BSNL Recharge Plan: ୫୦୦ ଟଙ୍କା ତଳେ ୭ଟି ଜବରଦସ୍ତ ପ୍ଲାନ, ମିଳୁଛି ବଡ଼ ଲାଭ
Advertisement
Article Detail0/zeeodisha/odisha2411996

BSNL Recharge Plan: ୫୦୦ ଟଙ୍କା ତଳେ ୭ଟି ଜବରଦସ୍ତ ପ୍ଲାନ, ମିଳୁଛି ବଡ଼ ଲାଭ

BSNL Recharge Plans Under Rs 500: ଆଜି ଆପଣଙ୍କୁ ଜଣାଇବୁ ବିଏସଏନଏଲର କିଛି ଭଲ ପ୍ଲାନ ବାବଦରେ ତଥ୍ୟ । ଯାହା ପ୍ରତି ବିଏସଏନଏଲ ଗ୍ରାହକଙ୍କ ପାଇଁ ଜାଣିବା ନିହାତି ଆବଶ୍ୟକ ।

BSNL Recharge Plan: ୫୦୦ ଟଙ୍କା ତଳେ ୭ଟି ଜବରଦସ୍ତ ପ୍ଲାନ, ମିଳୁଛି ବଡ଼ ଲାଭ

BSNL Recharge Plans Under Rs 500: ଯଦି ଆପଣ ବିଏସଏନଏଲ ଗ୍ରାହକ ତେବେ ଆପଣଙ୍କ ପାଇଁ ରହିଛି ଖୁସି ଖବର । ମାତ୍ର ୫୦୦ ଟଙ୍କା ତଳେ ଆପଣ ପାଇପାରିବେ ୭ଟି ଜବରଦସ୍ତ ରିଚାର୍ଜ ପ୍ଲାନ । ଯେଉଁଥିରେ ଆପଣ ଇଣ୍ଟରନେଟ୍, କଲିଂ ସୁବିଧା ସହ ମାଗଣା ଏସଏମଏସ ସୁବିଧା ମଧ୍ୟ ପାଇପାରିବେ । ଆସନ୍ତୁ ଜାଣିବା ସେହି ପ୍ଲାନ ଗୁଡିକ କଣ ଏବଂ କେଉଁ ପ୍ଲାନରେ କେଉଁ ଲାଭ ମିଳିବ ।

BSNL 147 Recharge Plan
ଯଦି ଆପଣ ଅଧିକ ଇଣ୍ଟରନେଟ୍ ବ୍ୟବହାର କରୁନାହାନ୍ତି ତେବେ ଏହି ପ୍ଲାନଟି ଆପଣଙ୍କ ପାଇଁ । ମାତ୍ର ୧୪୭ ଟଙ୍କା ରିଚାର୍ଜ କରି ୧୦ ଜିବି ଡାଟା ସହିତ ଅସୀମିତ କଲ ସେବା ଆପଣ ପାଇପାରିବେ । ଏହି ପ୍ଲାନର ବୈଧତା ରହିଛି ୩୦ ଦିନ ।

BSNL 187 Recharge Plan
ଯଦି ଆପଣ ୧୮୭ ଟଙ୍କାର ପ୍ଲାନ ନେବା ପାଇଁ ଚାହୁଁଛନ୍ତି ତେବେ ଏହି ପ୍ଲାନରେ ଆପଣଙ୍କୁ ଅସୀମିତ କଲିଂ ସୁବିଧା ମିଳିବ । ଏଥିସହ ୨ଜିବି ଇଣ୍ଟରନେଟ୍ ଡାଟା ଏବଂ ଦିନକୁ ୧୦୦ ଏସଏମଏସ ମିଳିବ । ଏହି ପ୍ଲାନର ବୈଧତା ରହିଛି ୨୮ ଦିନ ।

