)
PM Modi in Gujarat: ରବିବାର (୨୫ ଫେବୃଆରୀ ୨୦୨୪)ରେ ଗୁଜରାଟ ଗସ୍ତରେ ଯାଇ ଶଙ୍କରାଚାର୍ଯ୍ୟ ସ୍ୱାମୀ ସଦାନନ୍ଦ ସରସ୍ୱତୀ ମହାରାଜଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶଙ୍କରାଚାର୍ଯ୍ୟଙ୍କ ସହିତ ପ୍ରାୟ ୨୦ ମିନିଟ୍ ଧରି ଆଲୋଚନା ହୋଇଥିଲା । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଗୁଜୁରାଟର ପ୍ରସିଦ୍ଧ ଭଗବାନ କୃଷ୍ଣ ମନ୍ଦିରରେ ଦର୍ଶନ କରିବା ସହ ପ୍ରାର୍ଥନା କରିଥିଲେ। ଗୁଜୁରାଟରେ ଗୋମତି ନଦୀ ଏବଂ ଆରବ ସାଗର ମୁହାଣରେ ଅବସ୍ଥିତ ଥିବା ଭଗବାନ କୃଷ୍ଣଙ୍କ ଏହି ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ତୀର୍ଥସ୍ଥାନ । ଚାରୋଟି ଧାମ ମଧ୍ୟରୁ ଏହାକୁ ଅନ୍ୟତମ ବୋଲି ବିବେଚନା କରାଯାଇଥାଏ ।
ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, "ମୁଁ ଭକ୍ତିର ସହିତ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନରେ ପ୍ରଭୁଙ୍କୁ ପ୍ରଣାମ କରୁଛି । ଭଗବାନ କୃଷ୍ଣ ଦେବଭୂମୀ ଦ୍ୱାରକାଠାରେ ଦ୍ୱାରକାଧିଶ ରୂପରେ ରୁହନ୍ତି। ସବୁକିଛି ପ୍ରଭୁଙ୍କ ଇଚ୍ଛା ଅନୁସାରେ ଘଟିଥାଏ । ପିଏମ ମୋଦୀ ସମୁଦ୍ର ଭିତରକୁ ଯାଇ ପ୍ରାଚୀନ ଦ୍ୱାରକାଜୀଙ୍କର ଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ "ମୁଁ ଗଭୀର ସମୁଦ୍ର ଭିତରକୁ ଯାଇ ପ୍ରାଚୀନ ଦ୍ୱାରକା ଜୀଙ୍କ ଦର୍ଶନ କରିଛି । ପ୍ରତ୍ନତତ୍ତ୍ୱ ବିଶେଷଜ୍ଞମାନେ ଅନେକ ତଥ୍ୟ ସାମ୍ନାକୁ ଆଣିଛନ୍ତି ଯାହା ସମୁଦ୍ରରେ ବୁଡି ରହିଛି। କୁହାଯାଏ ଭଗବାନ ବିଶ୍ୱକର୍ମା ନିଜେ ଏହି ଦ୍ୱାରକା ସହରକୁ ନିର୍ମାଣ କରିଛନ୍ତି।"
Post-
#WATCH | Prime Minister Narendra Modi went underwater, in the deep sea, and prayed at the site where the submerged city of Dwarka is. pic.twitter.com/J7IO4PyWow
— ANI (@ANI) February 25, 2024
ସୁଦର୍ଶନ ବ୍ରିଜ୍ ଉଦଘାଟନ
ଗୁଜୁରାଟର ପଞ୍ଚକୁଇରେ ସ୍କୁବା ଡାଇଭିଂ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଗଭୀର ସମୁଦ୍ରକୁ ଯାଇ ପ୍ରାଚୀନ ଦ୍ୱାରକାଜୀଙ୍କୁ ଦେଖିବା ତାଙ୍କ ପାଇଁ ଏକ ଐଶ୍ୱରୀୟ ଅନୁଭୂତି। ଦ୍ୱାରକା ଦ୍ୱୀପ ନିକଟ ଦ୍ୱାର୍କା ଉପକୂଳରେ ସ୍କୁବା ଡାଇଭିଂ କରି ଲୋକମାନେ ପ୍ରାଚୀନ ଦ୍ୱାର୍କାଙ୍କ ଅବଶିଷ୍ଟାଂଶ ସମୁଦ୍ରରେ ବୁଡ଼ି ରହିଥିବାର ଦେଖିପାରିବେ ଯାହାକୁ ପ୍ରତ୍ନତତ୍ତ୍ୱବିତ୍ମାନେ ଖନନ କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି, " ଆଜି ମତେ ସୁଦର୍ଶନ ବ୍ରିଜ ଉଦ୍ଘାଟନ କରିବାର ସୌଭାଗ୍ୟ ମିଳିଛି । ଛଅ ବର୍ଷ ପୂର୍ବେ ମତେ ଭିତ୍ତି ପ୍ରସ୍ତର ସ୍ଥାପନ କରିବାର ସୁଯୋଗ ମିଳିଥିଲା। ଏହି ସେତୁ ଦ୍ୱାରକାଧିଶଙ୍କ ଦର୍ଶନକୁ ଆହୁରି ସହଜ କରିଦେବ । "