Ration Card: ରାସନ କାର୍ଡ ଧାରକଙ୍କ ପାଇଁ ଖୁସି ଖବର; ସରକାର ଦେଉଛନ୍ତି ୧୦୦୦ ଟଙ୍କା ନଗଦ, ଜାରି ହେଲା ନୋଟିଫିକେସନ୍!
Advertisement
Article Detail0/zeeodisha/odisha1503583

Ration Card: ରାସନ କାର୍ଡ ଧାରକଙ୍କ ପାଇଁ ଖୁସି ଖବର; ସରକାର ଦେଉଛନ୍ତି ୧୦୦୦ ଟଙ୍କା ନଗଦ, ଜାରି ହେଲା ନୋଟିଫିକେସନ୍!

Ration Card: ଆମେ ଆପଣଙ୍କୁ କହି ରଖୁଛୁ ଯେ, କେନ୍ଦ୍ର ସରକାର ବ୍ୟତୀତ ରାଜ୍ୟ ସରକାର ମଧ୍ୟ ସମୟ ସମୟରେ ଗରିବ ଓ ଅସହାୟ ଲୋକଙ୍କ ପାଇଁ ଅନେକ ଯୋଜନା ଚଳାନ୍ତି । ଆସନ୍ତୁ ଆପଣଙ୍କୁ କହୁଛୁ ଯେ କେଉଁ ରାଜ୍ୟର ଲୋକଙ୍କ ଆକାଉଣ୍ଟକୁ ୧୦୦୦ ଟଙ୍କା ଟ୍ରାନ୍ସଫର କରାଯିବ ।

Ration Card: ରାସନ କାର୍ଡ ଧାରକଙ୍କ ପାଇଁ ଖୁସି ଖବର; ସରକାର ଦେଉଛନ୍ତି ୧୦୦୦ ଟଙ୍କା ନଗଦ, ଜାରି ହେଲା ନୋଟିଫିକେସନ୍!

Ration Card: ରାସନ କାର୍ଡ ଧାରକ (Ration Card Holder) ମାନଙ୍କ ପାଇଁ ଏକ ବଡ଼ ଖବର ଅଛି । ଯଦି ଆପଣଙ୍କର ମଧ୍ୟ ଏକ ରାସନ କାର୍ଡ (Ration Card) ଅଛି, ତେବେ ବର୍ତ୍ତମାନ ସରକାର ଆପଣଙ୍କୁ ଜାନୁଆରୀ ମାସରେ ୧୦୦୦-୧୦୦୦ ଟଙ୍କା ଦେବେ । ଏଥିପାଇଁ ରାଜ୍ୟ ସରକାର ମଧ୍ୟ ନିର୍ଦ୍ଦେଶ ଦେଇସାରିଛନ୍ତି । ଆମେ ଆପଣଙ୍କୁ କହି ରଖୁଛୁ ଯେ, କେନ୍ଦ୍ର ସରକାର (Central Govt) ବ୍ୟତୀତ ରାଜ୍ୟ ସରକାର (State Govt) ମଧ୍ୟ ସମୟ ସମୟରେ ଗରିବ ଓ ଅସହାୟ ଲୋକଙ୍କ ପାଇଁ ଅନେକ ଯୋଜନା ଚଳାନ୍ତି । ଆସନ୍ତୁ ଆପଣଙ୍କୁ କହୁଛୁ ଯେ କେଉଁ ରାଜ୍ୟର ଲୋକଙ୍କ ଆକାଉଣ୍ଟକୁ ୧୦୦୦ ଟଙ୍କା ଟ୍ରାନ୍ସଫର କରାଯିବ ।

ତାମିଲନାଡୁ ସରକାର (Tamil Nadu Govt) ଏହି ଟଙ୍କା ରାଜ୍ୟର ରାସନ ହିତାଧିକାରୀଙ୍କୁ ଦେବାକୁ ଘୋଷଣା କରିଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ (Tamil Nadu CM) ଏମ୍ କେ (M.K. Stalin) ଆସନ୍ତା ମାସରେ ପୋଙ୍ଗଲ ମହୋତ୍ସବ (Pongal Festival) ଅବସରରେ ରାସନ କାର୍ଡ ଧାରକ (Ration Card Holder) ଙ୍କୁ ୧୦୦୦-୧୦୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତାମିଲନାଡୁ ମୁଖ୍ୟମନ୍ତ୍ରୀ (Tamil Nadu CM) ଏମ୍ କେ (M.K. Stalin) ଆଦେଶ ଦେଇ କହିଛନ୍ତି ଯେ, ଆସନ୍ତା ମାସରେ ପୋଙ୍ଗଲ (Pongal Festival) ଅବସରରେ ସେ ରାସନ କାର୍ଡ ଧାରକ (Ration Card Holder) ଙ୍କୁ ୧୦୦୦-୧୦୦୦ ଟଙ୍କା ଦେବାକୁ ପ୍ରତିଶୃତି ଦେଇଛନ୍ତି । ପୋଙ୍ଗଲ ଅବସରରେ ରାଜ୍ୟ ସରକାର ପ୍ରତିବର୍ଷ ଗରିବ ଲୋକଙ୍କୁ କିଛି ଅର୍ଥ ରାଶି ପ୍ରଦାନ କରନ୍ତି । ଏହା ସହିତ ଚାଉଳ, ଚିନି ପରି ଜିନିଷ ମଧ୍ୟ ଉପହାର ଭାବରେ ଦିଆଯାଏ ।

