ବାବୁସାନଙ୍କ ପରେ ଦ୍ୱିତୀୟ ଇନିଂସ ପାଇଁ ମୁମ୍ବାଇ ଗଲେ ପ୍ରକୃତି
Advertisement
Article Detail0/zeeodisha/odisha1283440

ବାବୁସାନଙ୍କ ପରେ ଦ୍ୱିତୀୟ ଇନିଂସ ପାଇଁ ମୁମ୍ବାଇ ଗଲେ ପ୍ରକୃତି

ଆଗକୁ ସେକେଣ୍ଡ୍‌ ଇଂନିସିରେ ପୁଣି ଆପଣଙ୍କ ସହ ଦେଖାହେବ । ଆଉ ସେହି ଦ୍ୱିତୀୟ ଇନିଂସ ପାଇଁ ଧୈର୍ଯ୍ୟର ସହ ଅପେକ୍ଷା କରନ୍ତୁ । 

ବାବୁସାନଙ୍କ ପରେ ଦ୍ୱିତୀୟ ଇନିଂସ ପାଇଁ ମୁମ୍ବାଇ ଗଲେ ପ୍ରକୃତି

ଭୁବନେଶ୍ୱର: ବିବାଦ ଭିତରେ ଓଡ଼ିଶା ଛାଡ଼ିଛନ୍ତି ପ୍ରକୃତି ମିଶ୍ର (Prakruti Mishra)। ପ୍ରକୃତି-ବାବୁସାନ-ତୃପ୍ତି ବିବାଦ ମଧ୍ୟରେ ସେ ଚେନ୍ନାଇରୁ (Chennai) ନିକଟରେ ଫେରିଥିଲେ। ଏବେ ସେ ନିଜର ସେକେଣ୍ଡ ଇନିଂସ ଆରମ୍ଭ କରିବାକୁ ମୁମ୍ବାଇ (Mumbai) ଯାଇଛନ୍ତି। ଏନେଇ ସେ ତାଙ୍କ ଇନଷ୍ଟାରେ (Instagram) ସୂଚନା ଦେଇଛନ୍ତି। 

ସେ ତାଙ୍କ ଇନଷ୍ଟାରେ ଆହୁରି ମଧ୍ୟ ଲେଖିଛନ୍ତି ଆଗକୁ ସେକେଣ୍ଡ୍‌ ଇଂନିସିରେ ପୁଣି ଆପଣଙ୍କ ସହ ଦେଖାହେବ । ଆଉ ସେହି ଦ୍ୱିତୀୟ ଇନିଂସ ପାଇଁ ଧୈର୍ଯ୍ୟର ସହ ଅପେକ୍ଷା କରନ୍ତୁ । ସେପର୍ଯ୍ୟନ୍ତ ଜଣେ ରକଷ୍ଟାର ଭାବେ ରହିବି । ଆଉ ସବୁ କିଛିକୁ ସ୍ମିତହାସ୍ୟର ସହ ସାମ୍ନା କରିବି । କାହାକୁ କୌଣସି ପ୍ରକାର ଉତ୍ତର ଦେବାର ଆବଶ୍ୟକତା ନାହିଁ । କାରଣ ନିଜେ କଣ ସେ ସମ୍ପର୍କରେ ନିଜେ ହିଁ ତୁମେ ଜାଣ ବୋଲି ସେ ଲେଖିଛନ୍ତି । ସତ୍ୟକୁ ଦିନେ ନା ଦିନେ ପଦାକୁ ନିଶ୍ଚୟ ଆସିବ । ମୁଁ ଜାଣେ ଠିକ୍‌ ସମୟରେ ମୋତେ ନ୍ୟାୟ ମିଳିବ’।

ସେହିପରି ଗତକାଲି ମଧ୍ୟ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଲେଖିଥିଲେ, ଆତ୍ମଗର୍ବୀ ମାନଙ୍କଠାରୁ କେବେ ବି ସତ୍ୟତା ମିଳିବ ନାହିଁ । କିଛି ସତ୍ୟତା ନଜାଣି ସେମାନଙ୍କୁ ପୀଡ଼ିତ କିମ୍ବା ହିରୋ ଭାବେ ଚିତ୍ରିତ କରାଯିବ । ମାତ୍ର ଭିଲିଆନ ଭାବେ ନୁହେଁ ।

ମୁମ୍ବାଇ ଯିବା ସମୟରେ ତାଙ୍କ କ୍ରିଷ୍ଣା ମିଶ୍ର ମଧ୍ୟ ତାଙ୍କ ସହ ଯାଇଛନ୍ତି। ନିଜ ଆଗାମୀ ଫିଲ୍ମ ସୁଟିଂ ପାଇଁ ମୁମ୍ବାଇ ଯାଇଥିବା କହିଛନ୍ତି ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର। ତାଙ୍କ ସହ ମାଆ କୃଷ୍ଣପ୍ରିୟା ମିଶ୍ର ମଧ୍ୟ ଅଛନ୍ତି। ଖରାପ ସମୟ ଯାଇଛି, ଭଲ ସମୟ ଆସିଛି ବୋଲି କହିଛନ୍ତି ମନ୍ମଥ ମିଶ୍ର। ଗତ ୨୩ ତାରିଖରେ ବାବୁସାନଙ୍କ ଗାଡ଼ିରେ ପ୍ରକୃତି ମିଶ୍ରଙ୍କୁ ଦେଖି ଝଗଡ଼ା କରିଥିଲେ ବାବୁସାନଙ୍କ ସ୍ତ୍ରୀ ତୃପ୍ତି ଶତପଥୀ । ଯାହାର ଭିଡିଓ ଭାଇରାଲ୍‌ ହୋଇଥିଲା ।