Russian Plane YAP217: ବିମାନ ବନ୍ଦର ବଦଳରେ ଏଠାରେ ବିମାନ ଅବତରଣ କରାଇଦେଲେ ପାଇଲଟ୍
Advertisement
Article Detail0/zeeodisha/odisha2045439

Russian Plane YAP217: ବିମାନ ବନ୍ଦର ବଦଳରେ ଏଠାରେ ବିମାନ ଅବତରଣ କରାଇଦେଲେ ପାଇଲଟ୍

Antonov An-24 Aircraft: ୩୦ ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିବା ଏକ ବିମାନ, ବିମାନ ବନ୍ଦର ବଦଳରେ ଅନ୍ୟତ୍ର ଅବତରଣ କରିଛି।

Russian Plane YAP217: ବିମାନ ବନ୍ଦର ବଦଳରେ ଏଠାରେ ବିମାନ ଅବତରଣ କରାଇଦେଲେ ପାଇଲଟ୍

Russian Pilot Landed Plane on Ice: ନିକଟରେ ଋଷିଆ ଠାରେ ଘଟିଯାଇଛି ଏକ ଅଜବ ଧରଣର ଦୁର୍ଘଟଣା। ଯେଉଁଠାରେ ୩୦ ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିବା ଏକ ବିମାନ ହଠାତ୍ ଦେଶର ପୂର୍ବ ଭାଗରେ ଅବସ୍ଥିତ କୋଲିମା ନଦୀରେ ଜମା ହୋଇଥିବା ବରଫରେ କରିଥିଲା ଅବତରଣ। ଯେଉଁ ଅଞ୍ଚଳ ବିମାନ ଅବତରଣ କରିଥିଲା ସେହି ସ୍ଥାନ ପ୍ରବଳ ଥଣ୍ଡା ଏବଂ ଶୀତ ଋତୁରେ ବିଯୁକ୍ତ ତାପମାତ୍ରା ପାଇଁ ଜଣାଶୁଣା। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ ଏହି ଘଟଣା ସହ ଜଡ଼଼ିତ ଫଟୋ ଭିଡ଼ିଓ ସେୟାର କରାଯାଇଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ ନଦୀରେ ଜମା ହୋଇଥିବା ବରଫରେ ବିମାନ ଅବତରଣ କରିବା ପରେ ଯାତ୍ରୀଙ୍କୁ ସଂଘର୍ଷ କରୁଥିବାର ଦେଖିବାକୁ ମିଳିଛି। ବ୍ରିଟିଶ ଗଣମାଧ୍ୟମ ବିବିସି ଅନୁଯାୟୀ ନିକଟରେ ୱାଏପି ୨୧୭ ନାମକ ବିମାନ ସୂଦୂର ପୂର୍ବରେ ଅବସ୍ଥିତ ସଖା ଗଣତନ୍ତ୍ରର ରାଜଧାନୀ ୟାକୁଟସ୍କ ଠାରୁ ଉଡ଼ାଣ ଭରିବା ପରେ ଏଭଳି ଆଶ୍ଚର୍ଯ୍ୟଜନକ ଦୁର୍ଘଟଣାର ସାମ୍ନା କରିଥିଲା।

ନଦୀରେ ଜମା ହୋଇଥିବା ବରରେ ବିମାନ କରିଥିଲା ଅବତରଣ
ଆଣ୍ଟୋନୋଭ ୨୪ ନାମରେ ପରିଚିତ ବିମାନ (Antonov An-24 Aircraft) ପ୍ରଥମେ ଉତ୍ତର-ପୂର୍ବ ଭାଗରେ ପ୍ରାୟ ୧୧୦୦ କିଲୋମିଟର ଦୂରରେ ଅବସ୍ଥିତ ଜାୟର୍ୟନଙ୍କା (Zairyanka Area Russia) ଅଭିମୁଖେ ଯାତ୍ରା କରୁଥିଲା। ଏହା ପରେ ବିମାନ ୟାକୁଟସ୍କ (Yakutsk City Russia) ଫେରିବା ପୂର୍ବରୁ ଶେରଡେକୋଲାଇମସ୍କ (Srednekolymsk Town in Russia) ଠାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଥିଲା। ବ୍ରିଟିଶ ଗଣମାଧ୍ୟମ ବିବିସି ଅନୁସାରେ ଯେତେବେଳେ ବିମାନ ଜାୟର୍ୟନଙ୍କା ବିମାନବନ୍ଦର (Zairyanka Airport Russia) ନିକଟରେ ପହଞ୍ଚିବାକୁ ଯାଉଥିଲା, ହଠାତ୍ ଅବତରଣ ପଥରୁ ହଟି ଯାଇ କୋଲିମା ନଦୀ (Kolyma River Russia) ମଝିରେ ରହିଥିବା ବାଲି ପଠାରେ ଅଟକି ଯାଇଥିଲା। ବରଫ ଆଚ୍ଛାଦିତ ନଦୀ ପୃଷ୍ଠରେ ଅଟକି ଯିବା ପୂର୍ବରୁ ବିମାନ କେତେ ଦୂରତା ଅତିକ୍ରମ କରିଥିଲା ତାହା ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଥିଲା। ବିମାନ ଏହାର ରାସ୍ତାରେ ବରଫର ଏକ ଲମ୍ବା ଚିହ୍ନ ସୃଷ୍ଟି କରିଥିଲା।

ବରଫରେ ବିମାନ ଅବତରଣକୁ ନେଇ କ'ଣ କହିଲା ଋଷୀୟ ଏୟାରଲାଇନ୍ସ
ବରଫରେ ବିମାନ ଅବତରଣ କରିବା ଘଟଣାରେ ପ୍ରତିକ୍ରିୟା ରଖିଛି ପୂର୍ବ ସାଇବେରିଆ ପରିବହନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (East Siberian Transport Prosecutor)। ଏନେଇ ବିଭାଗୀୟ ମୁଖପାତ୍ର କହିଛନ୍ତି ଯେ ପ୍ରାଥମିକ ସୂଚନା ଅନୁଯାୟୀ ବିମାନ ଉଡ଼ାଣ କରୁଥିବା ଚାଳକ ଦଳର ସଦସ୍ୟଙ୍କ ତ୍ରୁଟି କାରଣରୁ ବିମାନ ଦୁର୍ଘଟଣାର ଶୀକାର ହୋଇଥିଲା। ଏହି ଘଟଣାରେ ୩୦ ଜଣ ଯାତ୍ରୀ ଏବଂ ୪ ଜଣ ଚାଳକ ଦଳ ସଦସ୍ୟ ଜଡ଼ିତ ରହିଥିଲେ। ହେଲେ ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ ବୋଲି ଋଷୀୟ ଏୟାରଲାଇନ୍ସ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି।

Also Read:  Russian Plane Landing: ବିମାନ ବନ୍ଦରରେ ବଦଳରେ ଜମିରେ ଅବତରଣ କଲା ବିମାନ, ଜାଣନ୍ତୁ କାରଣ

Also Read: Moscow Ural Flight: ଯାତ୍ରା ବେଳେ ବିମାନ ଉଡ଼ାଇଦେବାକୁ ଧମକ ଦେଲେ ହକି ଖେଳାଳୀ; ଜାଣନ୍ତୁ କାହିଁକି