Sheep Theft Case: ଚୋରଙ୍କୁ ଛାଡି଼ ଏବେ ମେଣ୍ଢାଙ୍କୁ ଖୋଜୁଛି ପୋଲିସ! କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
Advertisement
Article Detail0/zeeodisha/odisha1496914

Sheep Theft Case: ଚୋରଙ୍କୁ ଛାଡି଼ ଏବେ ମେଣ୍ଢାଙ୍କୁ ଖୋଜୁଛି ପୋଲିସ! କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

Sheep Theft Case News: ପ୍ରାୟ ୭୦ ମେଣ୍ଢା ଚୋରି ହେବା ଘଟଣା ମଧ୍ୟ ପ୍ରଦେଶ ଖାରଗୋନ ଜିଲ୍ଲାର ବଡୱାହା ଥାନା ଅଞ୍ଚଳରେ ଘଟିଛି। ଯେଉଁ ବ୍ୟକ୍ତିଙ୍କ ମେଣ୍ଢା ଚୋରି ହୋଇଛି ସେ ହେଉଛନ୍ତି ରାଜସ୍ଥାନ ଜାଲୌର ଜିଲ୍ଲାର ବାସିନ୍ଦା। ତାଙ୍କ ନାଁ ହେଉଛି ହୀରାରାମ। ମେଣ୍ଢା ମାଲିକ ହୀରାରାମ ପୋଲିସ ଅଧିକାରୀଙ୍କୁ କହିଛନ୍ତି ଯେ ତାଙ୍କର ୭୦ ମେଣ୍ଢା ଚୋରି ହୋଇଯାଇଛି।

Sheep Theft Case: ଚୋରଙ୍କୁ ଛାଡି଼ ଏବେ ମେଣ୍ଢାଙ୍କୁ ଖୋଜୁଛି ପୋଲିସ! କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

Khargone Sheep Theft Case: କୌଣସି ଦୁର୍ମୁଲ୍ୟ ଜିନିଷ ଅର୍ଥାତ ଟଙ୍କା ପଇସା କିମ୍ବା ସୁନା ରୂପା ଚୋରି ହୋଇଯିବା ଘଟଣାରେ ଜଡିତ ରହିଥିବା ଚୋରକୁ ପୋଲିସ ଖୋଜୁଥିବାର ଖବର ଆପଣ ପଢିଥିବେ। ହେଲେ କେବେ ଆପଣ ଚୋରି ହୋଇଯାଇଥିବା ମେଣ୍ଢାଙ୍କୁ ପୋଲିସ ଖୋଜିବାର ଖବର ଶୁଣିଛନ୍ତି। ଏକଥା ଶୁଣିଲା ପରେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯାଉଥିବେ। ହେଲେ ଏହା ସତ୍ୟ। ଏବେ ପୋଲିସ ଚୋରି ହୋଇଯାଇଥିବା ମେଣ୍ଢାଙ୍କୁ ଖୋଜିବାରେ ଲାଗିଛି।

ସଦ୍ୟ ମଧ୍ୟ ପ୍ରଦେଶ ଖାରଗୋନ ଜିଲ୍ଲାରେ ଘଟିଯାଇଛି ଏଭଳି ଆଶ୍ଚର୍ଯ୍ୟଜନକ ମାମଲା। ଏହି ଜିଲ୍ଲାରେ ଚୋର ରାତ୍ରୀ ଅନ୍ଧକାରର ସୁଯୋଗ ନେଇ ପ୍ରାୟ ୭୦ ମେଣ୍ଢା ଚୋରି କରି ନେଇଥିବାର ଅଭିଯୋଗ ହୋଇଛି। ଏହି ଚୋରି ଘଟଣା ସମ୍ପର୍କରେ ଜାଣିବା ପରେ ମେଣ୍ଢା ମାଲିକ ତୁରନ୍ତ ଥାନାରେ ଅଭିଯୋଗ କରିଛନ୍ତି। ମେଣ୍ଢା ମାଲିକଙ୍କ ଅଭିଯୋଗ ଆଧାରରେ ପୋଲିସ ଏଫଆଇଆର ପଞ୍ଜୀକୃତ କରିବା ସହ ଚୋରି ହୋଇ ଯାଇଥିବା ମେଣ୍ଢାକୁ ଖୋଜିବା ଆରମ୍ଭ କରିଦେଇଛି। ଏନେଇ ପୋଲିସ କହିଛି ଯେ ଯିଏ ଦୋଷୀ ତାକୁ ଛଡାଯିବ ନାହିଁ।

