PM Kisan: ଆସନ୍ତାକାଲି କୋଟି କୋଟି ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ପିଏମ ମୋଦି
Advertisement
Article Detail0/zeeodisha/odisha1397479

PM Kisan: ଆସନ୍ତାକାଲି କୋଟି କୋଟି ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ପିଏମ ମୋଦି

PM Kisan Yojana: ପିଏମ କିସାନର ଦ୍ୱାଦଶ କିସ୍ତି ପାଇଁ ଅପେକ୍ଷା କରିଥିବା ହିତାଧିକାରୀଙ୍କ ପାଇଁ ଏକ ଖୁସି ଖବର ଅଛି । । ଦୀପାବଳି ପୂର୍ବରୁ ମୋଦି ସରକାର ସୋମବାର ଦିନ ଅର୍ଥାତ୍ ଆସନ୍ତାକାଲି ସାରା ଦେଶରେ ୧୨ କୋଟିରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଲେଖାଏଁ ଟ୍ରାନ୍ସଫର କରିବେ । 

ସୌଜନ୍ୟ -ସୋସିଆଲ ମିଡିଆ

PM Kisan 12th Installment: ପିଏମ କିସାନ ସମ୍ମାନ ନିଧି ଯୋଜନା ଅର୍ଥାତ ପିଏମ କିସାନର ଦ୍ୱାଦଶ କିସ୍ତି ପାଇଁ ଅପେକ୍ଷା କରିଥିବା ହିତାଧିକାରୀଙ୍କ ପାଇଁ ଏକ ଖୁସି ଖବର ଅଛି । ଦୀପାବଳି (Diwali) ପୂର୍ବରୁ ମୋଦି ସରକାର (Modi government) ସୋମବାର ଦିନ ଅର୍ଥାତ୍ ଆସନ୍ତାକାଲି ସାରା ଦେଶରେ ୧୨ କୋଟିରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଲେଖାଏଁ ଟ୍ରାନ୍ସଫର କରିବେ । ସୋମବାର ଦିନ ରାଜଧାନୀ ପୁସାସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନ (IARI) ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ସମ୍ମେଳନିକୁ (PM Kisan Samman Sammelan) ଉଦଘାଟନ କରିବେ ଓ ଏହି ଅବସରରେ ପିଏମ କିସାନ ଯୋଜନା ଅଧୀନରେ କୃଷକମାନଙ୍କୁ ୧୬,୦୦୦ କୋଟି ଟଙ୍କାର ଦ୍ୱାଦଶ କିସ୍ତି ପ୍ରଦାନ କରାଯିବ । କେନ୍ଦ୍ର କୃଷି ମନ୍ତ୍ରଣାଳୟ ଶନିବାର ଦିନ ଏକ ବୟାନରେ ଏହି ସୂଚନା ଦେଇଛି ।

ପିଏମ ମୋଦି ନିଜ ସରକାରର ଅଷ୍ଟମ ବାର୍ଷିକୀ ଅବସରରେ ମେ' ମାସରେ ହିମାଚଳ ପ୍ରଦେଶ ରାଜଧାନୀ ଶିମଲାରେ କିସାନ ସାମନ ନିଧିର ଏକାଦଶ କିସ୍ତିର ୨୧,୦୦୦ କୋଟି ଟଙ୍କା ମୁକ୍ତ କରିଥିଲେ । ମନ୍ତ୍ରଣାଳୟ କହିଛି, "ପ୍ରଧାନମନ୍ତ୍ରୀ ମୋଦି ଅକ୍ଟୋବର ୧୭ ରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ସମ୍ମେଳନ ୨୦୨୨ ନାମକ ଏକ ଦୁଇ ଦିନିଆ କାର୍ଯ୍ୟକ୍ରମର ଉଦଘାଟନ କରିବେ ଏବଂ କୃଷକ ତଥା କୃଷି ଷ୍ଟାର୍ଟଅପ୍, ଗବେଷଣାକାରୀ, ନୀତି ନିର୍ମାତା, ବ୍ୟାଙ୍କର୍ ଓ ଅନ୍ୟାନ୍ୟ ହିତାଧିକାରୀଙ୍କୁ ସମ୍ବୋଧିତ କରିବେ । ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ମାଧ୍ୟମରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ପିଏମ-କିସାନ ନାମକ ଏକ ଉଚ୍ଚକୋଟୀର ଯୋଜନା ଅନୁଯାୟୀ ପ୍ରଧାନମନ୍ତ୍ରୀ ୧୬,୦୦୦ କୋଟି ଟଙ୍କାର ଦ୍ୱାଦଶ କିସ୍ତି ମୁକ୍ତ କରିବେ ।"

