NCL Recruitment 2023: ସ୍ନାତକ ଏବଂ ଡିପ୍ଲୋମା ପାସଆଉଟ୍ ପାଇଁ ବାହାରିଲା ନିଯୁକ୍ତି, ଶୀଘ୍ର କରନ୍ତୁ ଆବେଦନ
Advertisement
Article Detail0/zeeodisha/odisha1785607

NCL Recruitment 2023: ସ୍ନାତକ ଏବଂ ଡିପ୍ଲୋମା ପାସଆଉଟ୍ ପାଇଁ ବାହାରିଲା ନିଯୁକ୍ତି, ଶୀଘ୍ର କରନ୍ତୁ ଆବେଦନ

NCL Recruitment Details 2023: ଏହି ପଦ ପାଇଁ ଚୟନ ପ୍ରକ୍ରିୟା ମେରିଟ୍ ଆଧାରରେ କରାଯିବ। ଏହା ସହିତ ପ୍ରାର୍ଥୀଙ୍କ ସାକ୍ଷାତକାର ନିଆଯିବା ସହିତ ଦସ୍ତାବିଜ ମଧ୍ୟ ଯାଞ୍ଚ କରାଯିବ।

 

 NCL Recruitment 2023: ସ୍ନାତକ ଏବଂ ଡିପ୍ଲୋମା ପାସଆଉଟ୍ ପାଇଁ ବାହାରିଲା ନିଯୁକ୍ତି, ଶୀଘ୍ର କରନ୍ତୁ ଆବେଦନ

NCL Recruitment 2023 Apply Online: ସ୍ନାତକୋତ୍ତର ଏବଂ ଡିପ୍ଲୋମା (ଟେକ୍ନିସିଆନ୍) ଆପ୍ରେଣ୍ଟିସ୍ ତାଲିମପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ନର୍ଦନ କୋଲଫିଲ୍ଡସ୍ ଲିମିଟେଡ୍ ବିଭିନ୍ନ ପଦ ଲାଗି ଆବେଦନ ଆମନ୍ତ୍ରଣ କରିଛି। ଏହି ପଦ ପାଇଁ ଆଗ୍ରହୀ ପ୍ରାର୍ଥୀ ଏନସିଏଲ ସରକାରୀ ୱେବସାଇଟ୍ ଯଥା www.nclcil.in ମାଧ୍ୟମରେ ଅନଲାଇନ ଆବେଦନ କରିପାରିବେ। ଆସନ୍ତା ୨୦ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାର ସମ୍ଭାବନା ଅଛି। ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୩ ଅଗଷ୍ଟ।

ଏନସିଏଲ ନିଯୁକ୍ତି ବିବରଣୀ (NCL Recruitment Details)

  • ମୋଟ ପଦବୀ ସଂଖ୍ୟା: ୭୦୦ 
  • ବ୍ୟାଚେଲର ଅଫ କମ୍ପ୍ୟୁଟର ଆପ୍ଲିକେସନ (Bachelor of Computer Application): ୨୫ ପଦ 
  • ବ୍ୟାଚେଲର ଅଫ ଇଲେକ୍ଟ୍ରୋନିକ୍ସ ଏବଂ ଟେଲି କମ୍ୟୁନିକେସନ ଇଞ୍ଜିନିୟରିଂ (Bachelor Electronics & Telecommunication Engineering): ୧୩ ପଦ
  • ବ୍ୟାଚେଲର ଅଫ ଫାର୍ମାସି (Bachelor of Pharmacy): ୨୦ ପଦ 
  • ବ୍ୟାଚେଲର ଅଫ କମର୍ସ (Bachelor of Commerce): ୩୦ ପଦ
  • ବ୍ୟାଚେଲର ଅଫ ସାଇନ୍ସ (Bachelor of Science): ୪୪ ପଦ 
  • ବ୍ୟାଚେଲର ଅଫ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ (Bachelor of Electrical Engineering): ୭୨ ପଦ
  • ବ୍ୟାଚେଲର ଅଫ ମେକାନିକାଲ୍ ଇଞ୍ଜିନିୟରିଂ (Bachelor of Mechanical Engineering): ୯୧ ପଦ
  • ବ୍ୟାଚେଲର ଅଫ ମାଇନିଂ ଇଞ୍ଜିନିୟରିଂ (Bachelor of Mining Engineering): ୮୩ ପଦ
  • ବ୍ୟାଚେଲର ଅଫ କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂ (Bachelor of Computer Science & Engineering): ୨ ପଦ
  • ଡିପ୍ଲୋମା ଇନ୍ ଇଲେକ୍ଟ୍ରୋନିକ୍ସ ଏବଂ ଟେଲି କମ୍ୟୁନିକେସନ ଇଞ୍ଜିନିୟରିଂ (Diploma in Electronics & Telecommunication Engineering): ୧୩ 
  • ଡିପ୍ଲୋମା ଇନ୍ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ (Diploma in Electrical Engineering): ୯୦ ପଦ 
  • ଡିପ୍ଲୋମା ଇନ୍ ମେକାନିକାଲ୍ ଇଞ୍ଜିନିୟରିଂ (Diploma in Mechanical Engineering): ୧୦୩ ପଦ 
  • ଡିପ୍ଲୋମା ଇନ୍ ମାଇନିଂ ଇଞ୍ଜିନିୟରିଂ (Diploma in Mining Engineering): ୧୧୪ ପଦ

ବୟସ ସୀମା (Age Limit)
ପ୍ରାର୍ଥୀଙ୍କ ବୟସ ୨୦୨୩ ଜୁନ୍ ତାରିଖ ପର୍ଯ୍ୟନ୍ତ ୧୮ ବର୍ଷରୁ ୨୬ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।

ଶିକ୍ଷାଗତ ଯୋଗ୍ୟତା (Educational Qualification)
ପ୍ରାର୍ଥୀ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ/ଅନୁଷ୍ଠାନରୁ ସମ୍ପୃକ୍ତ ବିଭାଗରେ BE/B.Tech/ Diploma Degree ଧାରଣ କରିବା ଜରୁରୀ।

ଚୟନ ପ୍ରକ୍ରିୟା (Selection Process)
ଉପରୋକ୍ତ ପଦ ପାଇଁ ଚୟନ ପ୍ରକ୍ରିୟା ମେରିଟ୍ ଆଧାରରେ (Merit Basis) କରାଯିବ।
ଏହା ସହିତ ପ୍ରାର୍ଥୀଙ୍କ ସାକ୍ଷାତକାର (Interview) ନିଆଯିବା ସହ ଦସ୍ତାବିଜ (Document Verification) ମଧ୍ୟ ଯାଞ୍ଚ କରାଯିବ।