Rs 2000 Note: କିଏ ସେହି ଲୋକ? ଯାହା ପାଖରେ ରହିଛି ୮୨୦୨ କୋଟିର ୨୦୦୦ ଟଙ୍କିଆ ନୋଟ
Advertisement
Article Detail0/zeeodisha/odisha2187384

Rs 2000 Note: କିଏ ସେହି ଲୋକ? ଯାହା ପାଖରେ ରହିଛି ୮୨୦୨ କୋଟିର ୨୦୦୦ ଟଙ୍କିଆ ନୋଟ

RBI update Rs 2000 Rupees Note: ମୋଟ ୨୦୦୦ ଟଙ୍କିଆ ନୋଟ ପ୍ରାୟ ୯୭.୬୯ ପ୍ରତିଶତ ନୋଟ୍ ବ୍ୟାଙ୍କ ପାଖକୁ ଫେରିଆସିଛି। ହେଲେ ଏବେ ମଧ୍ୟ ଲୋକଙ୍କ ପାଖରେ  ୮୨୦୨ କୋଟିର ୨୦୦୦ ଟଙ୍କିଆ ନୋଟ ରହିଛି। 

Rs 2000 Note: କିଏ ସେହି ଲୋକ? ଯାହା ପାଖରେ ରହିଛି ୮୨୦୨ କୋଟିର ୨୦୦୦ ଟଙ୍କିଆ ନୋଟ

RBI Clean Note Policy: ଆରମ୍ଭ ହୋଇସାରିଛି ୨୦୨୪ ଆର୍ଥିକ ବର୍ଷ। ନୂତନ ଆର୍ଥିକ ବର୍ଷ ଅବସରରେ ୨୦୦୦ ଟଙ୍କିଆ ନୋଟ ସମ୍ପର୍କରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ମିଳିଛି ଏକ ବଡ଼ ଖବର। ଗତ ବର୍ଷ ମେ ୧୯ ତାରିଖରେ ୨୦୦୦ ଟଙ୍କିଆ ନୋଟ ପ୍ରଚଳନରୁ ହଟାଇ ଦେଇଥିଲା ଆରବିଆଇ। ପ୍ରାୟ ୧୧ ମାସ ପ୍ରଚଳନରୁ ବାହାରିବା ପରେ ମଧ୍ୟ ହଜାର ହଜାର କୋଟି ଟଙ୍କା ମୂଲ୍ୟର ୨୦୦୦ ଟଙ୍କିଆ ନୋଟ ବଜାରରେ ମହଜୁଦ ରହିଥିବାର କୁହାଯାଉଛି। ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଫେରସ୍ତ ହୋଇନାହିଁ। ଏନେଇ ଦେଶର ସର୍ବୋଚ୍ଚ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଏବେ ମଧ୍ୟ ଲୋକଙ୍କ ପାଖରେ ୮୨୦୨ କୋଟି ଟଙ୍କା ମୂଲ୍ୟର ୨୦୦୦ ଟଙ୍କିଆ ନୋଟ୍ ରହିଛି।

ବ୍ୟାଙ୍କ ପାଖକୁ ଫେରି ଆସିଛି ୯୭.୬୯% ୨୦୦୦ ଟଙ୍କିଆ ନୋଟ 
ନ୍ୟୁଜ ଏଜେନ୍ସି ପିଟିଆଇ ଖବର ଅନୁଯାୟୀ ଯଦି ଆରବିଆଇ ଦ୍ୱାରା ପ୍ରକାଶିତ ହୋଇଥିବା ସର୍ବଶେଷ ତଥ୍ୟକୁ ଦେଖଯାଏ ତାହେଲେ ମୋଟ ୨୦୦୦ ଟଙ୍କିଆ ନୋଟ ପ୍ରାୟ ୯୭.୬୯ ପ୍ରତିଶତ ନୋଟ୍ ବ୍ୟାଙ୍କ ପାଖକୁ ଫେରିଆସିଛି। ହେଲେ ଲୋକଙ୍କ ପାଖରେ ଏବେ ମଧ୍ୟ ପ୍ରାୟ ୨.୩୧ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍ ରହିଛି। ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଫେରସ୍ତ ହୋଇନାହିଁ।  ଫେରସ୍ତ ହୋଇନଥିବା ୨୦୦୦ ଟଙ୍କିଆ ନୋଟ୍ ର ମୂଲ୍ୟ ହେଉଛି ୮୨୦୨ କୋଟି ଟଙ୍କା। 

