ପ୍ରକୃତିଙ୍କ ଟୁଙ୍ଗୁରୁ ବାଣୀ...
Advertisement
Article Detail0/zeeodisha/odisha1272229

ପ୍ରକୃତିଙ୍କ ଟୁଙ୍ଗୁରୁ ବାଣୀ...

 ଆମେ ଏଭଳି ଏକ ସମାଜରେ ବଞ୍ଚୁଛୁ ଯେଉଁଠାରେ ଲୋକମାନେ ସାହାଯ୍ୟ କରିବା ମନୋବୃତ୍ତି ବଦଳରେ ପରିସ୍ଥିତିର ମଜା ନେବାକୁ ଅଧିକ ଗୁରୁତ୍ତ୍ୱ ଦେଇଥାନ୍ତି। ଗତକାଲିର ଭିଡ଼ିଓ ଦେଖି ଅନେକ ତାହାର ମଜା ନେଉଥିବାର ଦେଖିବାକୁ ମିଳିଛି।

ପ୍ରକୃତିଙ୍କ ଟୁଙ୍ଗୁରୁ ବାଣୀ...

ଭୁବନେଶ୍ୱର: ପୁଣି ଆଉ ଏକ ଷ୍ଟାର କଳି (Star Fight) ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ବାବୁସାନ (Babushaan Mohanty) ଓ ପ୍ରକୃତିଙ୍କୁ (Prakruti Mishra) ଅପରାଜିତାଙ୍କ (Aparajita Mohanty) ବୋହୂ ତଥା ବାବୁସାନଙ୍କ ପତ୍ନୀ ତୃପ୍ତି (Trupti Satpathy) ବିଚ ରାସ୍ତାରେ ଧରିବା ପରେ କନ୍ଦଳ ପଦାକୁ ଆସିଛି। ବାବୁସାନ (Babushaan Mohanty) ଓ ପ୍ରକୃତିଙ୍କୁ (Prakruti Mishra) ନେଇ ଏବେ ଅନେକ କଥା ସର୍ବସାଧାରଣରେ ଚର୍ଚ୍ଚା ହେଉଛି। କେଉଁଠାରେ ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ବାବୁସାନଙ୍କ ନିଶା, ପ୍ରକୃତିଙ୍କ ବ୍ଲାକମେଲ ମଧ୍ୟ ଆଲୋଚନାକୁ ଖୋରାକ ଯୋଗାଇଛି। ତେବେ ଘଟଣାକୁ କିଛି ଘଣ୍ଟା ନ ପୁରୁଣୁ ଉଭୟ ପରିବାର ସଦସ୍ୟଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। 

ଗତକାଲି ବିଳମ୍ବିତ ରାତିରେ ବାବୁସାନ ଚେନ୍ନାଇରେ ଥିବା ବେଳେ ନିଜର ପ୍ରତିକ୍ରିୟା ରଖିଥିବା ବେଳେ ଆଜି ପ୍ରକୃତି ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନିଜ ମନ୍ତବ୍ୟରେ ବେଶ କ୍ଷୋଭ ପ୍ରକାଶ କରିଥିବା ବେଳେ ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ଉପରେ ବର୍ଷିଛନ୍ତି ପ୍ରକୃତି। 

ଚେନ୍ନାଇରୁ ପ୍ରକୃତି କହିଛନ୍ତି କି ଆମେ ଏଭଳି ଏକ ସମାଜରେ ବଞ୍ଚୁଛୁ ଯେଉଁଠାରେ ଲୋକମାନେ ସାହାଯ୍ୟ କରିବା ମନୋବୃତ୍ତି ବଦଳରେ ପରିସ୍ଥିତିର ମଜା ନେବାକୁ ଅଧିକ ଗୁରୁତ୍ତ୍ୱ ଦେଇଥାନ୍ତି। ଗତକାଲିର ଭିଡ଼ିଓ ଦେଖି ଅନେକ ତାହାର ମଜା ନେଉଥିବାର ଦେଖିବାକୁ ମିଳିଛି। ପରିସ୍ଥିତିରୁ ମୁକୁଳିବା ପାଇଁ ମୁଁ କାଲି ସାହାଯ୍ୟ ମାଗିଥିଲି। କିନ୍ତୁ ଲୋକମାନ ମୋ ସ୍ଥିତିର ମଜା ନେଇଥିଲେ ଆଉ ସେଲଫି ନେଇଥିଲେ। 

ସେ ଆହୁରି ମଧ୍ୟ କହିଛନ୍ତି କି ମୋତେ କିଛି ଲୋକ ସପୋର୍ଟ କରୁଛନ୍ତି। ସେମାନଙ୍କୁ ମୁଁ ଧନ୍ୟବାଦ ଦେଉଛି। ସେହିପରି ସେ ବାବୁସାନଙ୍କ ପରିବାରକୁ ତଥା ତାଙ୍କ ପତ୍ନୀ ତୃପ୍ତିଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ସେ କହିଛନ୍ତି କି କେହି କାହାର ଘର ଭାଙ୍ଗି ଦିଏନି। ଯଦି ନିଜ ସ୍ୱାମୀଙ୍କୁ ସମ୍ଭାଳି ନ ପାରୁଛ ତେବେ ବେକରେ ଗୋଟେ ଶିକୁଳି ପକାଇ ରଖ। ମୁଁ ମୋ ଷ୍ଟାଣ୍ଡ ନେବି। ଲଢିବି ଆଉ ଜିତିବି ମଧ୍ୟ। ମୁଁ ଗୋଟେ ଏକା ଝିଅ କାଲି ସମସ୍ତଙ୍କ ସାମ୍ନାରେ ଲଢିକି ଆସିଲି। ଆଜି ସବୁ ଝିଅଙ୍କୁ କହୁଛି କେବେ ବି ଭିତରୁ ଭାଙ୍ଗନ୍ତୁନି। ମୋ ଇମେଜ ପୂର୍ବରୁ ଖରାପ ଅଛି କାରଣ ମୁଁ ମୁହଁରେ କୁହେ। ମୁଁ ଲିଗାଲ ଆକ୍ସନ ନେବି, ଆଇନ ଉପରେ ଭରସା ଅଛି। ଯେଉଁମାନେ ସପୋର୍ଟ କରୁଛନ୍ତି ତାଙ୍କୁ ଧନ୍ୟବାଦ। ମୋତେ ଯେତେ ଭାଙ୍ଗିଲେ ବି ମୁଁ ପୁଣି ଯୋଡ଼ି ହେବି। ଆଗକୁ ବଢିଛି, ଆହୁରି ବଢିବି। ଏ ଭିଡିଓ ମୋତେ ରିଲରୁ ରିଅଲ ହିରୋଇନ କରିଦେଲା ବୋଲି ସେ ନିଜର ମତ ରଖିଛନ୍ତି। 

ସୂଚନାଯୋଗ୍ୟ ଗତକାଲି ଶନିବାର ସକାଳେ ବାବୁସାନ ଓ ପ୍ରକୃତିଙ୍କୁ ଏକାଠି ଧରିଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ଦିନତମାମ ଚର୍ଚ୍ଚା ଜାରି ରହିଥିଲା। ପରେ ଉଭୟଙ୍କ ପରିବାର ପକ୍ଷରୁ ପ୍ରତିକ୍ରିୟା ସାମ୍ନାକୁ ଆସିଥିଲା।