Shocking News: ଆଇଫୋନ ବଞ୍ଚାଇଲା ଜଣେ ବ୍ୟକ୍ତିଙ୍କ ଜୀବନ, ଜାଣନ୍ତୁ କିପରି
Advertisement

Shocking News: ଆଇଫୋନ ବଞ୍ଚାଇଲା ଜଣେ ବ୍ୟକ୍ତିଙ୍କ ଜୀବନ, ଜାଣନ୍ତୁ କିପରି

iPhone 14 News:  ଗତ ସେପ୍ଟେମ୍ବରରେ ଆଇଫୋନ୍ ୧୪ ସିରିଜ୍ ଲଞ୍ଚ କରିଥିଲା ଆମେରିକୀୟ ମୋବାଇଲ ନିର୍ମାତା ଆପଲ୍। ଏହି ଅବସରରେ କମ୍ପାନୀ ଆଇଫୋନ୍ ୧୪ ମଡେଲ ପାଇଁ  'Emergency SOS via Satellite' ନାମକ ଏକ ସ୍ୱତନ୍ତ୍ର ସୁରକ୍ଷା ସେବା ବୈଶିଷ୍ଟ୍ୟ ଉପସ୍ଥାପନ କରିଥିଲା। 

Shocking News: ଆଇଫୋନ ବଞ୍ଚାଇଲା ଜଣେ ବ୍ୟକ୍ତିଙ୍କ ଜୀବନ, ଜାଣନ୍ତୁ କିପରି

iPhone Save Human Life: ଆଇଫୋନ କାରଣରୁ ବଞ୍ଚିଯାଇଛି ଜଣେ ବ୍ୟକ୍ତିଙ୍କ ଜୀବନ। ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ହେଲେ ଏହା ସତ୍ୟ। ଗତ ସେପ୍ଟେମ୍ବରରେ ଆଇଫୋନ୍ ୧୪ ସିରିଜ୍ ଲଞ୍ଚ କରିଥିଲା ଆମେରିକୀୟ ମୋବାଇଲ ନିର୍ମାତା ଆପଲ୍। ଏହି ଅବସରରେ କମ୍ପାନୀ ଆଇଫୋନ୍ ୧୪ ମଡେଲ ପାଇଁ 'ଉପଗ୍ରହ ମାଧ୍ୟମରେ ଜରୁରୀକାଳୀନ ଏସଓଏସ' ନାମକ ଏକ ସ୍ୱତନ୍ତ୍ର ସୁରକ୍ଷା ସେବା ବୈଶିଷ୍ଟ୍ୟ ଉପସ୍ଥାପନ କରିଥିଲା। ଏବେ ଏକ ନୂତନ ରିପୋର୍ଟ ଦାବି କରିଛି ଯେ ଏହି ସୁରକ୍ଷା ବୈଶିଷ୍ଟ୍ୟ କାରଣରୁ ଯୁକ୍ତରାଷ୍ଟ୍ର ଆମେରିକାର ଆଲାସ୍କା ଠାରେ ଫସି ରହିଥିବା ଜଣେ ବ୍ୟକ୍ତିଙ୍କ ଜୀବନ ରକ୍ଷା ପାଇଯାଇଛି।

ବର୍ତ୍ତମାନ 'ଏସଓଏସ ଭାୟା ସାଟେଲାଇଟ' (SOS via Satellite) ବୈଶିଷ୍ଟ୍ୟ ଉତ୍ତର ଆମେରିକାରେ (Nortyh America) ଉପଲବ୍ଧ ହେଉଛି। ଆମେରିକୀୟ ମୋବାଇଲ ନିର୍ମାତା ଆପଲ୍ ଏହି ସେବାକୁ ଯଥାଶୀଘ୍ର ଫ୍ରାନ୍ସ, ଜର୍ମାନୀ, ଆୟର୍ଲାଣ୍ଡ ଏବଂ ବ୍ରିଟେନ ଭଳି ୟୁରୋପୀୟ ଦେଶରେ ଆରମ୍ଭ କରିବାକୁ ଯାଉଛି। ମ୍ୟାକ ରିଉମର୍ସ ନାମକ ୱେବସାଇଟ (MacRumors Website) ଅନୁସାରେ ଆଲାସ୍କା ଷ୍ଟେଟ୍ ଟ୍ରୁପର୍ସ (Alaska State Troopers) ଡିସେମ୍ବର ୨ ତାରିଖରେ ଏକ ଆଲର୍ଟ ପାଇଥିଲେ। ଏଠାରେ ଜଣେ ବ୍ୟକ୍ତି ସ୍ନୋ ମେସିନ (Snow Machine) ସହାୟତାରେ ନୋରଭିକ ଠାରୁ କୋଟଜେବୁ (Noorvik to Kotzebue) ଅଭିମୁଖେ ଯାତ୍ରା କରୁଥିଲେ। କୌଣସି ସଂଯୋଗ ନଥିବା ଏକ ସ୍ଥାନରେ ବ୍ୟକ୍ତି ଜଣକ ତାଙ୍କ ଆଇଫୋନ୍ ୧୪ (iPhone 14) ଜରିଆରେ 'ଜରୁରୀକାଳୀନ ଏସଓଏସ ଭାୟା ସାଟେଲାଇଟ' (Emergency SOS Via Satellite) ସକ୍ରିୟ କରି ଦେଇଥିଲେ। ଏପରି କରିବା ପଛରେ ଏକ କାରଣ ଥିଲା। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ତାଙ୍କ ଅବସ୍ଥିତି ବାବଦରେରେ ତାଙ୍କ ଅଧିକାରୀଙ୍କୁ ଅବଗତ କରାଇବାକୁ ଚାହୁଁଥିଲେ।