BSNL 247 Recharge Plan
ଯଦି ଆପଣଙ୍କୁ ସାମାନ୍ୟ ଅଧିକ ଇଣ୍ଟରନେଟ ଡାଟାର ଆବଶ୍ୟକତା ପଡୁଛି ତେବେ ଏହି ପ୍ଲାନ ଆପଣଙ୍କ ପାଇଁ । ମାତ୍ର ୨୪୭ ଟଙ୍କା ରିଚାର୍ଜ କରି ଆପଣ ପାଇପାରିବେ  ଅସୀମିତ କଲ୍ ସହ ୫୦ଜିବି ଇଣ୍ଟରନେଟ୍ ସୁବିଧା । ଏହି ପ୍ଲାନର ବୈଧତା ରହିଛି ୩୦ ଦିନ

BSNL 319 Recharge Plan
ଯଦି ଆପଣ ୨ ମାସରୁ ଅଧିକ ଦିନର ବୈଧତା ଥିବା ପ୍ଲାନ ଖୋଜୁଥାନ୍ତି ତେବେ ଏହି ପ୍ଲାନଟି ଆପଣଙ୍କ ପାଇଁ । ଅସୀମିତ କଲ୍ ସହ ୧୦ଜିବି ଡାଟା ଆପଣ ପାଇବେ ମାତ୍ର ୩୧୯ ଟଙ୍କାରେ । ଏହି ପ୍ଲାନର ମୋଟ ବୈଧତା ରହିଛି ୬୫ ଦିନ ।

BSNL 347 Recharge Plan
ମାତ୍ର ୩୪୭ ଟଙ୍କାର ଏହି ପ୍ଲାନରେ ଆପଣଙ୍କୁ ୫୬ ଦିନର ବୈଧତା ମିଳିବ । ଯେଉଁଥିରେ ଆପଣ ଅସୀମିତ କଲ ସୁବିଧା ସହ ପ୍ରତିଦିନ ୨ଜିବି ଡାଟା ପାଇପାରିବେ ।

BSNL 447 Recharge Plan
ଏହି ରିଚାର୍ଜ ପ୍ଲାନରେ ଆପଣଙ୍କୁ ଏକ ବଡ଼ ସୁବିଧା ମିଳିବ । ଆପଣଙ୍କୁ ଇଣ୍ଟରନେଟ୍ ପାଇଁ ବେଶି ଚିନ୍ତା କରିବାକୁ ପଡିବ ନାହିଁ । ମାତ୍ର ୪୪୭ ଟଙ୍କା ରିଚାର୍ଜ କରିବା ପରେ ୧୦୦ଜିବି ଇଣ୍ଟରନେଟର ମଜା ଆପଣ ନେଇପାରିବେ । ଦୁଇମାସ ପର୍ଯ୍ୟନ୍ତ ଏହି ପ୍ଲାନର ବୈଧତା ରହିଥିବା ସମୟରେ ଆପଣ ଅସୀମିତ କଲ କରିପାରିବେ ।

BSNL 499 Recharge Plan
ଯଦି ଆପଣ ୩ ମାସ ପର୍ଯ୍ୟନ୍ତ ଚିନ୍ତା ମୁକ୍ତ ରହିବାକୁ ଚାହୁଁଛନ୍ତି ତେବେ ଏହି ପ୍ଲାନ ଆପଣଙ୍କ ପାଇଁ । ୪୯୯ ଟଙ୍କାର ଏହି ପ୍ଲାନରେ ଆପଣ ୯୦ ଦିନ ବୈଧତା ପାଇପାରିବେ । ଆପଣଙ୍କୁ ପ୍ରତିଦିନ ୨ଜିବି ଡାଟା ମିଳିବ । ଏଥିସହ ଅସୀମିତ କଲିଂର ମଜା ଆପଣ ଉଠାଇପାରିବେ ।

Also Read- BJPର ପ୍ରଥମ ସଦସ୍ୟ ହେଲେ ପ୍ରଧାନମନ୍ତ୍ରୀ ମୋଦୀ

Also Read- Jupiter Transit: ବୃଷରେ ବୃହସ୍ପତିଙ୍କ ଚଳନ, ୩୭ ଦିନ ପରେ ୫ ରାଶିକୁ ମିଳିବ ବଡ଼ ଲାଭ