Indian Railway: ଟିକେଟ୍ କାଉଣ୍ଟରରେ ରେଳ କର୍ମଚାରୀ କରୁଛନ୍ତି ଲୁଟ୍, ଆଖି ପିଛୁଳାକେ ୫୦୦ ର ନୋଟ ହେଉଛି ୨୦ ଟଙ୍କା
Advertisement
Article Detail0/zeeodisha/odisha1460535

Indian Railway: ଟିକେଟ୍ କାଉଣ୍ଟରରେ ରେଳ କର୍ମଚାରୀ କରୁଛନ୍ତି ଲୁଟ୍, ଆଖି ପିଛୁଳାକେ ୫୦୦ ର ନୋଟ ହେଉଛି ୨୦ ଟଙ୍କା

Indian Railway: ବର୍ତ୍ତମାନ ସୋସିଆଲ ମିଡିଆରେ ରେଳ କର୍ମଚାରୀଙ୍କ ଏକ ଭିଡିଓ ଜୋରଦାର ଭାବରେ ଭାଇରାଲ ହେବାରେ ଲାଗିଛି । ଯେଉଁଠାରେ ଜଣେ ରେଳ କର୍ମଚାରୀ ୫୦୦ ଟଙ୍କିଆ ନୋଟକୁ ଆଖି ପିଛୁଳାକେ ୨୦ ଟଙ୍କାରେ ବଦଳାଇ ଦେଉଛନ୍ତି । ରିପୋର୍ଟ ଅନୁଯାୟୀ, ଏହି ଭିଡିଓଟି ଦିଲ୍ଲୀର ହଜରତ ନିଜାମୁଦ୍ଦିନ ରେଳ ଷ୍ଟେସନରୁ ଆସିଛି ।

ସୌ: ସୋସିଆଲ ମିଡିଆ

Indian Railway: ଟ୍ରେନ୍ ଯାତ୍ରା ପାଇଁ କାଉଣ୍ଟରରୁ ଟିକେଟ୍ କିଣିବା ଆଜିକାଲି ବହୁତ କଷ୍ଟକର । ଟିକେଟ୍ ପାଇଁ ଲୋକଙ୍କୁ ଅନେକ ଘଣ୍ଟା ଧରି ଲାଇନରେ ଛିଡା ହେବାକୁ ପଡିଥାଏ । ଭିଡ଼ କେବେବି କମ୍ ହୋଇ ନ ଥାଏ ଓ ଏହି ସମୟରେ ଯଦି ଯାତ୍ରୀମାନଙ୍କୁ ଲୁଟ କରାଯାଏ, ତାହା ପୁଣି ରେଳ କର୍ମଚାରୀଙ୍କ ଦ୍ୱାରା ତେବେ ଆପଣ କ'ଣ କହିବେ । ବର୍ତ୍ତମାନ ଏପରି ଏକ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ରେଳ କର୍ମଚାରୀ ଜଣେ ଯାତ୍ରୀଙ୍କ ଟଙ୍କାକୁ ହାତ ସଫେଇ କରୁଥିବା ନଜର ଆସୁଛନ୍ତି । ଏହି ଭିଡିଓକୁ ଯିଏବି ଦେଖୁଛି ଆଶ୍ଚର୍ଯ୍ୟ ହୋଇଯାଉଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ମାମଲା ଦିଲ୍ଲୀର ହଜରତ ନିଜାମୁଦ୍ଦିନ ରେଳ ଷ୍ଟେସନ ସହ ଜଡିତ । ଯେଉଁଠାରେ ଟିକେଟ୍ କାଉଣ୍ଟରରେ ରେଳ କର୍ମଚାରୀ ନଗଦ କାରବାର ସମୟରେ ଯାତ୍ରୀଙ୍କୁ ଠକିବାକୁ ଚେଷ୍ଟା କରିଥିଲେ ... ଯାହାର ଭିଡିଓ ଯାତ୍ରୀଙ୍କ ଦ୍ୱାରା କରାଯାଇଥିଲା, ଯାହା ବର୍ତ୍ତମାନ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଯାହା ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ଓ ଭାବୁଛନ୍ତି ଯେ ଜଣେ ସରକାରୀ କର୍ମଚାରୀ କିପରି ଏପରି କରିପାରିବେ ।

ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖିପାରିବେ ଯେ ଟିକେଟ୍ କାଉଣ୍ଟର ପଛରେ ବସିଥିବା ଜଣେ ବ୍ୟକ୍ତି ଟଙ୍କା ଠକୁଥିବାର ନଜର ଆସିଛନ୍ତି । ଯାତ୍ରୀ ପାଞ୍ଚସହ ଟଙ୍କା ଦେଇ ୧୨୫ ଟଙ୍କାର ଟିକେଟ୍ ମାଗନ୍ତି, କିନ୍ତୁ ଏହି ସମୟ ମଧ୍ୟରେ ରେଲୱେ କର୍ମଚାରୀ ତାଙ୍କ ହାତର ଟଙ୍କା ବଦଳାଇ ଦିଅନ୍ତି ଓ ୫୦୦ ନୋଟକୁ ୨୦ ଟଙ୍କା ଦେଖନ୍ତି ଓ କର୍ମଚାରୀ ଯାତ୍ରୀଙ୍କଠାରୁ ଆହୁରି ଟଙ୍କା ମାଗିବା ଆରମ୍ଭ କରନ୍ତି । ଏପରିକି ୧୨୫ ଟଙ୍କା ମୂଲ୍ୟର ଟିକେଟ୍ ପ୍ରଦାନ କରିବା ପାଇଁ ସେ ଅଧିକ ଟଙ୍କା ମାଗନ୍ତି ।

ଏହି ଭିଡିଓ ଟ୍ୱିଟରରେ @Railwhispers ନାମକ ଏକ ଆକାଉଣ୍ଟରେ ସେୟାର କରାଯାଇଛି ଓ ଖବର ଲେଖିବା ପର୍ଯ୍ୟନ୍ତ ଦୁଇ ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖିଛନ୍ତି ଏବଂ ଲୋକମାନେ କମେଣ୍ଟ ଆକାରରେ ଏହା ଉପରେ ନିଜର ମତାମତ ଦେଉଛନ୍ତି । ଭିଡିଓ ଉପରେ କମେଣ୍ଟ ଦେଇ ଜଣେ ଉପଭୋକ୍ତା ଲେଖିଛନ୍ତି, 'ଏଭଳି କର୍ମଚାରୀ କେଜାଣି କେତେ ଲୋକଙ୍କୁ ଠକୁଥିବେ ।' ଅନ୍ୟ ଜଣେ ଉପଭୋକ୍ତା ଭିଡିଓ ଉପରେ କମେଣ୍ଟ ଦେଇ ଲେଖିଛନ୍ତି, 'ମୁଁ ପ୍ରଥମ ଥର ପାଇଁ ଏହି ପ୍ରକାର ଖତରନାକ ଯାଦୁ ଦେଖିଛି ।'

ଏହା ବି ପଢ଼ନ୍ତୁ: PMVVY: ବିବାହିତ ଲୋକଙ୍କ ପାଇଁ ଖୁସି ଖବର! ୧୮,୫୦୦ ପେନସନ୍ ଦେବେ ସରକାର, କେବଳ କରିବାକୁ ପଡିବ ଏହି କାମ

ଏହା ବି ପଢ଼ନ୍ତୁ: Shocking News: ମୂଷା ମୃତ୍ୟୁକୁ ନେଇ ଥାନାରେ ରୁଜୁ ହେଲା ମାମଲା, ଜାଣନ୍ତୁ ପୁରା ଘଟଣାକ୍ରମ

ଏହା ବି ପଢ଼ନ୍ତୁ: ISRO କଲା ଆଉ ଏକ କମାଲ, ଏକାସାଙ୍ଗରେ ଉତକ୍ଷେପଣ କଲା ଏତିକି ଉପଗ୍ରହ, ଦେଖନ୍ତୁ Video