ପ୍ରଧାନମନ୍ତ୍ରୀ କିସନ ସମ୍ମାନ ନିଧି ଯୋଜନା କ’ଣ?

ପ୍ରଧାନମନ୍ତ୍ରୀ କିସାନ୍ ସମ୍ମାନ୍ ନିଧି ଯୋଜନାର ଉଦ୍ଦେଶ୍ୟ ହେଉଛି ଗରିବ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା। କୃଷକଙ୍କ ଆୟ, ସମ୍ପତ୍ତି ଇତ୍ୟାଦିର ବିବରଣୀକୁ ଅନୁଧ୍ୟାନ କରି କେନ୍ଦ୍ର ସରକାର ପ୍ରତି ୪ ମାସରେ ୨୦୦୦ ଟଙ୍କା ଲେଖାଏଁ ଦେଉଛନ୍ତି । ଏହି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ଖାତାକୁ ଯାଉଛି । ଓଡିଶାର ପ୍ରାୟ ୨୫ ଲକ୍ଷ ୯୦ ହଜାର କୃଷକ, ପ୍ରଧାନମନ୍ତ୍ରୀ କିସନ ସମ୍ମାନ ନିଧି ଯୋଜନାର ଲାଭ ପାଉଛନ୍ତି । ସାରା ଦେଶରେ ସାଢେ ନଅ କୋଟିରୁ ଊର୍ଦ୍ଧ୍ୱ କୃଷକ ପିଏମ କିସାନରେ ସହାୟତା ପାଉଛନ୍ତି ।

ଏହିପରି ଚେକ୍ କରନ୍ତୁ ହିତାଧିକାରୀ ତାଲିକାରେ ନିଜର ନାମ

୧. ଆପଣଙ୍କର କିସ୍ତିର ସ୍ଥିତି ଦେଖିବାକୁ ଆପଣ ପ୍ରଥମେ ୱେବସାଇଟ  (https://pmkisan.gov.in/) କୁ ଯାଆନ୍ତୁ ।

୨. ଏହା ପରେ ଡାହାଣ ପାର୍ଶ୍ୱରେ ଥିବା କୃଷକ କର୍ନର (Farmers Corner) ରେ କ୍ଲିକ୍ କରନ୍ତୁ ।

୩. ବର୍ତ୍ତମାନ ହିତାଧିକାରୀ ସ୍ଥିତି ବିକଳ୍ପ (Beneficiary Status) ଉପରେ କ୍ଲିକ୍ କରନ୍ତୁ ।

୪. ବର୍ତ୍ତମାନ ଆପଣଙ୍କ ପାଖରେ ଏକ ନୂତନ ପେଜ୍ ଖୋଲିବ ।

୫. ଏଠାରେ ଆପଣ ଆପଣଙ୍କର ଆଧାର ନମ୍ବର, ମୋବାଇଲ୍ ନମ୍ବର ପ୍ରବେଶ କରନ୍ତୁ ।

୬. ଏହା ପରେ ଆପଣ ଆପଣଙ୍କର ସ୍ଥିତି ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇବେ ।

ଏହା ବି ପଢ଼ନ୍ତୁ: Nirmala Sitharaman on Indian rupee: ଟଙ୍କା ଦୁର୍ବଳ ନୁହେଁ ବରଂ ଡଲାର ହୋଇଛି ଶକ୍ତିଶାଳୀ