PM Modis Brother Accident: ଦୁର୍ଘଟଣାର ସମ୍ମୁଖୀନ ହେଲା ମୋଦିଙ୍କ କାର
Advertisement
Article Detail0/zeeodisha/odisha1503755

PM Modis Brother Accident: ଦୁର୍ଘଟଣାର ସମ୍ମୁଖୀନ ହେଲା ମୋଦିଙ୍କ କାର

prahlad modi car accident:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ଭାଇ ପ୍ରହ୍ଲାଦ ମୋଦି ନିଜ ପତ୍ନୀ, ପୁଅ, ବୋହୂ, ନାତି ସହ ବାନ୍ଦୀପୁରା ଅଭିମୁଖେ ଯାତ୍ରା କରୁଥିଲେ। ସେମାନେ ଏକ ମର୍ସିଡିଜ ବେଞ୍ଜ କାର ଯୋଗେ ଯାତ୍ରା କରୁଥିଲେ। ହେଲେ ଦ୍ୱିପ୍ରହର ସମୟରେ କାର ରୋଡ ଡିଭାଇଡର୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। 

PM Modis Brother Accident: ଦୁର୍ଘଟଣାର ସମ୍ମୁଖୀନ ହେଲା ମୋଦିଙ୍କ କାର

PM Modis Brother Car Accident: ମଙ୍ଗଳବାର ଅପରାହ୍ନରେ ଦୁର୍ଘଟଣାଗ୍ରସ୍ତ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦିଙ୍କ କାର। କର୍ଣ୍ଣାଟକ ମହୀଶୂର ଠାରେ ପ୍ରହ୍ଲାଦ ମୋଦିଙ୍କ କାର  ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ପ୍ରହ୍ଲାଦ ମୋଦୀ ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟ ଆହତ ହୋଇଛନ୍ତି। କାର ରୋଡ ଡିଭାଇଡର ସହ ପିଟି ହେବା ପରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହି ଘଟଣାରେ ସମସ୍ତ ଆହତ ମହୂଶୂରସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ଘଟଣାରେ ମିଳିଥିବା ଖବର ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (Prime Minister Narendra Modi) ବଡ଼ ଭାଇ ପ୍ରହ୍ଲାଦ ମୋଦି (Prahlad Modi) ନିଜ ପତ୍ନୀ, ପୁଅ, ବୋହୂ, ନାତି ସହ ବାନ୍ଦୀପୁରା ଅଭିମୁଖେ ଯାତ୍ରା କରୁଥିଲେ। ସେମାନେ ଏକ ମର୍ସିଡିଜ ବେଞ୍ଜ କାର ଯୋଗେ ଯାତ୍ରା କରୁଥିଲେ। ହେଲେ ଦ୍ୱିପ୍ରହର ସମୟରେ କାର ରୋଡ ଡିଭାଇଡର୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ସମୟରେ ପ୍ରହ୍ଲାଦ ମୋଦିଙ୍କ କନଭୟ ମଧ୍ୟ ତାଙ୍କ ସହ ଯାତ୍ରା କରୁଥିଲା।

ଘଟଣାସ୍ଥଳରୁ ମିଳିଥିବା ଭିଜୁଆଲ ଅନୁସାରେ ଏହି ଦୁର୍ଘଟଣାରେ ତାଙ୍କ ଗାଡ଼ିର ଆଗ ଭାଗ ଗୁରୁତର କ୍ଷତିଗ୍ରସ୍ତ ହୋଇଛି। କାର ବୋନେଟ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଘଟଣାରେ ପ୍ରହ୍ଲାଦ ମୋଦିଙ୍କ ନାତିର ଗୋଡ ଭାଙ୍ଗି ଯାଇଥିବା ବେଳେ ଅନ୍ୟ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ମହୀଶୂର ଜେଏସ ହସ୍ପିଟାଲ (Mysore JSS Hospital) ଠାରେ ଭର୍ତ୍ତି କରାଯାଇଛି।

ପୋଲିସ ସୂଚନା ଅନୁସାରେ ଏହି ଘଟଣାରେ କେହି ଗୁରୁତର ଆହତ ହୋଇନାହାଁନ୍ତି। ଦ୍ୱିପ୍ରହର ସମୟ ପ୍ରାୟ ସାଢେ ଗୋଟାଏ ବେଳେ କଡାକୋଲା ନିକଟରେ ଏହି ଘଟଣା ଘଟିଥିଲା। ​​ଯେତେବେଳେ ସେମାନଙ୍କ କାର ବାନ୍ଦୀପୁର ରାସ୍ତାରେ ରୋଡ ଡିଭାଇଡର ସହ ପିଟି ହୋଇଥିଲା। ନ୍ୟୁଜ ଏଜେନ୍ସି ପିଟିଆଇ ସୂତ୍ରରୁ ପ୍ରକାଶ ଯେ ମହୀଶୂରୁ ପୋଲିସ ଅଧୀକ୍ଷକ ସୀମା ଲଟକର ଘଟଣାସ୍ଥଳ ଏବଂ ଡାକ୍ତରଖାନା ପରିଦର୍ଶନ କରିଛନ୍ତି।