ଆପଲ ଜରୁରୀକାଳୀନ ପ୍ରତିକ୍ରିୟା କେନ୍ଦ୍ର (Apple Emergency Response Center) ସ୍ଥାନୀୟ ସନ୍ଧାନ ଏବଂ ଉଦ୍ଧାରକାରୀ ଦଳ ସହଯୋଗରେ ସ୍ୱେଚ୍ଛାସେବୀ ସନ୍ଧାନକାରୀ ଦଳକୁ (Rescue Team) ଘଟଣାସ୍ଥଳକୁ ପଠାନ୍ତି। ସେହି ବ୍ୟକ୍ତିଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଥିଲା ଏବଂ ତାଙ୍କୁ କୌଣସି ଆଘାତ ଲାଗି ନଥିଲା। ବ୍ୟକ୍ତି ଜଣଙ୍କ ସୀମିତ ଉପଗ୍ରହ ଯୋଗାଯୋଗ (Limited Satellite Coverage Remote Area) ଥିବା ଏକ ଦୂର ଅଞ୍ଚଳରେ ରହି ଯାଇଥିଲେ। ଏନେଇ ଆପଲ୍ ପକ୍ଷରୁ କୁହାଯାଇଛି ଯେ ନୋରଭିକ୍ ଠାରୁ କୋଟଜେବୁ ଅଞ୍ଚଳ  69Ao ଅକ୍ଷାଂଶର ନିକଟରେ ଅବସ୍ଥିତ। 69Ao ଅକ୍ଷାଂଶରୁ ଅଧିକ ସ୍ଥାନ ଯଥା କାନାଡା ଏବଂ ଆଲାସ୍କା (Canada and Alaska) ଭଳି ଅଞ୍ଚଳର ଉତ୍ତର ଭାଗରେ ସାଟେଲାଇଟ୍ ସଂଯୋଗ (Satellite Connectivity) ଉପଲବ୍ଧ ହୋଇନପାରେ।

Also Read: ସ୍ମାର୍ଟ ଫୋନ ବଞ୍ଚାଇଲା ସୈନିକଙ୍କ ଜୀବନ

ଗତ ସେପ୍ଟେମ୍ବରରେ ଆଇଫୋନ୍ ୧୪ ସିରିଜ୍ ଲଞ୍ଚ କରିଥିଲା ଆମେରିକୀୟ ମୋବାଇଲ ନିର୍ମାତା ଆପଲ୍। ଏହି ଅବସରରେ କମ୍ପାନୀ ଆଇଫୋନ୍ ୧୪ ମଡେଲ ପାଇଁ 'ଉପଗ୍ରହ ମାଧ୍ୟମରେ ଜରୁରୀକାଳୀନ ଏସଓଏସ' (Emergency SOS via Satellite) ନାମକ ଏକ ସ୍ୱତନ୍ତ୍ର ସୁରକ୍ଷା ସେବା ବୈଶିଷ୍ଟ୍ୟ ଉପସ୍ଥାପନ କରିଥିଲା। ଏହା ହେଉଛି ଏକ ଜରୁରୀକାଳୀନ ବୈଶିଷ୍ଟ୍ୟ। ଏହାକୁ ସକ୍ରିୟ କରିବା ପରେ ଉପଭୋକ୍ତା ସେଲୁଲାର୍ ନେଟୱାର୍କ କିମ୍ବା ୱାଇଫାଇ ସଂଯୋଗ ବାହାରେ ରହିଥିଲେ ମଧ୍ୟ ଜରୁରୀ ବାର୍ତ୍ତା ପଠାଇବାକୁ ସମର୍ଥ ହେବେ। ବେଳେବେଳେ ଆପଣ ଏପରି ସ୍ଥାନରେ ଅଛନ୍ତି ଯେଉଁଠାରେ ସେଲୁଲାର୍ ନେଟୱାର୍କ ଆସେ ନାହିଁ, ଏପରି ସମୟରେ ଯଦି ଆପଣଙ୍କୁ ଜରୁରୀକାଳୀନ କଲ୍ (Emergency Call) କରିବାକୁ ପଡିବ, ତାହେଲେ ଏହା କାମ କରି ନଥାଏ। ହେଲେ ଏହି ବୈଶିଷ୍ଟ୍ୟ ସହୟାତାରେ ଆପଣ ଉପଗ୍ରହ ମାଧ୍ୟମରେ ଜରୁରୀକାଳୀନ ପରିସ୍ଥିତିରେ କୌଣସି ବାର୍ତ୍ତା ପଠାଇବାକୁ ସମର୍ଥ ହୋଇପାରିବେ। ଆପଲ ଅନୁଯାୟୀ ଆଇଫୋନ୍ ସିରିଜ ୧୪ ମାଧ୍ୟମରେ ସ୍ୱଚ୍ଛ ଆକାଶରେ ଆପଣ ମାତ୍ର 15 ସେକେଣ୍ଡରେ ବାର୍ତ୍ତା ପଠାଇ ପାରିବେ।