Weather Update: ତାତିରୁ ମିଳିବ ତ୍ରାହି! ଆଜି ଏହି ସବୁ ଜିଲ୍ଲାରେ ଛେଚିବ ବର୍ଷା
Advertisement
Article Detail0/zeeodisha/odisha1671692

Weather Update: ତାତିରୁ ମିଳିବ ତ୍ରାହି! ଆଜି ଏହି ସବୁ ଜିଲ୍ଲାରେ ଛେଚିବ ବର୍ଷା

Weather Update News In Odia:  ଡହ ଡହ ଖରାରେ କଲବଲ ହେଉଛନ୍ତି ରାଜ୍ୟବାସୀ। ତେବେ, ଏହାରି ଭିତରେ ପାଣିପାଗ ବିଭାଗ ରାଜ୍ୟବାସୀଙ୍କୁ (IMD )ଏକ ଆଶ୍ବସ୍ତି କଲା ପରି ଖବର ଦେଇଛି । ଆସନ୍ତା ୩ରୁ ୪ ଦିନ ଅର୍ଥାତ୍ ମେଁ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀ ବର୍ଷା (rain)। ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାରେ ଆଜି କାଳବୈଶାଖୀ ପ୍ରଭାବ ଅଧିକ ହେବା ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ (IMD )। ଏଥିପାଇଁ ୬ ଜିଲ୍ଲାକୁ (six dist) ଅରେଞ୍ଜ ୱାର୍ଣ୍ଣିଂ (Orange Warning)ଓ ୧୩(13 dist) ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ (yellow warning)ଜାରି କରାଯାଇଛି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Weather Update News In Odia: ଗ୍ରୀଷ୍ମ (Summer)ତାଉରେ ଜଳୁଛନ୍ତି ଓଡି଼ଶାବାସୀ । ଡହ ଡହ ଖରାରେ କଲବଲ ହେଉଛନ୍ତି ରାଜ୍ୟବାସୀ। ତେବେ, ଏହାରି ଭିତରେ ପାଣିପାଗ ବିଭାଗ ରାଜ୍ୟବାସୀଙ୍କୁ (IMD )ଏକ ଆଶ୍ବସ୍ତି କଲା ପରି ଖବର ଦେଇଛି । ତେବେ,ରାଜ୍ୟରେ ଆଜି କାଳବୈଶାଖି ସମ୍ଭାବନା ଥିବାରୁ ରାଜ୍ୟବାସୀ ଗରମରୁ ଆଶ୍ବସ୍ତି ଲାଭ କରିବେ ।  ଆସନ୍ତା  ଆସନ୍ତା ୩ରୁ ୪ ଦିନ ଅର୍ଥାତ୍ ମେଁ ୨ ତାରିଖ  ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀ ବର୍ଷା (rain)। ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାରେ ଆଜି କାଳବୈଶାଖୀ ପ୍ରଭାବ ଅଧିକ ହେବା ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ  (IMD )। ଏଥିପାଇଁ ୬ ଜିଲ୍ଲାକୁ (six dist) ଅରେଞ୍ଜ ୱାର୍ଣ୍ଣିଂ (Orange Warning)ଓ ୧୩(13 dist) ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ (yellow warning)ଜାରି କରାଯାଇଛି ।  

ଏହି ସବୁ ଜିଲ୍ଲା ଗୁଡିକରେ ହୋଇପାରେ ପ୍ରବଳ ବର୍ଷା:

ତେବେ,ଏ-ହି ଜିଲ୍ଲା ଗୁଡ଼ିକ ହେଲା ଗଞ୍ଜାମ,ଗଜପତି,ରାୟଗଡ଼ା,ନବରଙ୍ଗପୁର,କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏ-ସବୁ ଜିଲ୍ଲାରେ ଘଡ଼ଘଡ଼ି (Thunderstorm) ସହ ବର୍ଷା ହୋଇପାରେ। ଏବଂ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବେଗରେ  ପବନ ବହିପାରେ। କିଛି କିଛି ସ୍ଥାନରେ ପ୍ରବଳ ବର୍ଷା(Heavy Rain) ସମ୍ଭାବନା ବି ରହିଛି। ସେହିପରି ମାଲକାନଗିରି, କୋରାପୁଟ, ନୂଆପଡ଼ା, ବଲାଙ୍ଗିର,ବୌଦ୍ଧ, ସୁବର୍ଣ୍ଣପୁର, ସମ୍ବଲପୁର, ଅନୁଗୁଳ, ନୟାଗଡ଼, କଟକ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଂଜ ଜିଲ୍ଲାକୁ ଆଜି ପାଇଁ ୟେଲୋ ୱାର୍ଣ୍ଣିଂ (yellow warning) ଜାରି କରାଯାଇଛି। ଆସନ୍ତାକାଲି କାଳବୈଶାଖୀ ପ୍ରଭାବ ସାମାନ୍ୟ କମିବା ପରେ ୩୦ରୁ ପୁଣି ପ୍ରଭାବ ବଢ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୨ ତାରିଖ ଯାଏ ରାଜ୍ୟରେ ଏହିଭଳି କାଳବୈଶାଖୀ ବର୍ଷା (Rain)ଜାରି ରହିବା ସହ ତାପମାତ୍ରା ବି ‌ବିଶେଷ ବଢ଼ିବାର ସମ୍ଭାବନା ନାହିଁ ବୋଲି ପାଣିପାଗ କେନ୍ଦ୍ର କହିଛି। ଆଜି ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରେ ବିଜୁଳି,ଘଡ଼ଘଡ଼ି ସହ ବର୍ଷା ସମ୍ଭାବନ‌ା ରହିଛି। ଦିନର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରି ମଧ୍ୟରେ ରହିବ।

 

Also Read: Filmfare Awards: ଆୱାର୍ଡ ଶୋ’ରେ ଚମକିଲା ‘ଗଙ୍ଗୁବାଇ’ ଓ ‘ବଧାଇ ହୋ’, ଦେଖନ୍ତୁ ପୂରା ଲିଷ୍ଟ

Also Read: Odisha News: ଆଜି ଓଡି଼ଶାରେ Vande Bharat Expressର ଟ୍ରାଏଲ ରନ୍ , ଜାଣନ୍ତୁ କେବେଠୁ ଆରମ୍ଭ ହେବ ସେବା?

