Advertisement
Article Detail0/zeeodisha/odisha2134556
Zee OdishaOdisha TrendingSandeshkhali News Today: ଗିରଫଦାରୀ ପରେ ଦଳରୁ ବିଦା ହେଲା ଶାହଜହାଁ ଶେଖ

Sandeshkhali News Today: ଗିରଫଦାରୀ ପରେ ଦଳରୁ ବିଦା ହେଲା ଶାହଜହାଁ ଶେଖ

TMC Leader Shajahan Sheikh: ଗୁରୁବାର ସକାଳେ ଗିରଫ ହେବା ପରେ ଶାହଜହାଁ ଶେଖକୁ ୬ ବର୍ଷ ପାଇଁ ନିଲମ୍ବିତ କରିଛି ଟିଏମସି।

Sandeshkhali News Today: ଗିରଫଦାରୀ ପରେ ଦଳରୁ ବିଦା ହେଲା ଶାହଜହାଁ ଶେଖ

Shajahan Sheikh Suspended from TMC: ବେଶ କିଛି ଦିନର ଛକାପଞ୍ଝା ପରେ ଗୁରବାର ସକାଳେ ଗିରଫ ହୋଇଥିଲା ସନ୍ଦେଶଖାଲି ମାମଲାର ମୁଖ୍ୟ ଅଭିଯୁକ୍ତ ଶାହଜହାଁ ଶେଖ। ଗୁରୁବାର ଗିରଫ ହେବା ପରେ  
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଶାହଜହାଁ ଶେଖକୁ ଦଳରୁ ବହିଷ୍କାର କରିଛନ୍ତି। ଶାହଜହାଁ ଶେଖ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାକୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି। ତାକୁ ଗିରଫ କରାଯିବାର କିଛି ଘଣ୍ଟା ପରେ ଦଳରୁ ବିଦା ହୋଇଛି ଶାହଜହାଁ ଶେଖ। ଏହି ନିଲମ୍ବନ ସମ୍ପର୍କରେ ଟିଏମସି ନେତା ଡେରେକ ଓ’ବ୍ରାଏନ୍ ଜଣାଇଛନ୍ତି। ଏନେଇ ସେ କହିଛନ୍ତି ଯେ ଶାହଜହାଁ ଶେଖକୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବିତ କରାଯାଇଛି।

ଟିଏମସି ଦ୍ୱାରା ନେତା ଶାହଜହାଁ ଶେଖ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ପୂର୍ବରୁ ତାକୁ ଗୁରୁବାର ସକାଳେ ଗିରଫ କରିଥିଲା ପୋଲିସ। ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣା ଜିଲ୍ଲାରେ ଅବସ୍ଥିତ ସନ୍ଦେଶଖାଲି ଗ୍ରାମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳର ଯବାନଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରାୟ ୫୦ ଦିନ ପରେ ପୋଲିସ ଏହି ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଟିଏମସି ନେତା ଶାହଜହାଁ ଶେଖକୁ ଗୁରବାର ସକାଳେ ଗିରଫ କରିଥିଲା। ଗିରଫ ସମୟ ଏବଂ ସ୍ଥାନ ସମ୍ପର୍କରେ ପୋଲିସ ପକ୍ଷରୁ କିଛି କୁହାଯାଇନାହିଁ। ଗିରଫଦାରୀ ପରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଶାହଜହାଁ ଶେଖକୁ ଦଳରୁ ନିଲମ୍ବନ କରିଛନ୍ତି।

ସ୍ଥାନୀୟ ଲୋକଙ୍କୁ ନିର୍ଯ୍ୟାତନା ଦେଇଥିବାର ହୋଇଛି ଅଭିଯୋଗ
ଏହାପୂର୍ବରୁ କଲିକତା ହାଇକୋର୍ଟ ମୁଖ୍ୟ ବିଚାରପତି ଟି.ଶିବଗଣନମ କହିଥିଲେ ଯେ ଶାହଜହାଁ ଶେଖକୁ ଗିରଫ କରିବାର ଅଧିକାର ରାଜ୍ୟ କିମ୍ବା କେନ୍ଦ୍ରୀୟ ଏଜେନ୍ସି ପାଖରେ ରହିଛି। ଶାହଜହାଁ ଶେଖ ବିରୋଧରେ ସ୍ଥାନୀୟ ଲୋକଙ୍କୁ ନିର୍ଯ୍ୟାତନା ଦେବାର ଅଭିଯୋଗ ଆସିଥିଲା। ବୁଧବାର ନିଜେ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ମଙ୍ଗଳବାର ମଧ୍ୟରାତ୍ରରୁ ଟିଏମସି ନେତା ଶାହଜହାଁ ଶେଖ ପଶ୍ଚିମବଙ୍ଗ  ପୋଲିସ ହେପାଜତରେ ରହିଛି। ଖବର ଅନୁଯାୟୀ ଶାହଜହାଁ ଶେଖକୁ ବସିରହାଟ ସବ-ଡିଭିଜନାଲ କୋର୍ଟ ପରିସରରେ ତାଲା ପକାଇ ରଖାଯାଇଛି। ଏହା ବ୍ୟତୀତ ତାହାର ସହଯୋଗୀ ଆମୀର ଅଲିକୁ ମଧ୍ୟ ଓଡିଶାରୁ ଗିରଫ କରାଯାଇଛି।

Add Zee News as a Preferred Source

ସନ୍ଦେଶଖାଲି ଘଟଣା ପାଇଁ ବିବାଦରେ ଟିଏମସି ସରକାର 
ସନ୍ଦେଶଖାଲି ଘଟଣାର ମୁଖ୍ୟ ଅଭିଯୁକ୍ତ ଶାହଜହାଁ ଶେଖ ଫେରାର ହୋଇ ଯାଇଥିବାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସବୁ ଦିଗରୁ ଘେରି ହୋଇ ଯାଇଥିଲେ। ଶାହଜହାଁ ଶେଖକୁ ସନ୍ଦେଶଖାଲି ଗ୍ରାମର ଲୋକ ଉତ୍ତର ୨୪ ପରଗଣା ଜିଲ୍ଲା ତଥା ଏହାର ଆଖପାଖ ଅଞ୍ଚଳରେ ଦେଖିଥିବାର ଦାବି କରିଛନ୍ତି। ପଶ୍ଚିମବଙ୍ଗ ପୋଲିସ ଶାହଜହାଁ ଶେଖକୁ ସୁରକ୍ଷା ଦେଇଥିବା ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷରେ ଟିଏମସି କହିଛି ଯେ କଲିକତା ହାଇକୋର୍ଟ ଶାହଜହାଁ ଶେଖ ଗିରଫଦାରୀ ଉପରେ ପ୍ରତିବନ୍ଧକ ଲଗାଇଥିବାରୁ ପୋଲିସ ତାକୁ ଗିରଫ କରୁନାହିଁ। ହେଲେ ଏହା ଉପରେ ଜବାବ ରଖି ଲିକତା ହାଇକୋର୍ଟ ମୁଖ୍ୟ ବିଚାରପତି ଟି.ଶିବଗଣନମ କହିଥିଲେ ଯେ ଟିଏମସି ନେତା ଶାହଜହାଁ ଶେଖ ଗିରଫଦାରୀ ପରେ କୌଣସି କଟକଣା ନାହିଁ।