ପ୍ରାୟ ୭୦ ମେଣ୍ଢା ଚୋରି ହେବା ଘଟଣା ମଧ୍ୟ ପ୍ରଦେଶ ଖାରଗୋନ ଜିଲ୍ଲାର ବଡୱାହା ଥାନା ଅଞ୍ଚଳରେ ଘଟିଛି। ଯେଉଁ ବ୍ୟକ୍ତିଙ୍କ ମେଣ୍ଢା ଚୋରି ହୋଇଛି ସେ ହେଉଛନ୍ତି ରାଜସ୍ଥାନ ଜାଲୌର ଜିଲ୍ଲାର ବାସିନ୍ଦା। ତାଙ୍କ ନାଁ ହେଉଛି ହୀରାରାମ। ମେଣ୍ଢା ମାଲିକ ହୀରାରାମ ପୋଲିସ ଅଧିକାରୀଙ୍କୁ କହିଛନ୍ତି ଯେ ତାଙ୍କର ୭୦ ମେଣ୍ଢା ଚୋରି ହୋଇଯାଇଛି।

ମାଲିକ ହୀରାରାମଙ୍କ କହିବା କଥା ସେ ବଡୱାହା ଥାନା ଅଞ୍ଚଳର ବାଗଫଲ ଠାରେ ଅବସ୍ଥିତ କୃଷକଙ୍କ କ୍ଷେତରେ ଡେରା ପକାଇଥିଲେ। ବିଳମ୍ବିତ ରାତିରେ ଅନ୍ଧାରର ସୁଯୋଗ ନେଇ ଅଜ୍ଞାତ ଲୋକେ ସେଠାକୁ ଆସି ତାଙ୍କ ମେଣ୍ଢା ଚୋରି କରି ନେଇଥିଲେ। ସେ ସକାଳୁ ଉଠି ଦେଖିନ୍ତି ଯେ ତାଙ୍କର ମେଣ୍ଢା କମ୍ ହୋଇଯାଇଛନ୍ତି। ଏହା ପରେ ସେ ତାଙ୍କୁ ମେଣ୍ଢାଙ୍କୁ ଗଣିବାରେ ଲାଗିଥିଲେ। ଗଣିବା ପରେ ତାଙ୍କୁ ୭୦ ମେଣ୍ଢା ରହିଥିବାର ଜଣାପଡ଼ିଥିଲା। ଏହା ପରେ ସେ  ପୀଡିତା ବଡୱାହା ଥାନାକୁ ଯାଇ ଏହି ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ।

ରାଜସ୍ଥାନ ଜାଲୌର ଜିଲ୍ଲା ବାସିନ୍ଦା ହୀରାରାମ କହିଛନ୍ତି ଯେ ଯେତେବେଳେ ସେ ରାତିରେ ଶୋଇଥିଲେ ସେତେବେଳେ ତାଙ୍କ ପାଖରେ ୩୫୦ ମେଣ୍ଢା ରହିଥିଲେ। ହେଲେ ପରେ ୭୦ ମେଣ୍ଢା କମ ହୋଇଯାଇଥିଲେ। ଚୋରି ହୋଇଥିବା ୭୦ ମେଣ୍ଢାର ମୂଲ୍ୟ ହେଉଛି ପ୍ରାୟ ୬ ଲକ୍ଷ ଟଙ୍କା। ମେଣ୍ଢା ଚୋରି ହେବା କାରଣରୁ ତାଙ୍କୁ କ୍ଷତି ସହିବାକୁ ପଡ଼ିଛି। ସେ ଥାନାକୁ ଯାଇ ନ୍ୟାୟ ପାଇଁ ପୋଲିସ ପାଖରେ ନିବେଦନ କରିଛନ୍ତି।

ମେଣ୍ଢା ଚୋରି ହେବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବଡୱାହା ଥାନା ପ୍ରଭାରୀ ଜଗଦୀଶ ଗୋୟଲ। ଏନେଇ ମତ ରଖି ଥାନା ପ୍ରଭାରୀ କହିଛନ୍ତି ଯେ ଚୋରି ହୋଇଯାଇଥିବା ମେଣ୍ଢାଙ୍କୁ ଯଥାଶୀଘ୍ର ଉଦ୍ଧାର କରାଯିବ। ମୋ ନେତୃତ୍ୱରେ ୮ ଜଣିଆ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ମେଣ୍ଢା ଖୋଜିବା କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଘଟଣାରେ ଜଡ଼ିତ ରହିଥିବା ଚୋରକୁ ଖୁବ ଶୀଘ୍ର ଧରାଯିବ।