Russia vs Pakistan: ପାକିସ୍ତାନକୁ ଚେତାବନୀ ଦେଲା ଋଷିଆ; କହିଲା ସୁଧୁରିଯାଅ ନହେଲେ..
Advertisement
Article Detail0/zeeodisha/odisha2219860

Russia vs Pakistan: ପାକିସ୍ତାନକୁ ଚେତାବନୀ ଦେଲା ଋଷିଆ; କହିଲା ସୁଧୁରିଯାଅ ନହେଲେ..

Russia warning for Pakistan: ୟୁକ୍ରେନ ସହ ଚାଲିଥିବା ଯୁଦ୍ଧ ବେଳେ ପାକିସ୍ତାନକୁ ଏକ ବଡ଼ ଧରଣର ଚେତାବନୀ ଦେଇଛି ଋଷିଆ। 

Russia vs Pakistan: ପାକିସ୍ତାନକୁ ଚେତାବନୀ ଦେଲା ଋଷିଆ; କହିଲା ସୁଧୁରିଯାଅ ନହେଲେ..

Russia Warns Pakistan: ପ୍ରାୟ ୨ ବର୍ଷ ଧରି ୟୁକ୍ରେନ ସହ ଯୁଦ୍ଧ ଲଢୁଥିବା ଋଷିଆ ଏବେ ପାକିସ୍ତାନ ଉଦ୍ଦେଶ୍ୟରେ ଦେଇଛି ଚେତାବନୀ। ଚାଉଳ ପାଇଁ ଋଷିଆ, ପାକିସ୍ତାନ ଉଦ୍ଦେଶ୍ୟରେ ଟାର୍ଗେଟ କରି ସୁଧୁରି ଯିବାକୁ କହିଛି। ନିକଟରେ ପାକିସ୍ତାନରୁ ଋଷିଆକୁ ଚାଉଳ ଯୋଗାଣ ହୋଇଥିଲା। ହେଲେ ଏହି ଚାଉଳରେ ଏପରି ଏକ ଜୀବ ମିଳିଲା ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଚାଉଳ ଯୋଗାଣରେ ଏପରି ଅବହେଳା ପାଇଁ ଋଷିଆ ପାକିସ୍ତାନକୁ ଚେତାବନୀ ଦେଇଛି। 

ଫାଇଟୋସାନିଟାରୀ (Phytosanitary) ଦୃଷ୍ଟିକୋଣରୁ ଚାଉଳ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ଋଷିଆ ପାକିସ୍ତାନକୁ ଚେତାବନୀ ଦେଇଛି। ଫାଇଟୋସାନିଟାରୀ ସାର୍ଟିଫିକେଟ୍ ଯାଞ୍ଚ କରେ ଯେ କୃଷିଜାତ ଦ୍ରବ୍ୟ ଯାଞ୍ଚ କରାଯାଇଛି ଏବଂ ଏହା କୀଟନାଶକ ଏବଂ ରୋଗମୁକ୍ତ। “ଫାଇଟୋ” ଶବ୍ଦର ଅର୍ଥ ହେଉଛି “ଉଦ୍ଭିଦ” ଏବଂ “ସାନିଟାରୀ” ଅର୍ଥ ହେଉଛି ପରିଷ୍କାର କିମ୍ବା କୀଟନାଶକ ଏବଂ ରୋଗମୁକ୍ତ।

ପାକିସ୍ତାନକୁ ଚେତାବନୀ ଦେଲା ଋଷିଆ
ପାକିସ୍ତାନ ଋଷିଆକୁ ପଠାଇଥିବା ଚାଉଳରେ ଏକ ଜୀବ ଦେଖିବାକୁ ମିଳିଥିଲା। ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି କୁହାଯାଉଛି। ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଋଷିଆ, ପାକିସ୍ତାନକୁ ଜଣାଇ ଦେଇଛି ଯେ ଯଦି ଫାଇଟୋସାନିଟାରୀ ସମସ୍ୟାର ସମାଧାନ କରାଯାଏ ନାହିଁ, ତାହେଲେ ଚାଉଳ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇ ଦିଆଯିବ।

