Pralay Missile India: ସୀମାରେ ମୁତୟନ ହେବ ‘ପ୍ରଳୟ’; ମଙ୍ଗଳବାର ହେଲା ସଫଳ ପରୀକ୍ଷଣ
Advertisement
Article Detail0/zeeodisha/odisha1949280

Pralay Missile India: ସୀମାରେ ମୁତୟନ ହେବ ‘ପ୍ରଳୟ’; ମଙ୍ଗଳବାର ହେଲା ସଫଳ ପରୀକ୍ଷଣ

Pralay Missile Test Today: ନଭେମ୍ବର ୬ ତାରିଖ ମଙ୍ଗଳବାର ଅବ୍‍ଦୁଲ୍‍ କାଲାମ୍‍ ଦ୍ୱୀପରେ ହୋଇଛି  ‘ପ୍ରଳୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ।

Pralay Missile India: ସୀମାରେ ମୁତୟନ ହେବ ‘ପ୍ରଳୟ’; ମଙ୍ଗଳବାର ହେଲା ସଫଳ ପରୀକ୍ଷଣ

Pralay Missile Test Successful: ଭୁବନେଶ୍ୱର: ରାଜ୍ୟର ଧାମରା ଉପକୂଳ ନିକଟସ୍ଥ ସମୁଦ୍ରରେ ରହିଥିବା ଅବ୍‍ଦୁଲ୍‍ କାଲାମ୍‍ ଦ୍ୱୀପରେ ନଭେମ୍ବର ୭ ତାରିଖ ମଙ୍ଗଳବାର ସଫଳତାର ସହ ‘ପ୍ରଳୟ’ କ୍ଷେପଣାସ୍ତ୍ରକୁ ପରୀକ୍ଷଣ କରାଯାଇଛି। ସ୍ଥଳ ଭାଗରୁ ଶତ୍ରୁ ପକ୍ଷରୁ ସ୍ଥଳ ଭାଗକୁ ଏହା ଯୁଦ୍ଧାସ୍ତ୍ର କ୍ଷେପଣ କରିପାରିବ। ୩୦୦ କିମି ଠାରୁ ୩୫୦ କିଲାମିଟର ପରିସର ମଧ୍ୟରେ ଏହା ଶତ୍ରୁ ପକ୍ଷର ଉପସ୍ଥିତିକୁ ଧ୍ୱଂସ କରିବାର କ୍ଷମତା ରଖିଥିବା ଡିଆାର୍‍ଡିଓ ପକ୍ଷରୁ କୁହାଯାଇଛି। 

‘ପ୍ରଳୟ’ କ୍ଷେପଣାସ୍ତ୍ରକୁ ସମ୍ପୂର୍ଣ୍ଣ ଭାରତୀୟ ଜ୍ଞାନ କୌଶଳରେ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂସ୍ଥା ଦ୍ୱାରା ବିକାଶ କରାଯାଇଛି। ଏହା ୫୦୦ କିଲୋଗ୍ରାମ ଠାରୁ ୧୦୦୦ କେଜି ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ତଥା ଆଣବିକ ଅସ୍ତ୍ର ନେଇ ଶତ୍ରୁ ପକ୍ଷକୁ ଟାର୍ଗେଟ କରିବାର କ୍ଷମତା ରଖିଛି। ଭାରତ ପ୍ରତିରକ୍ଷା ବିଭାଗ ପକ୍ଷରୁ ଏହା ପାକିସ୍ତାନ-ଚୀନ ସୀମାରେ ଏହି କ୍ଷେପଣାସ୍ତ୍ର ମୁତୟନ କରାଯିବ। ଏହା ପୂର୍ବରୁ କ୍ଷେପଣାସ୍ତ୍ରକୁ ଡିଆର୍‍ଡିଓ ଦ୍ୱାରା ଏହାକୁ ପରୀକ୍ଷା କରାଯାଇ ଏହାର ଗୁଣ ସହ ଗତିବିଧିକୁ ଅନୁଶୀଳନ କରାଯାଇଛି। 

ମଙ୍ଗଳବାର ସକାଳ ପ୍ରାୟ ୯ ଘଣ୍ଟା ୫୦ ମିନିଟ୍‍ ସମୟରେ ‘ପ୍ରଳୟ’ କ୍ଷେପଣାସ୍ତ୍ରକୁ ସମୁଦ୍ର ମଧ୍ୟକୁ କ୍ଷେପଣ କରାଯାଇଥିଲା। ଏହା ସଫଳତାର ସହ ଉତକ୍ଷେପଣ ହେବା ସହ ବୈଜ୍ଞାନିକଙ୍କ ଆଶାକୁ ସାକାର କରିଥିବା କୁହାଯାଇଛି।