Schcking News: ହିନ୍ଦୀ କହିବା ହୋଇଗଲା ଅପରାଧ, ହିନ୍ଦୀ ଭାଷାଭାଷୀ ଲୋକଙ୍କୁ ମାଡ଼ ମାରିଲେ ଅଜଣା ବ୍ୟକ୍ତି
Advertisement
Article Detail0/zeeodisha/odisha1576011

Schcking News: ହିନ୍ଦୀ କହିବା ହୋଇଗଲା ଅପରାଧ, ହିନ୍ଦୀ ଭାଷାଭାଷୀ ଲୋକଙ୍କୁ ମାଡ଼ ମାରିଲେ ଅଜଣା ବ୍ୟକ୍ତି

Anti Hindi Sentiment: ଦକ୍ଷିଣ ଭାରତ ଖାସ କରି ତାମିଲନାଡୁର ହିନ୍ଦୀ ବିରୋଧୀ ରାଜନୀତିର ଏକ ପୁରୁଣା ପରମ୍ପରା ରହିଛି। ଏଠାରେ ଦ୍ରାବିଡ଼ ରାଜନୀତି କରୁଥିବା ଦଳ ବିଶେଷ କରି ବର୍ତ୍ତମାନ ତାମିଲନାଡୁରେ କ୍ଷମତାସୀନ ରହିଥିବା ଶାସକ ଡିଏମକେ ଖୋଲାଖୋଲି ଭାବରେ ହିନ୍ଦୀ ଭାଷାକୁ ବିରୋଧ କରୁଛି। 

Schcking News: ହିନ୍ଦୀ କହିବା ହୋଇଗଲା ଅପରାଧ, ହିନ୍ଦୀ ଭାଷାଭାଷୀ ଲୋକଙ୍କୁ ମାଡ଼ ମାରିଲେ ଅଜଣା ବ୍ୟକ୍ତି

Hindi Speaking Passenger Beaten During Travel: ବିଗତ କିଛି ବର୍ଷ ମଧ୍ୟରେ ହିନ୍ଦୀ ଭାଷାକୁ ନେଇ ବିରୋଧ ବଢିବାରେ ଲାଗିଛି। ହିନ୍ଦୀ ଭାଷାକୁ ନେଇ ଦକ୍ଷିଣ ଭାରତରେ ବିଭିନ୍ନ ଉପାୟରେ ବିରୋଧ ପ୍ରଦର୍ଶନ ହୋଇଥାଏ। ସଦ୍ୟ ଏପରି ଘଟଣା ସହ ଜଡ଼ିତ ଭିଡ଼ିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ହିନ୍ଦୀ ଭାଷାଭାଷୀ ଲୋକଙ୍କ ପ୍ରତି ରହିଥିବା ଘୃଣା ଦେଖିବାକୁ ମିଳିଛି। ଏହି ଭିଡ଼ିଓ ଦକ୍ଷିଣ ଭାରତ ଅଭିମୁଖେ ଯାତ୍ରା କରୁଥିବା ଟ୍ରେନ ମଧ୍ୟରୁ ଆସିଛି। ଟ୍ରେନ ଭିତରେ ସେହି ବ୍ୟକ୍ତି ଜଣଙ୍କ ହିନ୍ଦୀ କହୁଥିବା ଲୋକଙ୍କୁ ମାଡ ମାରୁଥିବାର ଦେଖିବାକୁ ମିଳିଛି। ଯେଉଁ କାରଣରୁ ହିନ୍ଦୀ ଭାଷା ପ୍ରତି ଘୃଣାର ଏକ ନୂଆ ବିବାଦ ଆରମ୍ଭ ହୋଇଛି।

ସଦ୍ୟ ଏହି ଘଟଣା ସହ ଜଡ଼ିତ ଏକ ଭିଡ଼ିଓ ଟ୍ୱିଟ କରାଯାଇଛି। ଯାହା ସୋସିଆଲ ମିଡି଼ଆ ମାଧ୍ୟମରେ ଭାଇରାଲ ହେବାର ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ହିନ୍ଦୀ ଭାଷାଭାଷୀ ଲୋକଙ୍କୁ ମାଡ଼ ମାରୁଛନ୍ତି। ଜାତୀୟ ଅପରାଧ ଅନୁସନ୍ଧାନ ବ୍ୟୁରୋ ଏହି ଘଟଣା ବାବଦରେ ଜ୍ଞାନ ଗ୍ରହଣ କରିଛି। ଏନସିଆଇବି ଏହି ଭିଡିଓକୁ ନିଜ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ସେୟାର କରି ଲୋକଙ୍କୁ ନିବେଦନ କରିଛି ଯେ ଯଦି ଆପଣ ହିନ୍ଦୀ ଭାଷାଭାଷୀ ଲୋକଙ୍କୁ ମାଡ଼ ମାରିଥିବା ସେହି ବ୍ୟକ୍ତିଙ୍କ ବାବଦରେ କୌଣସି ସୂଚନା ପାଆନ୍ତି, ତାହେଲେ ତୁରନ୍ତ ଏ ସମ୍ପର୍କରେ ଖବର କରନ୍ତୁ। 