ତୁରନ୍ତ ଯାଞ୍ଚ ପାଇଁ ଦିଆଗଲା ନିର୍ଦ୍ଦେଶ 
ଋଷିଆର ସଂଘୀୟ ପ୍ରାଣୀ ଚିକିତ୍ସା ସେବା ଏବଂ ଫାଇଟୋସାନିଟାରୀ ସର୍ଭିଲାନ୍ସ (FSVPS) ପାକିସ୍ତାନରୁ ଆମଦାନୀ ହୋଇଥିବା ଚାଉଳ ଆମଦାନୀ ଉପରେ ଆନ୍ତର୍ଜାତୀୟ ତଥା ଦେଶର ଫାଇଟୋସାନିଟାରୀ ଆବଶ୍ୟକତା ଉଲ୍ଲଂଘନ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରିଥିଲା। ଯାହା ପରେ ଏପରି ଚେତାବନୀ ଦିଆଯାଇଛି। ଗତ ଅପ୍ରେଲ୍ ୨ ତାରିଖରେ ପ୍ରକାଶିତ ହୋଇଥିବା ବିଜ୍ଞପ୍ତିରେ କୁହାଯାଇଥିଲା ଯେ ପାକିସ୍ତାନରୁ ଆସିଥିବା ଚାଉଳରେ "ମେଗାସେଲିଆ ସ୍କେଲାରିସ୍ (ଲୋବ)" ନାମକ ଏକ ଜୀବର ଉପସ୍ଥିତି ସମ୍ପର୍କରେ ଜଣାପଡ଼ିଥିଲା। ରାଜଧାନୀ ମସ୍କୋ ଠାରେ ଅବସ୍ଥାପିତ ଦୂତାବାସରେ ପାକିସ୍ତାନର ବାଣିଜ୍ୟ ପ୍ରତିନିଧିଙ୍କୁ ତୁରନ୍ତ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ପାକିସ୍ତାନକୁ ଲାଗିଲା ବଡ଼ ଝଟକା 
ଏପରି ଅବେହଳା ବନ୍ଦ କରିବାକୁ ଋଷୀୟ ଅଧିକାରୀ ଆହ୍ୱାନ କରିଛନ୍ତି। ଉଭୟ ଋଷିଆ-ପାକିସ୍ତାନ ମଧ୍ୟରେ ବାଣିଜ୍ୟ ହୋଇଥିବା କୃଷିଜାତ ଦ୍ରବ୍ୟର ନିରାପତ୍ତା ନିଶ୍ଚିତ କରିବାକୁ ମଧ୍ୟ କୁହାଯାଇଛି। ପାକିସ୍ତାନୀ ଦୂତାବାସକୁ ଚିଠି ଲେଖି ସମସ୍ତ ପାକିସ୍ତାନୀ ଚାଉଳ ରପ୍ତାନିକାରୀଙ୍କୁ ଫାଇଟୋସାନିଟାରୀ ମାନଦଣ୍ଡ ଅନୁସରଣ କରିବାକୁ କହିଛନ୍ତି।

ପୂର୍ବରୁ ପାକିସ୍ତାନ ଉପରେ ପ୍ରତିବନ୍ଧକ ଲଗାଇ ସାରିଛି ଋଷିଆ
ସ୍ୱାସ୍ଥ୍ୟଗତ ସୁରକ୍ଷା କାରଣରୁ ଋଷିଆ ଗତ ୨୦୧୯ ବର୍ଷରେ ପାକିସ୍ତାନରୁ ଚାଉଳ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲା। ସେହିଭଳି ଗତ ୨୦୦୬ ଡିସେମ୍ବର ମାସରେ ଋଷିଆ ଖାଦ୍ୟ ନିରାପତ୍ତା ମାନଦଣ୍ଡ ପୂରଣ ନକରିବାରୁ ପାକିସ୍ତାନରୁ ଚାଉଳ ଆମଦାନୀ ବନ୍ଦ କରି ଦେଇଥିଲା। ପାକିସ୍ତାନ ଚାଉଳ ରପ୍ତାନିକାରୀ ସଂଘ ସଭାପତି ଚେଲା ରାମ କେୱାଲାନି କହିଛନ୍ତି ଯେ ରପ୍ତାନି ପାଇଁ ସମସ୍ତ ଚାଉଳ ପ୍ୟାକେଜିଂ ସହ ଚୟନରେ ପାକିସ୍ତାନୀ ଚାଉଳ ରପ୍ତାନିକାରୀ ଯତ୍ନବାନ ରହିବାର ଆବଶ୍ୟକତା ରହିଛି।