Shocking News: ଲଜ୍ଜା! ଛଅ ମାସର ଛୁଆକୁ ଛାଡ଼ି ଶଶୁର ସାଙ୍ଗେ ଛୁ ମାରିଲା ବୋହୂ
Advertisement
Article Detail0/zeeodisha/odisha1597341

Shocking News: ଲଜ୍ଜା! ଛଅ ମାସର ଛୁଆକୁ ଛାଡ଼ି ଶଶୁର ସାଙ୍ଗେ ଛୁ ମାରିଲା ବୋହୂ

Shocking News: ପୁଅକୁ ବାହା ଦେଇ ଘରକୁ ଲକ୍ଷ୍ମୀ କରି ଆଣିଥିବା ନିଜ ବୋହୂ ଧରି ଫେରାର ହୋଇଯାଇଛି ଶଶୁର । ଏଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନରୁ । ଯେଉଁ ଶଶୁର ଉବୁଠୁବୁ ହୋଇ ନିଜ ଛଅ ମାସର କଅଁଳ ଛୁଆକୁ ଛାଡ଼ି ଶଶୁର ସାଙ୍ଗରେ ଛୁ ମାରିଛି ବୋହୂ ।

ସୌ(ସୋସିଆଲ ମିଡିଆ)

Shocking News: କୁହାଯାଏ ପ୍ରେମ ଅନ୍ଧ ହୋଇଥାଏ । ଏହ ମାନିନଥାଏ ବୟସ, ଜାତି, ଧର୍ମ କି ବର୍ଣ୍ଣ । କିନ୍ତୁ ଯଦି ଏହି ପ୍ରେମ ସମ୍ପର୍କ ଶଶୁର ଓ ବୋହୂ ମଧ୍ଯରେ ହୋଇଯାଏ ତାହାଲେ କ’ଣ ହେବ । ଶୁ୍ଣିବାକୁ ବେଶ ଅଜିବ ଲାଗୁଥିବା ଏହି ଘଟଣାଟି ବାସ୍ତବରେ ଘଟିଛି । ପୁଅକୁ ବାହା ଦେଇ ଘରକୁ ଲକ୍ଷ୍ମୀ କରି ଆଣିଥିବା ନିଜ ବୋହୂ ସହ ବୁଢା ଶଶୁର ଫେରାର ହୋଇଯାଇଛି। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଶଶୁର ଓ ବୋହୂ ସମ୍ପର୍କକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନରୁ । ଯେଉଁ ଶଶୁର ଉବୁଠୁବୁ ହୋଇ ନିଜ ଛଅ ମାସର କଅଁଳ ଛୁଆକୁ ଛାଡ଼ି ଶଶୁର ସାଙ୍ଗରେ ଛୁ ମାରିଛି ବୋହୂ ।

ସୂଚନାଅନୁଯାୟୀ, ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନ(Rajasthan) ବୁନ୍ଦି ଜିଲ୍ଲା ସିଲୋର ଗାଁରେ । ଏହି ଘଟଣା ସାମ୍ନାକୁ ଆସିବା ପରେ ଲୋକେ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ପବନ ବୈରାଗୀ ନାମକ ଜଣେ ଯୁବକ ଥାନାରେ ଅଭିଯୋଗ କରିଛନ୍ତି କି, ତାଙ୍କ ବାପା ତାଙ୍କ ସ୍ତ୍ରୀଙ୍କୁ ନେଇ ପଳାଇଛନ୍ତି । ସ୍ତ୍ରୀଙ୍କୁ ନିର୍ଦ୍ଦୋଷ କହିବା ସହ ତାଙ୍କ ବାପା ବିଭିନ୍ନ ପ୍ରଲୋଭନ ଦେଖାଇ ଏପରି କରିଥିବା ସେ ପୋଲିସ ଆଗରେ ଅଭିଯୋଗ କରିଛନ୍ତି । ବାପା ବାଇକ ସାହାଯ୍ୟରେ ତାଙ୍କ ସ୍ତ୍ରୀଙ୍କୁ ନେଇ ଫେରାର ହୋଇଥିବା ସେ କହିଛନ୍ତି । ଯୁବକ ଜଣକ ଆଉ ମଧ୍ଯ କହିଛନ୍ତି ଯେ, ତାଙ୍କ ବାପା ଅନେକ ବେଆଇନ କାମରେ ନିୟୋଜିତ ଥିଲେ । ଏଥିଲାଗି ସେ ସବୁବେଳେ ଗାଁଠାରୁ ଦୂରରେ ରହୁଥିଲେ । ପବନ ଓ ତାଙ୍କ ସ୍ତ୍ରୀଙ୍କର ଏକ ଛଅ ମାସର ଛୁଆ ମଧ୍ୟ ରହିଛି । ସ୍ତ୍ରୀଙ୍କ ସହ ତାଙ୍କ ବାପା ଘରୁ ଦୁଇ ଚକିଆ ଗାଡ଼ି ନେଇ ଫେରାର ହୋଇଥିବା ସେ ଅଭିଯୋଗ କରିଛନ୍ତି । ତେବେ ଏହି ମାମଲାକୁ ଗୁରୁତର ସହ ନେଇ ଏହାର ତଦନ୍ତ କରୁଥିବା ପୋଲିସ କହିଛି । ପବନଙ୍କ ସ୍ତ୍ରୀ ନିଖୋଜ ଥିବାବେଳେ ତାଙ୍କ ବାପା ତାଙ୍କୁ ନେଇ ଫେରାର ହୋଇଯାଇଥିବା ପବନ ପୋଲିସ ନିକଟରେ କହିଥିଲେ । ଚୋରି ୨ଟି ଗାଡ଼ି ସହ ଫେରାର ଶଶୁର ଓ ବୋହୂକୁ ଖୋଜାଖୋଜି କରୁଛି ପୋଲିସ । ତେବେ ଉଭୟ ଏବେ କେଉଁଠାରେ ଅଛନ୍ତି ସେ ନେଇ ପୋଲିସ କୌଣସି ସୂଚନା ଦେଇନାହିଁ ।

Also Read-Shocking news: ପାର୍ଲରରେ ମେକଅପ କରିବା ପରେ ବିବାହ ମଣ୍ତପ ନୁହେଁ ICUକୁ ଗଲେ କନିଆଁ

Also Read-Urinated In Flight: ପୁଣି ବିମାନରେ ସହଯାତ୍ରୀଙ୍କ ଉପରେ ପରିସ୍ରା କଲେ ମଦ୍ୟପ ଛାତ୍ର, ଜାଣନ୍ତୁ କ'ଣ ରହିଛି ପୂରା ମାମଲା?

ପ୍ରକାଶଥାଉ କି, ଏହା ପୂର୍ବରୁ ସିରୋହୀ ଜିଲ୍ଲାରେ ଜଣେ ୪୦ ବର୍ଷୀୟ ଶାଶୁ ନିଜ ଜ୍ବାଇଁ ପ୍ରେମରେ ପଡ଼ିଯାଇଥିଲେ । ନିଜ ସ୍ବାମୀକୁ ଖାଇବାରେ ନିଶା ଦେଇ ଉଭୟ ଶାଶୁ ଓ  ଜ୍ବାଇଁ ଫେରାର ହୋଇଯାଇଥିସଲେ ।