ଏକ ଆଧିକାରୀକ ବୟାନ ଅନୁଯାୟୀ, ୧୦୦୦ ଟଙ୍କା ଦେବା ବ୍ୟତୀତ ସମସ୍ତ ରାସନ କାର୍ଡ ଧାରକ (Ration Card Holder) ଙ୍କୁ ଚାଉଳ ଉପହାର ସ୍ୱରୂପ ଦିଆଯିବ । ଏଠାରେ କହି ରଖୁଛୁ ଯେ, ଏହି ଆଦେଶ ଶ୍ରୀଲଙ୍କା ପୁନର୍ବାସ ଶିବିରରେ ରହୁଥିବା ପରିବାର ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ । ସରକାରୀ ବିଜ୍ଞପ୍ତି ଅନୁଯାୟୀ ହିତାଧିକାରୀଙ୍କୁ ଏକ କିଲୋଗ୍ରାମ ଚାଉଳ ଓ ଏକ କିଲୋଗ୍ରାମ ଚିନି ମଧ୍ୟ ଦିଆଯିବ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ପ୍ରାୟ ୨.୧୯ କୋଟି କାର୍ଡଧାରୀ ଉପକୃତ ହେବେ । ଏହି ନିଷ୍ପତ୍ତି ପରେ ରାଜକୋଷ ଉପରେ ପ୍ରାୟ ୨୩୫୬.୬୭ କୋଟି ଟଙ୍କା ବୋଝ ବଢ଼ିବ । ଏମ କେ ଷ୍ଟାଲିନ୍ ଜାନୁଆରୀ ୨ରେ ପୋଙ୍ଗଲ୍ ଉପହାର ଯୋଜନା ଆରମ୍ଭ କରିବେ ଓ ଏହି ଉତ୍ସବ ଜାନୁଆରୀ ୧୫ରେ ପାଳନ କରାଯିବ ।

ଅଧିକ ପଢ଼ନ୍ତୁ:-ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅପେକ୍ଷା ଭଲ ଅଧିନାୟକ ପ୍ରମାଣିତ ହୋଇପାରନ୍ତି ଏହି ୩ ଖେଳାଳି, ନମ୍ବର ୨ ସହ ପ୍ରତିଥର ହୋଇଥାଏ ଅନ୍ୟାୟ

୨୦୧୫ ମସିହାରେ ରାଜ୍ୟ ସରକାର ଉପହାର ଭାବେ ବ୍ୟାଗ ଦେଇଥିଲେ । ଏଥି ସହିତ ୨୦୧୯ ମସିହାରେ ୧,୦୦୦ ଟଙ୍କା ନଗଦ ଅର୍ଥ ରାଜ୍ୟର ଅଭାବୀ ଲୋକଙ୍କୁ, ୨୦୨୦ରେ ୨୫୦୦ ଟଙ୍କା ଏବଂ ୨୦୨୧ରେ ୨୫୦୦ ଟଙ୍କା ପ୍ରଦାନ କରାଯାଇଥିଲା । ଏହି ରାଶି ସରକାର ପ୍ରଦାନ କରିଛନ୍ତି ଯାହା ଦ୍ୱାରା ରାଜ୍ୟର ସମସ୍ତ ଲୋକ ଏହି ପର୍ବକୁ ଖୁସିରେ ପାଳନ କରିପାରିବେ । ଏହା ସହିତ ଚାଉଳ, ଆଖୁ ଏବଂ ଚିନି ମଧ୍ୟ ଉପହାର ଦିଆଯାଏ । ଆପଣଙ୍କୁ କହି ରଖୁଛୁ ଯେ, ଏହା ପ୍ରଥମେ ଜାନୁଆରୀ ୨୦୧୪ରେ ଆରମ୍ଭ ହୋଇଥିଲା । ସେତେବେଳେ ରାଜ୍ୟ ସରକାର ଏକ କିଲୋଗ୍ରାମ କଞ୍ଚା ଚାଉଳ ଓ ଏକ କିଲୋଗ୍ରାମ ଚିନି ସହିତ ନଗଦ ୧୦୦ ଟଙ୍କା ଦେଇଥିଲେ ।