Ayodhya Ram Mandir: ପ୍ରାଣ ପ୍ରତିଷ୍ଠା ଅବସରରେ ୧୧ ଦିନର ଉପବାସ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
Advertisement
Article Detail0/zeeodisha/odisha2073244

Ayodhya Ram Mandir: ପ୍ରାଣ ପ୍ରତିଷ୍ଠା ଅବସରରେ ୧୧ ଦିନର ଉପବାସ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

PM Narendra Modi observed 11 days fasting:  ଅଯୋଧ୍ୟ ରାମ ମନ୍ଦିରରେ ଆୟୋଜିତ ହୋଇଥିବା ପ୍ରାଣ ପ୍ରତିଷ୍ଠା ସମାରୋହ ଅବସରରେ ନିଜର ୧୧ ଦିନର ଉପବାସ ଭାଙ୍ଗିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

 

Ayodhya Ram Mandir: ପ୍ରାଣ ପ୍ରତିଷ୍ଠା ଅବସରରେ ୧୧ ଦିନର ଉପବାସ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

PM Narendra Modi break his 11 days fast: ଜାନୁଆରୀ ୨୨ ତାରିଖ ସୋମବାର ଅଯୋଧ୍ୟା ସ୍ଥିତ ରାମ ମନ୍ଦିରରେ ହୋଇସାରିଛି ପ୍ରାଣ ପ୍ରତିଷ୍ଠା। ଶେଷରେ ରାମ ମନ୍ଦିର ସେହି ସ୍ଥାନରେ ନିର୍ମାଣ କରାଯାଇଥିଲା ଯେଉଁଠାରେ ପ୍ରତିଜ୍ଞା ହୋଇଥିଲା। ସୋମବାର ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇସାରିଛି ଅଯୋଧ୍ୟା ରାମ ମନ୍ଦିର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦତ୍ୟନାଥଙ୍କ ସମେତ ସାଧୁ ସନ୍ଥ ସମାଜର ଉପସ୍ଥିତିରେ ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା କରିବାର ଐତିହାସିକ ରୀତିନୀତି ସମ୍ପନ୍ନ ହୋଇଛି। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଗଠନ ମୁଖ୍ୟ ମୋହନ ଭାଗବତଙ୍କ ଉପସ୍ଥିତିରେ ପ୍ରାଣ ପ୍ରତିଷ୍ଠା ରୀତିନୀତି ସମ୍ପନ୍ନ ହୋଇଥିଲା। ରୀତିନୀତି ସମାପ୍ତ ହେବା ମାତ୍ରେ ପ୍ରଧାନମନ୍ତ୍ରୀ ମୋଦି ନିଜର ଉପବାସ ଭାଙ୍ଗିଥିଲେ। ମହନ୍ତ ଗୋବିନ୍ଦ ଦେବ ଗିରି ପ୍ରଧାନମନ୍ତ୍ରୀଙ୍କ ଉପବାସ ଭାଙ୍ଗିଥିଲେ।

ପ୍ରଧାନମନ୍ତ୍ରୀ ମୋଦି ପ୍ରାଣ ପ୍ରତିଷ୍ଠା ରୀତିନୀତି ପରେ ମଞ୍ଚରେ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ହଜାର ହଜାର ଅତିଥି ତାଙ୍କୁ ସ୍ୱାଗତ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟତୀତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଗଠନ ମୁଖ୍ୟ ମୋହନ ଭାଗବତ ପ୍ରମୁଖ ମଞ୍ଚରେ ଉପସ୍ଥିତ ରହିଥିଲେ। ଏହି ସମୟରେ ମଞ୍ଚରୁ କଥା ହେଉଥିବା ବେଳେ ମହନ୍ତ ଗୋବିନ୍ଦ ଦେବ ଗିରି ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପବାସ ଭାଙ୍ଗିଥିଲେ। ଏନେଇ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ୩ ଦିନ ଉପବାସ କରିବାକୁ କୁହାଯାଇଥିଲା। ହେଲେ ପ୍ରଧାନମନ୍ତ୍ରୀ ମୋଦି ୧୧ ଦିନ ଉପବାସ କରିଥିଲେ।

୧୧ ଦିନ ଧରି ଚାଲିଥିଲା ରୀତିନୀତି 
ମହନ୍ତ ଗୋବିନ୍ଦ ଦେବ ଗିରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଞ୍ଚରୁ ପ୍ରଶଂସାରେ ପୋତି ଦେଇଥିଲେ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚ୍ଚନା କରିଥିଲେ। ଏହା ପରେ ରାମଲାଲାଙ୍କ ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା ରୀତିନୀତି ସମ୍ପନ୍ନ ହୋଇଥିଲା। ଆପଣଙ୍କୁ କହିରଖୁଛୁ ଯେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ୧୧ ଦିନ ଧରି ରୀତିନୀତି କରିଥିଲେ। ନିୟମ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପବାସ କରିଥିଲେ। ସେ ଦିନକୁ ମାତ୍ର ୨ ଥର ପଇଡ଼ ପାଣି ପିଉଥିଲେ। କେବଳ ସେତିକି ନୁହେଁ ୧୧ ଦିନର ରୀତିନୀତି କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଦେଶର ଅନେକ ମନ୍ଦିର ପରିଦର୍ଶନ କରି ସେଠାରେ ପ୍ରାର୍ଥନା କରିଥିଲେ।

ଅଯୋଧ୍ୟ ରାମ ମନ୍ଦିର ଗର୍ଭଗୃହରେ ବିରାଜମାନ ହେଲେ ପ୍ରଭୁ ଶ୍ରୀରାମ
ସୋମବାର ପ୍ରାଣ ପ୍ରତିଷ୍ଠା ହୋଇସାରିବା ପରେ ଅଯୋଧ୍ୟା ସ୍ଥିତ ରାମ ମନ୍ଦିରର ଗର୍ଭଗୃହରେ ବିରାଜମାନ କରିଛନ୍ତି ପ୍ରଭୁ ଶ୍ରୀରାମ। ପ୍ରାଣ ପ୍ରତିଷ୍ଠା ଅନୁଷ୍ଠାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସଂଘ ମୁଖ୍ୟ ମୋହନ ଭାଗବତ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯଜମାନ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପ୍ରତିମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା କରିଥିଲେ। ଏହି ବିଶାଳ ତଥା ଇଶ୍ୱରୀୟ ସମାରୋହର ସମଗ୍ର ଦେଶ ସାକ୍ଷୀ ହୋଇଥିଲା। ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହରେ ବିଭିନ୍ନ କ୍ଷେତ୍ରର ଅନେକ ଜଣାଶୁଣା ବ୍ୟକ୍ତିତ୍ୱ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଶ ବିଦେଶରେ ହୋଇଥିଲା।