ଆରଜି କର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଗିରଫ
Advertisement
Article Detail0/zeeodisha/odisha2412052

ଆରଜି କର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଗିରଫ

କିଛିଦିନ ହେବ ଆରଜି କର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ବିରୋଧରେ ତଦନ୍ତ କରୁଥିଲା ସିବିଆଇର ଏକ ଟିମ୍ । ପୂର୍ବରୁ ରୋଗୀ ସେବା ଉପକରଣ କିଣା ବିକାରେ ଅନିୟମିତତା ହେଉଥିବାର ଅଭିଯୋଗ ରହିଥିଲା । 

ଆରଜି କର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଗିରଫ

କୋଲକାତା: ଅର୍ଥ ହେରଫେର ତଥା ଦୁର୍ନୀତି ମାମଲାରେ ଆରଜି କର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଗିରଫ କରିଛି CBI । ଗିରଫ କରିବା ପରେ ନିଜାମ ପ୍ୟାଲେସ ସ୍ଥିତ କାର୍ଯ୍ୟାଳୟକୁ ନେଇଥିବା ସୂଚନା ମିଳିଛି । ଅଭୟା ଦୁଷ୍କର୍ମ ମାମଲାକୁ ନେଇ ବର୍ତ୍ତମାନ ଆର୍‌ଜି କର ହସ୍ପିଟାଲ୍‌ ଚର୍ଚ୍ଚାରେ ରହିଛି ।

କିଛିଦିନ ହେବ ଆରଜି କର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ବିରୋଧରେ ତଦନ୍ତ କରୁଥିଲା ସିବିଆଇର ଏକ ଟିମ୍ । ପୂର୍ବରୁ ରୋଗୀ ସେବା ଉପକରଣ କିଣା ବିକାରେ ଅନିୟମିତତା ହେଉଥିବାର ଅଭିଯୋଗ ରହିଥିଲା । ତଦନ୍ତରେ ସୁରାକ ମିଳିବା କାରଣରୁ ଆଜି ଅଚାନକ ସନ୍ଦୀପଙ୍କୁ ଗିରଫ କରାଯାଇଛି । ଆସନ୍ତା କାଲି ତାଙ୍କୁ କୋର୍ଟରେ ହାଜର କରାଯାଇପାରେ । ଅଗଷ୍ଟ ୯ ତାରିଖ ଦିନ ଆର ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ରୁମରୁ ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମଳିଥିଲା। ଏହା ପରେ ଘଟଣାକୁ ନେଇ ପୂରା ଦେଶରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଘଟଣାର ଦୁଇ ଦିନ ପରେ ସନ୍ଦୀପ ଘୋଷ ପ୍ରିନ୍ସିପାଲ ପଦରୁ ଇସ୍ତଫା ପ୍ରଦାନ କରିଥିଲେ ।

Also Read- Lucky Zodiac Sign: ୩ ସେପ୍ଟେମ୍ୱରରେ ସିଦ୍ଧ ଯୋଗର ଶୁଭ ସକମକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Also Read- BSNL Recharge Plan: ୫୦୦ ଟଙ୍କା ତଳେ ୭ଟି ଜବରଦସ୍ତ ପ୍ଲାନ, ମିଳୁଛି ବଡ଼ ଲାଭ