Science News:ସୂର୍ଯ୍ୟ ପୃଷ୍ଠରେ ଦେଖାଗଲା ଗର୍ତ୍ତ, ଆଶ୍ଚର୍ଯ୍ୟ ହୋଇଗଲେ ବୈଜ୍ଞାନିକ, ଆରମ୍ଭ ହେଲା ଅନୁସନ୍ଧାନ
Advertisement
Article Detail0/zeeodisha/odisha1634582

Science News:ସୂର୍ଯ୍ୟ ପୃଷ୍ଠରେ ଦେଖାଗଲା ଗର୍ତ୍ତ, ଆଶ୍ଚର୍ଯ୍ୟ ହୋଇଗଲେ ବୈଜ୍ଞାନିକ, ଆରମ୍ଭ ହେଲା ଅନୁସନ୍ଧାନ

Coronal Hole Sun: ସୂର୍ଯ୍ୟର ଯେଉଁ ଅଂଶରେ ଗର୍ତ୍ତ ସୃଷ୍ଟି ହୋଇଛି ସେହି ଅଂଶ "କୋରୋନଲ୍ ହୋଲ୍" ନାମରେ ମଧ୍ୟ ଜଣାଶୁଣା। ଏହି ଗର୍ତ୍ତ ଦେଖିବାକୁ ସମ୍ପୂର୍ଣ୍ଣ ରୂପେ କଳା ଏବଂ ଭିତର ପାର୍ଶ୍ୱରେ ଅନ୍ଧକାର ବ୍ୟାପି ରହିଛି। ଏହି ଗର୍ତ୍ତର ଚାରିପାଖରେ ଦୀର୍ଘ ଦୂରତା ପାଇଁ କିଛି ଦୃଶ୍ୟମାନ ହୁଏ ନାହିଁ। 

Science News:ସୂର୍ଯ୍ୟ ପୃଷ୍ଠରେ ଦେଖାଗଲା ଗର୍ତ୍ତ, ଆଶ୍ଚର୍ଯ୍ୟ ହୋଇଗଲେ ବୈଜ୍ଞାନିକ, ଆରମ୍ଭ ହେଲା ଅନୁସନ୍ଧାନ

Hole On Surface Of Sun: ନିକଟରେ ବୈଜ୍ଞାନିକ ସୂର୍ଯ୍ୟର ପୃଷ୍ଠଭୂମିରେ ଏକ ବିଶାଳ ଗର୍ତ୍ତ ପାଇଛନ୍ତି। ଯାହା ଅନୁସନ୍ଧାନକାରୀଙ୍କୁ ଚିନ୍ତାରେ ପକାଇ ଦେଇଛି। ଏହି ଗର୍ତ୍ତ ବହୁତ ବଡ ରହିଥିବା କୁହାଯାଉଛି। ଯେଉଁଥିପାଇଁ ଗବେଷକ ଆଶ୍ଚର୍ଯ୍ୟ ଚକିତ ହୋଇଯିବା ସହ ଏହାକୁ ନେଇ ଚିନ୍ତିତ ହୋଇଯାଇଛନ୍ତି। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଅନୁଯାୟୀ, ଏହି ଗର୍ତ୍ତର ଆକାର ଆମ ପୃଥିବୀ ଠାରୁ ପ୍ରାୟ ୨୦ ଗୁଣ ବଡ। ଏହି ଗର୍ତ୍ତ କିପରି ସୃଷ୍ଟି ହେଲା ଏବଂ ଏହା ପଛର କାରଣ କ’ଣ? ସେ ସମ୍ପର୍କରେ ଜାଣିବା ପାଇଁ ଅନୁସନ୍ଧାନକାରୀ ଏହା ଉପରେ ଅନୁସନ୍ଧାନ କରୁଛନ୍ତି। ହେଲେ ସୂର୍ଯ୍ୟ ପୃଷ୍ଠରେ ବିଶାଳ ଗର୍ତ୍ତ ହେବା ଦ୍ୱାରା କ’ଣ କ୍ଷତି ହେବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ କେହି ଜାଣି ନାହାଁନ୍ତି।

ସୂର୍ଯ୍ୟର ଯେଉଁ ଅଂଶରେ ଗର୍ତ୍ତ ସୃଷ୍ଟି ହୋଇଛି ସେହି ଅଂଶ "କୋରୋନଲ୍ ହୋଲ୍" ନାମରେ ମଧ୍ୟ ଜଣାଶୁଣା। ଏହି ଗର୍ତ୍ତ ଦେଖିବାକୁ ସମ୍ପୂର୍ଣ୍ଣ ରୂପେ କଳା ଏବଂ ଭିତର ପାର୍ଶ୍ୱରେ ଅନ୍ଧକାର ବ୍ୟାପି ରହିଛି। ଏହି ଗର୍ତ୍ତର ଚାରିପାଖରେ ଦୀର୍ଘ ଦୂରତା ପାଇଁ କିଛି ଦୃଶ୍ୟମାନ ହୁଏ ନାହିଁ। ଅନେକ ଥର ବୈଜ୍ଞାନିକମାନେ ଏହାର ଆଖପାଖରେ କ'ଣ ରହିଛି ସେ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଏହି ଗର୍ତ୍ତର ଭିତରେ ଏବଂ ବାହାରେ କ'ଣ ରହିଛି ତାହା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ସୂର୍ଯ୍ୟ ପୃଷ୍ଠରେ ଦୃଶ୍ୟମାନ ହେଉଥିବା ଏହି ଗର୍ତ୍ତରୁ ପୃଥିବୀ ଆଡକୁ ଘଣ୍ଟା ପ୍ରତି ୨୯ ଲକ୍ଷ କିଲୋମିଟର ବେଗରେ ବାୟୁ ପ୍ରବାହିତ ହେଉଛି। ଯାହା ପୃଥିବୀ ଆଡକୁ ଆସୁଛି। ଏହାର ପ୍ରଭାବ ମଧ୍ୟ ଧୀରେ ଧୀରେ ଦେଖାଯାଉଛି। ଏହାକୁ ରୋକିବା ପାଇଁ ବୈଜ୍ଞାନିକ ଉପାୟ ଖୋଜିବାରେ ଲାଗିଛନ୍ତି। ହେଲେ ଏହାକୁ ନେଇ ଅନେକ ଆଶଙ୍କା ସୃଷ୍ଟି ହୋଇଛି। ତାହା ହେଉଛି ଯେ ଯେଭଳି ଭାଗରେ ପବନ ସୂର୍ଯ୍ୟ ପୃଷ୍ଠରୁ ପ୍ରବାହିତ ହେଉଛି ତାହା ଶୁକ୍ରବାର ପୃଥିବୀର ବାୟୁମଣ୍ଡଳ ଧକ୍କା ହୋଇପାରେ। 

