଅନୁଯାୟୀ, ବିକଶିତ ଦେଶମାନଙ୍କରେ ଇଣ୍ଟରନେଟରେ ବ୍ୟସ୍ତ ଥିବା ୯୪% ଲୋକଙ୍କର ବୟସ ୧୫ ରୁ ୨୪ ବର୍ଷ ମଧ୍ୟରେ । ବିକାଶଶୀଳ ଦେଶଗୁଡିକର ୬୫% ରୁ ଅଧିକ ଯୁବକ ଏହା କରୁଛନ୍ତି ।