ଗତ ବର୍ଷ ପ୍ରଚଳନରୁ ହଟିଥିଲା ୨୦୦୦ ଟଙ୍କିଆ ନୋଟ୍
ଭାରତୀୟ ରିଜର୍ଭ ବ୍ୟାଙ୍କ "କ୍ଲିନ୍ ନୋଟ୍ ପଲିସି" ଗତ ବର୍ଷ ମେ ୧୯ ତାରିଖରେ ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନରୁ ହଟାଇ ନେବାକୁ ଘୋଷଣା କରିଥିଲା। ସେତେବେଳେ ବଜାରରେ ୩.୫୬ ଲକ୍ଷ କୋଟି ଟଙ୍କାର ମୋଟ ୨୦୦୦ ଟଙ୍କିଆ ନୋଟ୍ ମହଜୁଦ ରହିଥିଲା। ଗତ ବର୍ଷ ଡିସେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ବଜାରରେ ଏହାର ସଂଖ୍ୟା ମାତ୍ର ୯୩୩୦ କୋଟି ଟଙ୍କାକୁ ଖସି ଆସିଥିଲା। ଯଦି ଏହା ଉପରେ ନଜର ପକାଯାଏ ତାହେଲେ ବିଗତ ୩ ମାସ ମଧ୍ୟରେ ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାରର ଗତି ଅତ୍ୟନ୍ତ ମନ୍ଥର ହୋଇଛି।

ଲଗାତାର ବଢାଯାଇଥିଲା ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହର କରିବାର ଶେଷ ସୀମା
ପ୍ରଚଳନରୁ ଦେଶର ସର୍ବବୃହତ୍ତ ନୋଟ ପ୍ରତ୍ୟାହର କରିବାକୁ ଘୋଷଣା ପରେ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଗତ ବର୍ଷ ମେ ୨୩ ତାରିଖରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସ୍ଥାନୀୟ ବ୍ୟାଙ୍କ ଏବଂ ଏହାର ୧୯ ଆଞ୍ଚଳିକ କାର୍ଯ୍ୟାଳୟରେ ୨୦୦୦ ଟଙ୍କିଆ ନୋଟ୍ ଫେରସ୍ତ ଏବଂ ବିନିମୟ କରିବାକୁ ସମୟ ଦେଇଥିଲା। ଅବଶ୍ୟ ଏହା ପରେ ଏହି ସମୟସୀମା ୨୦୨୩ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏହି ଧାର୍ଯ୍ୟ ତାରିଖ ପର୍ଯ୍ୟନ୍ତ ମୋଟ ନୋଟ୍ ଫେରସ୍ତ ନହେବା ହେତୁ ରିଜର୍ଭ ବ୍ୟାଙ୍କ ଗତ ବର୍ଷ ଅକ୍ଟୋବର ୮ ତାରିଖରୁ ଏହାର ଆଞ୍ଚଳିକ କାର୍ଯ୍ୟାଳୟରେ ୨୦୦୦ ଟଙ୍କିଆ ନୋଟ ବିନିମୟ କରିବାର ସୁବିଧା ଜାରି ରଖିଛି।

ବର୍ତ୍ତମାନ ମଧ୍ୟ ଜାରି ୨୦୦୦ ଟଙ୍କିଆ ନୋଟ୍ ଫେରସ୍ତ ଏବଂ ବିନିମୟ ପ୍ରକ୍ରିୟା
ଆପଣଙ୍କୁ କହିରଖୁଛୁ ଯେ ବର୍ତ୍ତମାନ ମଧ୍ୟ ୨୦୦୦ ଟଙ୍କିଆ ନୋଟ୍ ଫେରସ୍ତ ଏବଂ ବିନିମୟ ପ୍ରକ୍ରିୟା ଜାରି ରହିଛି। ହେଲେ ଏବେ ୨୦୦୦ ଟଙ୍କିଆ ନୋଟ୍ ସ୍ଥାନୀୟ କୌଣସି ବ୍ୟାଙ୍କ ଶାଖାରେ ଫେରସ୍ତ କିମ୍ବା ବିନିମୟ କରାଯାଇ ପାରିବ ନାହିଁ। କେନ୍ଦ୍ରୀୟ ବ୍ୟାଙ୍କ ସ୍ପଷ୍ଟ କରିଛି ଯେ ପ୍ରଚଳନରୁ ହଟାଯାଇଥିବା ୨୦୦୦ ଟଙ୍କିଆ ନୋଟ୍ ଆରବିଆଇ ଆଞ୍ଚଳିକ କାର୍ଯ୍ୟାଳୟରେ ଜମା କରିହେବ। ବର୍ତ୍ତମାନ ୨୦୦୦ ଟଙ୍କିଆ ନୋଟ କେବଳ ଅହମ୍ମଦାବାଦ, ବେଙ୍ଗାଲୁରୁ, ବେଲାପୁର, ଭୋପାଳ, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ, ଗୌହାଟି, ହାଇଦ୍ରାବାଦ, ଜୟପୁର, ଜାମୁ, କାନପୁର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ପାଟନା ଏବଂ ଥିରୁବନନ୍ତପୁରମ୍ ଆଦି ସ୍ଥାନରେ ଅବସ୍ଥିତ ଆରବିଆଇ ଆଞ୍ଚଳିକ କାର୍ଯ୍ୟାଳୟରେ ଫେରସ୍ତ କିମ୍ବା ଜମା କରିପାରିବେ। ଏପିରିକି ୨୦୦୦ ଟଙ୍କିଆ ନୋଟ ଇଣ୍ଡିଆ ପୋଷ୍ଟ ମାଧ୍ୟମରେ ସେମାନଙ୍କ ନିକଟସ୍ଥ ଯେକୌଣସି ଡାକଘରେ ଜମା କରିପାରିବେ।