ସ୍ମାର୍ଟ ଫୋନ ବଞ୍ଚାଇଲା ସୈନିକଙ୍କ ଜୀବନ
Advertisement
Article Detail0/zeeodisha/odisha1163630

ସ୍ମାର୍ଟ ଫୋନ ବଞ୍ଚାଇଲା ସୈନିକଙ୍କ ଜୀବନ

ମାତ୍ର ବର୍ତ୍ତମାନ ସ୍ମାର୍ଟଫୋନ୍ ଯେଉଁ କାମ କରିଛି ତାହାକୁ ସହଜେ ବିଶ୍ୱାସ କରିହେବ ନାହିଁ। ସ୍ମାର୍ଟ ଫୋନ କାରଣରୁ  ବଞ୍ଚିଯାଇଛି ଜଣେ ସୈନିକଙ୍କ ଜୀବନ।

ସ୍ମାର୍ଟ ଫୋନ ବଞ୍ଚାଇଲା ସୈନିକଙ୍କ ଜୀବନ

Smartphone saves  soldiers life: ଋଷିଆ-ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଯାଇଥିବା ଯୁଦ୍ଧକୁ  ଅପ୍ରେଲ ୨୪ ତାରିଖ ରବିବାର ୨ ମାସ ପୂରଣ ହେଇଯାଇଛି। ଏହି ଯୁଦ୍ଧ ବେଳେ ଆସିଛି ଏକ ଚାଞ୍ଚଲ୍ୟ ସୃଷ୍ଟି କରିବା ଭଳି ଖବର।  ଯାହାକୁ ସହଜେ ବିଶ୍ୱାସ କରାଯାଇ ପାରିବ ନାହିଁ। ବର୍ତ୍ତମାନର ଦୈନନ୍ଦିନ ଜୀବନରେ ସ୍ମାର୍ଟଫୋନ୍ ଏକ ଅବିଚ୍ଛେଦ୍ୟ ଅଂଶ ହୋଇଗଲାଣି। ଏହାକୁ ଛାଡି  ଘଡ଼ିଏ ରହିବା କାଠିକର ପାଠ ହୋଇଗଲାଣି। ବିଭିନ୍ନ ସମୟରେ ସ୍ମାର୍ଟଫୋନ୍ ବ୍ୟାଟେରୀ ଫାଟିବା କାରଣରୁ  ହେଉଥିବା କ୍ଷୟକ୍ଷତି ବାବଦରେ ଅନେକ ଖବର ସାମ୍ନାକୁ ଆସୁଛି।  

ମାତ୍ର ବର୍ତ୍ତମାନ ସ୍ମାର୍ଟଫୋନ୍ ଯେଉଁ କାମ କରିଛି ତାହାକୁ ସହଜେ ବିଶ୍ୱାସ କରିହେବ ନାହିଁ। ସ୍ମାର୍ଟ ଫୋନ କାରଣରୁ  ବଞ୍ଚିଯାଇଛି ଜଣେ ସୈନିକଙ୍କ ଜୀବନ।  ପ୍ରାୟ ୨ ମାସ ଧରି ଚାଲିଥିବା ଋଷିଆ-ୟୁକ୍ରେନ ଯୁଦ୍ଧ ବେଳେ ଦେଖିବାକୁ ମିଳିଛି ଏଭଳି ଘଟଣା। ବନ୍ଧୁକ ଗୁଳି ଆଗରେ  ଜଣେ ସୈନିକଙ୍କ ଲାଗି ଢାଲ ପାଲଟିଛି ସ୍ମାର୍ଟଫୋନ। ଯେଉଁ ଘଟଣାର ଭିଡି଼ଓ ସୋସିଆଲ  ମିଡ଼ିଆ ଯୋଗେ ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି।    
 
ଭାଇରାଲ ଭିଡ଼ିଓରେ  ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି  ଜଣେ ସୈନିକ ତାଙ୍କ ବନ୍ଧୁକ ସହ କଥାବାର୍ତ୍ତା କରିବା ବେଳେ କହୁଛନ୍ତି ଯେ  ଯୁଦ୍ଧ ବେଳେ ଗୋଟିଏ ସ୍ମାର୍ଟଫୋନ୍ ତାଙ୍କ ଜୀବନ ବଞ୍ଚାଇଛି। ଯେଉଁଥିରେ ଗୁଳି ବାଜିଥିବାର ଦେଖିବାକୁ ମିଳିଛି।  ଏହି ଫୋନ୍  ରେ  ୭.୬୨ MM  ଗୁଳି ଫସି ରହିଥିବାର ଦେଖିବାକୁ ମିଳିଛି।  ଏହି  ଭିଡିଓରେ ଗୁଳିଗୋଳା ମାଡ଼ କରାଯାଉଥିବାର ଶୁଣିବାକୁ ମିଳୁଛି।  ଯେଉଁଥିରୁ ଜଣାପଡୁଛି  ଯେ ସେଠାରେ ଯୁଦ୍ଧ ଜାରି ରହିଛି।

ଏହା ପ୍ରଥମ ଘଟଣା ହୋଇନାହିଁ  ଯେ ଯେତେବେଳେ ସ୍ମାଟଫୋନ୍ ପାଇଁ ଜଣଙ୍କ ଜୀବନ ବଞ୍ଚିଯାଇଛି।   ପୂର୍ବରୁ ଏଭଳି ଅନେକ ଖବର ଆସିସାରିଛି ଯେଉଁଠି ସ୍ମାର୍ଟଫୋନ୍ ଲାଗି ଲୋକଙ୍କ ଜୀବନ ରକ୍ଷା ହୋଇଛି।