ଗତ କିଛି ଦିନ ହେବ ରାଜ୍ୟରେ ଅସମ୍ଭାଳ ଗରମ ହେଉଛି ।  ତାତି ଥମିବା ନାଁ ନେଉନାହିଁ। ଦିନକୁ ଦିନ ପାରଦ ବଢିବାରେ ଲାଗିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିଲା। ଦିନ ୧୧ଟାରୁ ତାତି ଅନୁଭୂତ ହେଉଥିବାରୁ ଘରୁ ପଦାକୁ ବାହାରିବା ମୁସ୍କିଲ ହୋଇ ପଡ଼ୁଥିଲା । ଟାଣଖରା, ଗ୍ରୀଷ୍ମ ପ୍ରବାହ ଯୋଗୁ ଜୀବନ ଦହଗଞ୍ଜ ହୋଇ ପଡ଼ୁଛି । ରାସ୍ତାଘାଟ ଖାଁ ଖାଁ ଲାଗୁଥିବାବେଳେ ପୂର୍ବରୁ ଜନଗହଳି ରହୁଥିବା ବସ୍‌ଷ୍ଟାଣ୍ଡ, ଅନ୍ୟ ଛକ ଗୁଡ଼ିକରେ ମଧ୍ୟ ଆଗଭଳି ଭିଡ଼ ଦେଖିବାକୁ ମିଳୁନାହିଁ । ଅପରାହ୍ନ ୫ଟା ହେଲେ କିଛିଟା ଆଶ୍ୱସ୍ତି ମିଳୁଛି। ତାତିରୁ ରକ୍ଷା ପାଇବା ପାଇଁ ଲୋକେ ମୁଣ୍ଡରେ ପଗଡ଼ି ଏବଂ ମହିଳାମାନେ ଓଢ଼ଣୀ ଘୋଡ଼ାଇ ଯିବାଆସିବା କରୁଥିବା ଦେଖିବାକୁ ମିଳୁଛି।

ଅନ୍ୟପଟେ ଆଖୁରସ, ଲସି, ସରବତ, ଦହିବରା ସମେତ ପଇଡ଼,ଲେମ୍ବୁ, ତରଭୁଜ, କାକୁଡ଼ି ଆଦିର ଚାହିଦା ବଢ଼ି ଚାଲିଛି। ଆଖୁ, ଲସି, ସରବତ ଗ୍ଲାସ ପ୍ରତି ୨୦ଟଙ୍କାରେ ବିକ୍ରି ହେଉଛି। ସେହିପରି ପଇଡ଼ ଗୋଟାକୁ ୪୦ରୁ ୫୦ଟଙ୍କାରେ ବିକ୍ରି ହେଉଥିବାବେଳେ ଲେମ୍ବୁ ଦର ମଧ୍ୟ ଗୋଟିଏ ପ୍ରତି ମଧ୍ୟ ୫ଟଙ୍କାକୁ ଛୁଇଁଛି। ତରଭୁଜ, କାକୁଡ଼ି ଦର ମଧ୍ୟ ସେଭଳି ବୃଦ୍ଧି ପାଇଛି। ଏଭଳି ସ୍ଥଳେ ଏ-ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ଜଳଛତ୍ର ଖୋଲାଯାଇନାହିଁ। କାଁ ଭାଁ କେତେକ ସ୍ଥାନରେ ଜଳଛତ୍ର ଖୋଲିଛି, ହେଲେ ତାହା ଧର୍ମକୁ ଆଖିଠାର ଭଳି ହୋଇଛି। ସେହିପରି ଆଶ୍ରୟ ନେବା ପାଇଁ ବ୍ୟସ୍ତବହୁଳ ସ୍ଥାନରେ ଏଯାଏ ଅସ୍ଥାୟୀ ଆଶ୍ରୟସ୍ଥଳୀ ଖୋଲାଯାଇନାହିଁ। ଲୋକେ ଗଛମୂଳେ କିମ୍ବା କୌଣସି ଦୋକାନ ବାରଣ୍ଡାରେ ଆଶ୍ରୟ ନେଉଥିବା ପରିଲକ୍ଷିତ ହେଉଛି। ତେବେ ଯେଉଁ ସ୍ଥାନଗୁଡ଼ିକରେ ସ୍ଥାୟୀ ବସ୍‌ଷ୍ଟାଣ୍ଡ କିମ୍ବା ଯାତ୍ରୀ ପ୍ରତୀକ୍ଷାଳୟ ନାହିଁ,ସେଠାରେ ତାତି ଯୋଗୁ ଯାତ୍ରୀଙ୍କୁ ବହୁ ହଟହଟା ହେବାର ସମ୍ମୁଖୀନ ହେବାକୁ ପଡ଼ୁଛି ।