Urinated In Flight: ପୁଣି ବିମାନରେ ସହଯାତ୍ରୀଙ୍କ ଉପରେ ପରିସ୍ରା କଲେ ମଦ୍ୟପ ଛାତ୍ର, ଜାଣନ୍ତୁ କ'ଣ ରହିଛି ପୂରା ମାମଲା?
Advertisement
Article Detail0/zeeodisha/odisha1597082

Urinated In Flight: ପୁଣି ବିମାନରେ ସହଯାତ୍ରୀଙ୍କ ଉପରେ ପରିସ୍ରା କଲେ ମଦ୍ୟପ ଛାତ୍ର, ଜାଣନ୍ତୁ କ'ଣ ରହିଛି ପୂରା ମାମଲା?

Passenger Urinated In American Flight: ପୁଣି ନିଶାସକ୍ତ ଅବସ୍ଥାରେ ବିମାନରେ ସହ ଯାତ୍ରୀଙ୍କ ଉପରେ ପରିସ୍ରା କଲେ ଯାତ୍ରୀ (Urinated In Flight)। ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ନ୍ୟୁୟର୍କରୁ ନୂଆଦିଲ୍ଲୀ (New York-Delhi flight)ଅଭିମୁଖେ ଆସୁଥିବା ଆମେରିକାନ ଏୟାରଲାଇନର (New York flight) ଏକ ବିମାନରେ ଜଣେ ଯାତ୍ରୀ ନିଶାସକ୍ତ ଅବସ୍ଥାରେ ଜଣେ ପୁରୁଷ ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗ ହୋଇଛି।

ସୌଜନ୍ୟ- ସୋସିଆଲ ମିଡ଼ିଆ

Passenger Urinated In American Flight:  ପୁଣି ନିଶାସକ୍ତ ଅବସ୍ଥାରେ ବିମାନରେ ସହ ଯାତ୍ରୀଙ୍କ ଉପରେ ପରିସ୍ରା କଲେ ଯାତ୍ରୀ (Urinated In Flight)। ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।  ନ୍ୟୁୟର୍କରୁ ନୂଆଦିଲ୍ଲୀ (New York-Delhi flight)ଅଭିମୁଖେ ଆସୁଥିବା ଆମେରିକାନ ଏୟାରଲାଇନର (New York flight) ଏକ ବିମାନରେ ଜଣେ ଯାତ୍ରୀ ନିଶାସକ୍ତ ଅବସ୍ଥାରେ ଜଣେ ପୁରୁଷ ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଶୁକ୍ରବାର ରାତି ୯.୧୬ରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଆମେରିକାନ ଏୟାରଲାଇନର ଫ୍ଲାଇଟ୍ ନମ୍ବର ଏଏ୨୯୨ ରେ ଘଟିଥିଲା ​​। ଏୟାରଲାଇନ ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛି । ଅଭିଯୁକ୍ତ ଯାତ୍ରୀଙ୍କୁ ହେପାଜତକୁ ନେଇ ପୋଲିସ ପଚରାଉଚରା କରୁଥିବା ଜଣାପଡିଛି । ଏପରିକି ତାଙ୍କୁ ଗିରଫ କରାଯାଇଛି । 

ବିମାନବନ୍ଦରର ସୂତ୍ରରୁ ପ୍ରକାଶ ଯେ, ଅଭିଯୁକ୍ତ ଜଣେ ଆମେରିକୀୟ ବିଶ୍ୱବିଦ୍ୟାଳୟର ଛାତ୍ର। ସେ ନିଶାସକ୍ତ ଥିଲେ ଏବଂ ଶୋଇଥିବା ଅବସ୍ଥାରେ ହିଁ ତାଙ୍କ ପ୍ୟାଣ୍ଟ୍ ରେ ପରିସ୍ରା କରିଥିଲେ, ଯେଉଁ କାରଣରୁ ତାଙ୍କ ପାଖରେ ବସିଥିବା ଯାତ୍ରୀ ମଧ୍ୟ ଓଦା ହୋଇଯାଇଥିଲେ | ଯାତ୍ରୀ ଜଣକ ବିମାନ କ୍ରୁ’ ନିକଟରେ ଏନେଇ ଅଭିଯୋଗ କରିଥିଲେ। ପୀଡିତ ଯାତ୍ରୀ ଏହି ଘଟଣା ସମ୍ପର୍କରେ ପୋଲିସକୁ ଜଣାଇବାକୁ ଚାହୁଁନଥିଲେ । କାରଣ ଅଭିଯୁକ୍ତ ଛାତ୍ର ତାଙ୍କୁ କ୍ଷମା ମାଗିଥିଲେ । ପୋଲିସରେ ଅଭିଯୋଗ କଲେ ତାଙ୍କ କ୍ୟାରିୟରକୁ ବିପଦରେ ପକାଇପାରେ ବୋଲି ସେ କହିଥିଲେ। ତେବେ ଏୟାରଲାଇନ ଏହାକୁ ଗୁରୁତର ସହ ନେଇ ଆଇଜି (ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ) ବିମାନବନ୍ଦରରେ ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି) କୁ ଜଣାଇଥିଲା। ଏହି ଘଟଣା ବିଷୟରେ ଜାଣିବା ପରେ କର୍ମଚାରୀମାନେ ପାଇଲଟଙ୍କୁ ସୂଚନା ଦେଇଥିଲେ, ଏବଂ ପରବର୍ତ୍ତୀ ସମୟରେ ଏଟିସିଙ୍କୁ ଏ ବିଷୟରେ ଜଣାଇଥିଲେ। ଏଟିସି ସିଆଇଏସ୍ଏଫ୍ କର୍ମଚାରୀଙ୍କୁ ଏହି ସୂଚନା ଦେବା ପରେ ଅଭିଯୁକ୍ତ ଯାତ୍ରୀଙ୍କୁ ଦିଲ୍ଲୀ ପୋଲିସରେ ଜିମା ଦିଆଯାଇଥିଲା ।