ଏହି ମାମଲାରେ ଏନସିଆଇବି ପକ୍ଷରୁ ସେୟାର ଭିଡିଓ ଟ୍ରେନ୍ ଭିତରେ ରେକର୍ଡିଂ ହୋଇଥିବା ଜଣାପଡ଼ିଛି। ଯେଉଁଥିରେ ଜଣେ ଯୁବକଙ୍କୁ ହିନ୍ଦୀ କହୁଥିବାର ଶୁଣିବାକୁ ମିଳୁଛି ଏବଂ ହିନ୍ଦୀ କହିବା ବେଳେ ସେ ଅନ୍ୟ ଦୁଇ ଜଣଙ୍କ ସହ ହାତାହାତି ହେଉଛନ୍ତି। ସେହି ଯୁବକ ଜଣଙ୍କ ସେହି ଦୁଇ ଜଣଙ୍କୁ ଟାଣି ସେମାନଙ୍କୁ ମାଡ଼ ମାରୁଛନ୍ତି। ଏନସିଆଇବି ମୁଖ୍ୟାଳୟ ଏହି ଭିଡିଓ ଟ୍ୱିଟ କରି ଲେଖିଛି, ଏହି ଭିଡିଓ ଦକ୍ଷିଣ ଭାରତର କୌଣସି ଏକ ସ୍ଥାନରୁ ଆସିଛି। ଏଥିରେ ଜଣେ ବ୍ୟକ୍ତି ହିନ୍ଦୀ କହିବା ପାଇଁ ଟ୍ରେନ ମଧ୍ୟରେ ଉତ୍ତର ଭାରତୀୟଙ୍କ ସହ ଲଢେଇ କରୁଛନ୍ତି। ଏନସିଆଇବି ଏକ ହ୍ୱାଟସ୍ ଆପ୍ ନମ୍ବରରେ ମାଡ଼ ମାରିଥିବା ସେହି ଯୁବକଙ୍କ ବାବଦରେ ସୂଚନା ମାଗିଛି। ଏହି ଭିଡ଼ିଓ ଟ୍ୱିଟ୍ ଏନସିଆଇବି କହିଛି, ଯଦି ଆପଣ ଏହି ଅଭିଯୁକ୍ତଙ୍କ ସମ୍ବନ୍ଧରେ କୌଣସି ଖବର ପାଆନ୍ତି, ତାହେଲେ ଏହାକୁ ଏଜେନ୍ସି  ହ୍ୱାଟସ୍ ଆପ୍ ନମ୍ବର ୦୯୭୯୨୫୮୦୦୦୦ ମାଧ୍ୟମରେ ପଠାନ୍ତୁ। 

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦକ୍ଷିଣ ଭାରତ ଖାସ କରି ତାମିଲନାଡୁର ହିନ୍ଦୀ ବିରୋଧୀ ରାଜନୀତିର ଏକ ପୁରୁଣା ପରମ୍ପରା ରହିଛି। ଏଠାରେ ଦ୍ରାବିଡ଼ ରାଜନୀତି କରୁଥିବା ଦଳ ବିଶେଷ କରି ବର୍ତ୍ତମାନ ତାମିଲନାଡୁରେ କ୍ଷମତାସୀନ ରହିଥିବା ଶାସକ ଡିଏମକେ ଖୋଲାଖୋଲି ଭାବରେ ହିନ୍ଦୀ ଭାଷାକୁ ବିରୋଧ କରୁଛି। ଏଭଳି ପରିସ୍ଥିତିରେ ସେମାନଙ୍କ ସମର୍ଥକ ପ୍ରତିଦିନ ଏଭଳି ବିବାଦ ସହ ଜଡିତ ରହିଥିବା ଦେଖିବାକୁ ମିଳୁଛି। ଏହି କାରଣରୁ ଏଠାକାର ଲୋକଙ୍କ ମଧ୍ୟରେ ହିନ୍ଦୀ ଭାଷାଭାଷୀଙ୍କ ପ୍ରତି ଘୃଣା ଦିନକୁ ଦିନ ବଢିବାରେ ଲାଗିଛି।