PM Kisan Samman Nidhi: ଆଜି ମିଳିବ ଚାଷୀଙ୍କୁ ଟଙ୍କା, ସରକାର ଦେଲେ କେତେ, ମିଳିଲା କେତେ
Advertisement
Article Detail0/zeeodisha/odisha2296947

PM Kisan Samman Nidhi: ଆଜି ମିଳିବ ଚାଷୀଙ୍କୁ ଟଙ୍କା, ସରକାର ଦେଲେ କେତେ, ମିଳିଲା କେତେ

PM Kisan Samman Nidhi: ଓଡ଼ିଶାରେ ଏହି ଯୋଜନାକୁ ଆଜି କୃଷକ ସମ୍ମାନ ଦିବସ ଭାବେ ପାଳନ କରାଯିବ।  ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନେ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟ ତଥା କେଭିକେରେ ଉପସ୍ଥିତ ରହି ଏହି ଦିବସ ପାଳନ କରିବା ସହ ଅର୍ଥ ସ୍ଥାନାନ୍ତରଣର ଶୁଭାରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ମୋହନ ମାଝି ଏବଂ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ବରଗଡ଼ ଜିଲ୍ଲାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ।

PM Kisan Samman Nidhi: ଆଜି ମିଳିବ ଚାଷୀଙ୍କୁ ଟଙ୍କା, ସରକାର ଦେଲେ କେତେ, ମିଳିଲା କେତେ

PM Kisan Samman Nidhi: କେନ୍ଦ୍ର ସରକାରଙ୍କ ‘କୃଷକ ସମ୍ମାନ ନିଧି’ ଯୋଜନାରେ ଆଜି ଚାଷୀଙ୍କ ଆକାଉଣ୍ଟଙ୍କୁ ସିଧାସଳଖ ଟଙ୍କା ପଠାଯିବ। ଓଡ଼ିଶାରେ ଏହି ଯୋଜନାକୁ ଆଜି କୃଷକ ସମ୍ମାନ ଦିବସ ଭାବେ ପାଳନ କରାଯିବ।  ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନେ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟ ତଥା କେଭିକେରେ ଉପସ୍ଥିତ ରହି ଏହି ଦିବସ ପାଳନ କରିବା ସହ ଅର୍ଥ ସ୍ଥାନାନ୍ତରଣର ଶୁଭାରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ମୋହନ ମାଝି ଏବଂ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ବରଗଡ଼ ଜିଲ୍ଲାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର କୋଟି କୋଟି କୃଷକଙ୍କ ଆକାଉଣ୍ଟକୁ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧିର ୧୭ତମ କିସ୍ତି ଟ୍ରାନ୍ସଫର କରିବେ। ଏଥର ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ବାରାଣାସୀରୁ କୃଷକମାନଙ୍କ ଆକାଉଣ୍ଟକୁ ଏହି କିସ୍ତି ରିଲିଜ୍ କରିବେ। କୃଷକ ଭାଇମାନେ ଏହି କିସ୍ତି ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ, ଯାହା ବର୍ତ୍ତମାନ ଶେଷ ହେବାକୁ ଯାଉଛି।

ଏହି ଯୋଜନା ମାଧ୍ୟମରେ କୃଷକମାନଙ୍କୁ ପ୍ରତିବର୍ଷ ୬,୦୦୦ ଟଙ୍କା ଆର୍ଥିକ ସହାୟତା ଦିଆଯାଉଛି। କୃଷକ ଭାଇମାନେ ଏହି ଟଙ୍କା ନିଜ ଚାଷରେ ବ୍ୟବହାର କରନ୍ତି। ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାକାଲି ୯.୨୬ କୋଟିରୁ ଅଧିକ ହିତାଧିକାରୀଙ୍କୁ କିସ୍ତି ଆକାରରେ ୨,୦୦୦ କୋଟି ଟଙ୍କା ଲେଖାଏଁ ପ୍ରଦାନ କରିବେ। ୨୮ ଫେବୃଆରୀରେ ପ୍ରଧାନମନ୍ତ୍ରୀ ୧୬ତମ କିସ୍ତି ରିଲିଜ୍ କରିଥିଲେ। ପ୍ରତି ଚାରି ମାସରେ କିସ୍ତିଗୁଡ଼ିକ ରିଲିଜ୍ ହୁଏ। ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଲାଭ ପାଇବା ପାଇଁ କୃଷକମାନଙ୍କ ପାଇଁ ଇ-କେଇସି କରି ରଖିବା ଆବଶ୍ୟକ। ଅଧିକ ବିବରଣୀ ଯାଞ୍ଚ କରିବାକୁ, ପ୍ରାର୍ଥୀମାନେ ଏହି ଯୋଜନା ସହିତ ଜଡିତ ୱେବସାଇଟର ସାହାଯ୍ୟ ନେଇପାରିବେ।

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ଲାଭ ପାଇବାକୁ ହେଲେ କୃଷକଙ୍କ ଜମି ରେକର୍ଡ, ବ୍ୟାଙ୍କ ଆକାଉଣ୍ଟରେ ଆଧାର ଲିଙ୍କ ଓ PM Kisan ପୋର୍ଟାଲରେ eKYC କାର୍ଯ୍ୟ କରି ରଖିବା ଆବଶ୍ୟକ। PM Kisan Yojana ପଞ୍ଜୀକରଣ ସ୍ଥିତିକୁ ମଧ୍ୟ ଚେକ୍ କରନ୍ତୁ। ଭୁଲ ତଥ୍ୟ ଥିଲେ ତୁରନ୍ତ ଠିକ୍ କରନ୍ତୁ।

ଆପଣ ଏହି ଉପାୟରେ ଯାଞ୍ଚ କରିପାରିବେ:

ପ୍ରଥମ ଷ୍ଟେପ୍: ସର୍ବପ୍ରଥମେ, କୃଷକମାନେ PM-Kisan ର ଅଫିସିଆଲ୍ ପୋର୍ଟାଲରେ ଲଗ୍ ଇନ୍ କରିବାକୁ pmkisan.gov.in କୁ ଯାଆନ୍ତୁ।

ଷ୍ଟେପ୍ ୨: ଏହାପରେ ପିଏମ କିଷାନ ହୋମପେଜରେ 'Kisan Corner' ସେକ୍ସନ ଦେଖନ୍ତୁ।

ଷ୍ଟେପ୍ ୩: ବର୍ତ୍ତମାନ କୃଷକ ନୂଆ ପେଜ୍ ରେ ଥିବା 'Beneficiary Status' ବିକଳ୍ପ ଉପରେ କ୍ଲିକ୍ କରନ୍ତୁ।

ଷ୍ଟେପ୍ ୪: ଏହା ପରେ ପ୍ରାର୍ଥୀଙ୍କୁ ନିଜର ଆଧାର ନମ୍ବର, ବ୍ୟାଙ୍କ ଆକାଉଣ୍ଟ ନମ୍ବର କିମ୍ବା ମୋବାଇଲ୍ ନମ୍ବର ଭଳି ଆବଶ୍ୟକୀୟ ବିବରଣୀ ଏଣ୍ଟ୍ରି କରିବାକୁ ପଡିବ।

ଷ୍ଟେପ୍ ୫: ଏହାପରେ କୃଷକ 'Get Report' ଉପରେ କ୍ଲିକ୍ କରନ୍ତୁ।

ଷ୍ଟେପ୍ ୬: ଏହା ପରେ କୃଷକଙ୍କ ଆବେଦନ ଓ ଦେୟ ସ୍ଥିତି ଆପଣ ଦେଖିପାରିବେ।