Also Read :  Odisha News: ପଶୁ-ମଣିଷର ପ୍ରେମ ନିଆରା, ମୃତଦେହକୁ ପାଞ୍ଚଘଣ୍ଟା ଧରି କାନ୍ଦିଲା ମାଙ୍କଡ଼

Also Read : VSSUT Student Death Case: ଭିସୁଟ୍‌ ଛାତ୍ରୀ ଚିନ୍ମୟୀଙ୍କୁ କରାଯାଇଛି ହତ୍ୟା ! ପୁରୁଷ ବନ୍ଧୁଙ୍କ କଥାରେ...

ବିମାନବନ୍ଦରର ଅନ୍ୟ ଏକ ସୂତ୍ରରୁ ପ୍ରକାଶ ଯେ, ଏହି ଘଟଣା ଜଣାପଡ଼ିବା ପରେ ବିମାନ ବନ୍ଦର ସୁରକ୍ଷା ଦାୟିତ୍ବରେ ଥିବା ସିଆଇଏସ୍ଏଫ୍ କାର୍ଯ୍ୟାନୁଷ୍ଠାନ ନେଇଥିଲା। ବିମାନରୁ ଓହ୍ଲାଇବା ପରେ ଅଭିଯୁକ୍ତକୁ ତୁରନ୍ତ ହେପାଜତକୁ ନିଆଯାଇଥିଲା। ପୋଲିସ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରୁଥିବା ଜଣାପଡିଛି । ବେସାମରିକ ବିମାନ ଚଳାଚଳ ନିୟମ ଅନୁଯାୟୀ ଯଦି ଜଣେ ଯାତ୍ରୀ ଅଶାଳୀନ ଆଚରଣ ପାଇଁ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ତାଙ୍କୁ ବ୍ୟାନ୍ କରାଯିବ ।ଗତ କିଛି ମାସ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଘଟଣା | ନଭେମ୍ବର ୨୬ ରେ ଏୟାର ଇଣ୍ଡିଆର ନ୍ୟୁୟର୍କ-ଦିଲ୍ଲୀ ବିମାନରେ ମଧ୍ୟ ଏଭଳି ଘଟଣା ଘଟିଥିଲା ​​ଯେତେବେଳେ ଶଙ୍କର ମିଶ୍ର ନାମକ ଜଣେ ଯାତ୍ରୀ ନିଶାସକ୍ତ ଅବସ୍ଥାରେ ଜଣେ ବୟସ୍କା ମହିଳାଙ୍କ ଉପରେ ପରିସ୍ରା କରିଥିଲେ।

Also Read : Flight Service: ଆଜିଠୁ ରେଶମ ସହରକୁ ଉଡ଼ିଲା ବିମାନ, ଜାଣନ୍ତୁ ସପ୍ତାହକୁ କେତେ ଥର ଭୁବନେଶ୍ବରରୁ ରଙ୍ଗେଇଲୁଣ୍ଡାକୁ ମିଳିବ ଏହି ସେବା?

Also Read : Shocking News: ବାପା ନା ସେ ନର୍କର କୀଟ, ନିଜ ଜନ୍ମକଲା ଝିଅକୁ ବର୍ଷେ ହେବ କରୁଥିଲା ଦୁଷ୍କର୍ମ