Punjab Stubble Burning: ପଞ୍ଜାବରେ ବନ୍ଦ ହେଲା ପୋଡ଼ାଜଳା; ଏଣିକି ପାଳରୁ ରୋଜଗାର କରୁଛନ୍ତି କୃଷକ
Advertisement
Article Detail0/zeeodisha/odisha1937186

Punjab Stubble Burning: ପଞ୍ଜାବରେ ବନ୍ଦ ହେଲା ପୋଡ଼ାଜଳା; ଏଣିକି ପାଳରୁ ରୋଜଗାର କରୁଛନ୍ତି କୃଷକ

Stubble Burning Punjab: ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ହେଉଥିବା ବାୟୁ ପ୍ରଦୂଷଣର କାରଣ କୁହାଯାଉଥିବା ପଞ୍ଜାବର ପା ପୋଡ଼ିବା ସମସ୍ୟାର ଏବେ ସମାଧାନ ହେବାରେ ଲାଗିଛି। ବର୍ତ୍ତମାନ ରାଜ୍ୟର କୃଷକ ପାଳ ବିକ୍ରି କରି ଟଙ୍କା ରୋଜଗାର କରୁଛନ୍ତି।

 

Punjab Stubble Burning: ପଞ୍ଜାବରେ ବନ୍ଦ ହେଲା ପୋଡ଼ାଜଳା; ଏଣିକି ପାଳରୁ ରୋଜଗାର କରୁଛନ୍ତି କୃଷକ

Punjab Stubble Problem: ଶୀତ ଦିନ ଆସିବା ଆଗରୁ ରାଜ୍ୟରେ ପାଳ ପୋଡ଼଼ିବା କିମ୍ବା ଜାଳିବାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି ପଞ୍ଜାବ ସରକାର। ଏନେଇ ସରକାରଙ୍କ କହିବା କଥା ଯେ ବର୍ତ୍ତମାନ ରାଜ୍ୟରେ ପାଳ ଜଳିବା ପ୍ରାୟତଃ ଶେଷ ହୋଇଯାଇଛି। ବର୍ତ୍ତମାନ ଅନେକ କୃଷକ ପାଳରୁ ଟଙ୍କା ରୋଜଗାର କରୁଛନ୍ତି। ଶୀତଦିନେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଅଞ୍ଚଳ ତଥ ଉତ୍ତର ଭାରତରେ ହେଉଥିବା ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ଭାବରେ ପାଳ ଜାଳିବାକୁ ବିବେଚନା କରାଯାଉଥିଲା। ହେଲେ ବର୍ତ୍ତମାନ ଦିଲ୍ଲୀ, ପଞ୍ଜାବ, ହରିୟାଣା ସମେତ ଅନ୍ୟ ରାଜ୍ୟର ସରକାର ଚାଷୀଙ୍କୁ ଏକ ଉପକାରୀ ବିକଳ୍ପ ଦେଇ ପାଳ ପୋଡ଼ିବା  ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି।

ପରିସ୍ଥିତିରେ ଆସୁଛି ସୁଧାର 
ରିପୋର୍ଟ ଅନୁଯାୟୀ, ଧାନ ଅମଳ ପରେ ଏହାର ପାଳକୁ ପୋଡ଼ି ଦେବା ଦ୍ୱାରା ବାୟୁ ପ୍ରଦୂଷଣ ବ୍ୟାପିବା ଲାଗି ପଞ୍ଜାବ ଚାଷୀଙ୍କୁ ଅନେକ ସମୟରେ ଦାୟୀ କରାଯାଉଥିଲା। ବର୍ତ୍ତମାନ ପରିସ୍ଥିତି ବଦଳିଛି। ରାଜ୍ୟର ଅନେକ କୃଷକ ଲକ୍ଷ ଲକ୍ଷ ମୂଲ୍ୟର ବାୟୋମାସ୍ ପ୍ଲାଣ୍ଟ ଏବଂ ବଏଲର ବିକ୍ରୟ ଆରମ୍ଭ କରିଛନ୍ତି। ପଞ୍ଜାବ ଗୁରୁଦାସପୁର ଜିଲ୍ଲାର କୃଷକ ପାଲବିନ୍ଦର ସିଂ ଏପରି ଜଣେ କୃଷକ, ଯିଏ ଗତ ବର୍ଷ ପାଳକୁ ସଂଗ୍ରହ କରି ଏହାକୁ ବିକ୍ରି କରିବା ଲାଗି ଏକ ବେଲର୍ କ୍ରୟ କରିଥିଲେ।

ବେଲର୍ ହେଉଛି ଏକ କୃଷି ଯନ୍ତ୍ର ଯାହା ଏକ ଟ୍ରାକ୍ଟର ସହିତ ସଂଲଗ୍ନ ହୋଇଥାଏ। ଯିଏ ଜମିରୁ ପାଳ ସଂଗ୍ରହ କରିଥାଏ। ଗୁରୁଦାସପୁର ଜିଲ୍ଲାର ସାହାରୀ ଗ୍ରାମର ବାସିନ୍ଦା ପାଲବିନ୍ଦର ସିଂହ କହିଛନ୍ତି ଯେ ଗତ ବର୍ଷ ଆମେ ୧୪୦୦  ଟନ୍ ପାଳ ସଂଗ୍ରହ କରିଥିଲୁ। ଚଳିତ ବର୍ଷ ୩୦୦୦ ଟନ୍ ପାଳନ ଯୋଗାଇବାକୁ ଆଶା କରୁଛୁ।

ବଦଳୁଛି କୃଷକଙ୍କ ଭାଗ୍ୟ
ପାଳ ପୋଡ଼ିବା କିମ୍ବା ଜାଳିବା ସମସ୍ୟାକୁ ଦୂର କରିବା ପାଇଁ ପଞ୍ଜାବ ସରକାର ଚାଷୀଙ୍କ ପାଇଁ ନିରନ୍ତର ସଚେତନତା ଅଭିଯାନ ଚଳାଇଛନ୍ତି। ଏହା ସହିତ ସେମାନଙ୍କୁ ପାଳ ଜଳିବାର ଖରାପ ପ୍ରଭାବ ବିଷୟରେ ଅବଗତ, କରିଛନ୍ତି। ଏହି ସମସ୍ୟାକୁ ଏକ ସୁଯୋଗରେ ପରିଣତ କରିବାର ଉପାୟ ମଧ୍ୟ ଶିଖାଯାଉଛି। ପାଳ ବିକ୍ରି କରି ଟଙ୍କା ରୋଜଗାର କରିବାର ଉପାୟ କୃଷକଙ୍କୁ କୁହାଯାଉଛି। ଯେଉଁଥିପାଇଁ ରାଜ୍ୟର ଚାଷୀଙ୍କ ଭାଗ୍ୟ ବଦ