Cyclone Tej Updates: ପ୍ରବଳ ବେଗରେ ଗତି କରୁଛି ବାତ୍ୟା 'ତେଜ୍', ଜାଣନ୍ତୁ ରାଜ୍ୟ ଉପରେ ପକାଇବ କି ପ୍ରଭାବ?
Advertisement

Cyclone Tej Updates: ପ୍ରବଳ ବେଗରେ ଗତି କରୁଛି ବାତ୍ୟା 'ତେଜ୍', ଜାଣନ୍ତୁ ରାଜ୍ୟ ଉପରେ ପକାଇବ କି ପ୍ରଭାବ?

Cyclone Tej: ଜଣେ ଆଇଏମଡି ଅଧିକାରୀ ଏହା ପୂର୍ବରୁ ଏକ ବୟାନରେ କହିଥିଲେ ଯେ ଦକ୍ଷିଣ-ପୂର୍ବ ଓ ଦକ୍ଷିଣ-ପଶ୍ଚିମ ଆରବ ସାଗରରେ ଏକ ନିମ୍ନ ଚାପ କ୍ଷେତ୍ର ସୃଷ୍ଟି ହୋଇଛି ଓ ୨୧ ଅକ୍ଟୋବରରେ ଏବା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ।

 

Cyclone Tej Updates

Cyclone Tej Updates: ଭାରତ ପାଣିପାଗ ବିଭାଗ (IMD) କହିଛି ଯେ ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ 'ତେଜ' (TEJ) ବର୍ତ୍ତମାନ ଏକ ବାତ୍ୟାରେ ପରିଣତ ହୋଇଛି । ରବିବାର ଦିନ ସନ୍ଧ୍ୟା ସୁଦ୍ଧା ଏହା ଏକ 'ଭୟଙ୍କର ବାତ୍ୟା'ରେ ପରିଣତ ହେବାର ସମ୍ଭାବନା ରହିଛି । ଶୁକ୍ରବାର ଦିନ ଆଇଏମଡି ଏହା ଉପରେ ସୂଚନା ଦେଇ କହିଥିଲା ଯେ ଦକ୍ଷିଣ-ପୂର୍ବ ଏବଂ ଦକ୍ଷିଣ-ପଶ୍ଚିମ ଆରବ ସାଗରରେ ଏକ ନିମ୍ନ ଚାପ କ୍ଷେତ୍ର ଏକ ବାତ୍ୟାରେ ପରିଣତ ହୋଇଛି । ବର୍ତ୍ତାମାନ ପ୍ରଶ୍ନ ଉଠୁଛି ଏହି ଭୟଙ୍କର ବାତ୍ୟା ଆମ ରାଜ୍ୟ ତଥା ଦେଶ ଉପରେ ପ୍ରଭାବ ପକାଇବ କି? IMD ଏହି ବିଷୟରେ ବର୍ତ୍ତମାନ ଏକ ଅପଡେଟ୍ ଦେଇଛି ।

ଆଇଏମଡି କହିଛି ଯେ ଦକ୍ଷିଣ-ପଶ୍ଚିମ ଆରବ ସାଗରରେ ବାତ୍ୟା 'ତେଜ୍' ବର୍ତ୍ତମାନ ଆହୁରି ତୀବ୍ର ହୋଇଛି । 'TEJ' ବର୍ତ୍ତମାନ ୟେମେନର ସୋକୋଟ୍ରା ନିକଟରେ ଅବସ୍ଥିତ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଏକ ଭୟଙ୍କର ବାତ୍ୟାରେ ପରିବର୍ତ୍ତିତ ହେବାର ସମ୍ଭାବନା ଅଛି । ୨୫ ଅକ୍ଟୋବର ସକାଳେ ଅଲ ଗୌଦା (ୟେମେନ) ଓ ସାଲାଲା (ଓମାନ) ମଧ୍ୟରେ ବିନାଶ କରିବାର ସମ୍ଭାବନା ଅଛି ।

ତେବେ ଦକ୍ଷିଣ ପଶ୍ଚିମ ଆରବ ସାଗରରୁ ସୃଷ୍ଟି ହୋଇଥିବା ଏହି ବାତ୍ୟା ଗୁଜୁରାଟ ତଥା ଆମ ରାଜ୍ୟ ଓଡ଼ିଶା ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଆଇଏମଡି କହିଛି । ଭାରତ ପାଣିପାଗ ବିଭାଗର ଜଣେ ଅଧିକାରୀ ଏହା ପୂର୍ବରୁ କହିଥିଲେ ଯେ ଦକ୍ଷିଣ-ପୂର୍ବ ଏବଂ ଦକ୍ଷିଣ-ପଶ୍ଚିମ ଆରବ ସାଗରରେ ଏକ ନିମ୍ନ ଚାପ ସୃଷ୍ଟି ହୋଇଛି ଓ ଅକ୍ଟୋବର ୨୧ ରେ ଏକ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି ।

ଭାରତ ମହାସାଗରରେ ହୋଇଥିବା ବାତ୍ୟାର ନାମକରଣ ଅନୁଯାୟୀ ଏହାକୁ 'ତେଜ' କୁହାଯିବ । ଆଇଏମଡି ଅନୁଯାୟୀ ରବିବାର ଦିନ ଏହା ଏକ ବାତ୍ୟା ରୂପ ନେଇପାରେ ଏବଂ ଓମାନର ଦକ୍ଷିଣ ଉପକୂଳ ତଥା ୟେମେନର ଦକ୍ଷିଣ ଦିଗକୁ ଯାଇପାରେ । ଯଦିଓ, ବେଳେବେଳେ ବାତ୍ୟା ମଧ୍ୟ ନିଜ ପଥ ପରିବର୍ତ୍ତନ କରେ । ଏହା ଯୋଗୁଁ ଓଡ଼ିଶାକୁ କୌଣସି ବିପଦ ନାହିଁ ।

ଏଠାରେ ଥିବା ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରାମା ମହାନ୍ତି କହିଛନ୍ତି ଯେ ଅକ୍ଟୋବର ୨୨ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଏକ ବାତ୍ୟାର ରୂପ ନେଇ ଦକ୍ଷିଣ ଓମାନ ଏବଂ ୟେମେନ ଉପକୂଳ ଆଡକୁ ଗତି କରିବ । ସେ କହିଛନ୍ତି, “ଏହି ବାତ୍ୟା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ, ତେଣୁ ଏହାର ଗୁଜୁରାଟ ଉପରେ ପ୍ରଭାବ ପଡ଼ିବ ନାହିଁ (ଯାହା ପଶ୍ଚିମ ଦିଗରେ ଅଛି) । ଆସନ୍ତା ସାତ ଦିନ ଗୁଜୁରାଟରେ ପାଗ ଶୁଖିଲା ରହିବ ।”