Also Read: Science News: ଦୁଇ ଭାଗରେ ଭାଙ୍ଗିଲା ସୂର୍ଯ୍ୟ! ଚମକି ଉଠିଲେ ବୈଜ୍ଞାନିକ, କ'ଣ ଆସିବ ମହାପ୍ରଳୟ?

 

ବୈଜ୍ଞାନିକଙ୍କ କହିବା ଅନୁଯାୟୀ ସୂର୍ଯ୍ୟ ପୃଷ୍ଠରୁ ପୃଥିବୀ ଆଡ଼କୁ ଆସୁଥିବା ପବନକୁ ରୋକିବା ପାଇଁ କୌଣସି ବିଶେଷ ବ୍ୟବସ୍ଥା ନାହିଁ। ଏହି ପବନର ପ୍ରଭାବ କ’ଣ ହେବ ସେ ବିଷୟରେ କିଛି କୁହାଯାଇ ପାରିବ ନାହିଁ। ବୈଜ୍ଞାନିକଙ୍କ ମତ ଅନୁସାରେ ଏହା ଏକ ଚିନ୍ତାର ବିଷୟ। ଏହି ବିଷୟରେ ଦିନ ରାତି ଗବେଷଣା କରାଯାଉଛି। ବୈଜ୍ଞାନିକ ମଧ୍ୟ ଅନେକ କଥା ବୁଝି ପାରିଛନ୍ତି। ଯାହା ଉପରେ କାମ ମଧ୍ୟ ଆରମ୍ଭ ହୋଇଯାଇଛି। 

ନିକଟ ଅତୀତରେ ସୂର୍ଯ୍ୟର ଗତିବିଧି ସମଗ୍ର ବିଶ୍ୱର ବୈଜ୍ଞାନିକଙ୍କ ଲାଗି ଚିନ୍ତା ବଢାଇ ଦେଇଥିଲା। ସୂର୍ଯ୍ୟଙ୍କର ଏକ ବଡ଼ ଭାଗ, ଖଣ୍ଡ ଖଣ୍ଡ ହୋଇ ଏକ ସୌର ଘୂର୍ଣ୍ଣିବଳୟରେ ପରିଣତ ହୋଇଛି। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଏହାର ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ ଦ୍ୱାରା ସୂର୍ଯ୍ୟଙ୍କର ଭଙ୍ଗା ଖଣ୍ଡକୁ ରେକର୍ଡ କରିଛି। ସୂର୍ଯ୍ୟଙ୍କର ଏହି ବିଶାଳକାୟ ଭଙ୍ଗା ଖଣ୍ଡ ସୂର୍ଯ୍ୟର ଉତ୍ତର ମେରୁର ଚାରି ପାର୍ଶ୍ୱରେ ଘୂର୍ଣ୍ଣନ କରିବାରେ ଲାଗିଛି। ଯାହାର ପ୍ରଭାବରେ ପୃଥିବୀ ପୃଷ୍ଠରେ ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହୋଇପାରେ। ସୂର୍ଯ୍ୟଙ୍କର ଏକ ବଡ଼ ଖଣ୍ଡ ସୂର୍ଯ୍ୟଙ୍କ ଠାରୁ କାହିଁକି ଭାଙ୍ଗିଲା? ଏହି ପ୍ରଶ୍ନର ଉତ୍ତର ଦେବାରେ ବୈଜ୍ଞାନିକ ଏ ପର୍ଯ୍ୟନ୍ତ ସକ୍ଷମ ହୋଇନାହାଁନ୍ତି। ଏହି ଘଟଣା ପରେ ସୂର୍ଯ୍ୟ ଆହୁରି ଖଣ୍ଡ ବିଖଣ୍ଡିତ ହୋଇଯିବେ ନା ନାହିଁ? ଯଦି ସୂର୍ଯ୍ୟ ଆହୁରି ଖଣ୍ଡ ବିଖଣ୍ଡିତ ହୋଇଯାନ୍ତି, ତାହେଲେ କ'ଣ ଏହାର ପ୍ରଭାବରେ ପୃଥିବୀରେ ପ୍ରଳୟ ଆସିବ?