ହିନ୍ଦନ ଏୟାରବେସରେ ଶେଖ ହସିନାଙ୍କ ବିମାନ ! ଏବେ କଣ ରହିବ ରଣନୀତି ?
Advertisement
Article Detail0/zeeodisha/odisha2369785

ହିନ୍ଦନ ଏୟାରବେସରେ ଶେଖ ହସିନାଙ୍କ ବିମାନ ! ଏବେ କଣ ରହିବ ରଣନୀତି ?

ବାଂଲାଦେଶରେ ଅବସ୍ଥା ଖରାପ ହେଉଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ଢାକା ଅଭିମୁଖେ ଉଡାଣ ବାତିଲ କରିଥିବା ସୂଚନା ମିଳିଛି । 

ହିନ୍ଦନ ଏୟାରବେସରେ ଶେଖ ହସିନାଙ୍କ ବିମାନ ! ଏବେ କଣ ରହିବ ରଣନୀତି ?

PM Sheikh Hasina: ବାଂଲାଦେଶରେ ଅନେକ ଦିନ ଧରି ଚାଲିଥିବା ହିଂସାତ୍ମକ ବିରୋଧ ଆଜି ତୀବ୍ର ହୋଇଛି। ହଜାର ହଜାର ବିକ୍ଷୋଭକାରୀ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଯାତ୍ରା କରିଥିଲେ। ଏହା ପରେ ସେନାର ପରାମର୍ଶ କ୍ରମେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡିଥିଲେ । ଶେଖ ହସିନାଙ୍କ ଇସ୍ତଫା ଏବଂ ଦେଶ ଛାଡିବା ପରେ ବାଂଲାଦେଶରେ ଅରାଜକତା ପରିସ୍ଥିତି ଦେଖାଦେଇଛି। ସେଠାରେ ହଜାର ହଜାର ଲୋକ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଦଖଲ କରି ଏହାକୁ ଭଙ୍ଗାରୁଜା କରିଥିଲେ । ଏଥିସହ ଅନେକ ଜିନିଷ ଲୁଟି ନେଇଥିଲେ ।

ବାଂଲାଦେଶର ଅସ୍ଥିର ପରିସ୍ଥିତି ଏବଂ ଶେଖ ହସିନା ହିନ୍ଦନ ଏୟାରବେସରେ ପହଞ୍ଚିବା ପରେ ଭାରତ ଏହି ପ୍ରସଙ୍ଗରେ ତୀକ୍ଷ୍ଣ ନଜର ରଖିଛି। ବୈଦେଶିକ ମନ୍ତ୍ରୀ ପୁରା ଘଟଣା ବିଷୟରେ ଅବଗତ ରହିଛନ୍ତି । ବାଂଲାଦେଶରେ ଅବସ୍ଥା ଖରାପ ହେଉଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ଢାକା ଅଭିମୁଖେ ଉଡାଣ ବାତିଲ କରିଥିବା ସୂଚନା ମିଳିଛି । ଏୟାର ଇଣ୍ଡିଆ ନିଜ ବିବୃତ୍ତିରେ କହିଛି ଯେ, ବାଂଲାଦେଶରେ ଉପୁଜିଥିବା ସ୍ଥିତିକୁ ନିରନ୍ତର ନଜର ରଖାଯାଇଛି। ଯାତ୍ରୀମାନଙ୍କ ସୁରକ୍ଷା ହେଉଛି କମ୍ପାନୀର ପ୍ରଥମ ପ୍ରାଥମିକତା । ତେଣୁ ବର୍ତ୍ତମାନ ଭାରତରୁ ଢାକା ଏୟାର ଇଣ୍ଡିଆର ବିମାନ ଚଳାଚଳ ବନ୍ଦ ରହିଛି। ଏଥିସହ ଯାତ୍ରୀମାନଙ୍କୁ ନିଜର ଟିକଟ ଟଙ୍କା ଫେରସ୍ତ କରାଯିବ ।

ବାଂଲାଦେଶ ଛାଡିବା ପରେ ଅଗରତାଲାରେ ପହଞ୍ଚିଥିବା ଶେଖ ହସିନାଙ୍କ ବିମାନ ବର୍ତ୍ତମାନ ଗାଜିଆବାଦର ହିନ୍ଦନ ଏୟାରବେସରେ ଅବତରଣ କରିଛି। ସେ ସେଠାରୁ ଦିଲ୍ଲୀରେ ପହଞ୍ଚିବା ପରେ ଲଣ୍ଡନ ଅଭିମୁଖେ ଯାଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଅନ୍ୟପଟେ ଦିଲ୍ଲୀରେ ବାଂଲାଦେଶ ଦୂତାବାସର ସୁରକ୍ଷା ବୃଦ୍ଧି କରାଯାଇଛି। ଦିଲ୍ଲୀ ପୋଲିସ ଦ୍ୱାରା ଦୂତାବାସ ବାହାରେ ଅତିରିକ୍ତ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି। 

Also Read- କେନ୍ଦୁଝରର ଯୋଡ଼ାଠାରେ ୩ଜଣଙ୍କ ମୃତ, ୨ ଲକ୍ଷ ଲେଖାଏଁ ସହାୟତା