US Rapper Desiigner: ବିମାନରେ ହସ୍ତମୈଥୁନ କରି ବିବାଦରେ ଆମେରିକୀୟ ରାପର୍ ଡେସିଗ୍ନେର
Advertisement
Article Detail0/zeeodisha/odisha1668208

US Rapper Desiigner: ବିମାନରେ ହସ୍ତମୈଥୁନ କରି ବିବାଦରେ ଆମେରିକୀୟ ରାପର୍ ଡେସିଗ୍ନେର

US Rapper News: ବିମାନ ଯାତ୍ରା କରିବା ସମୟରେ ହସ୍ତମୈଥୁନ କରି ଧରାପଡ଼଼ିଛନ୍ତିି ଆମେରିକୀୟ ରାପର୍ ଡେସିଗ୍ନେର। ଏଭଳି କାଣ୍ଡ କରିବା ବେଳେ ତାଙ୍କୁ ବିମାନ କର୍ମଚାରୀ ଧରି ନେଇଥିଲେ।  

 

US Rapper Desiigner: ବିମାନରେ ହସ୍ତମୈଥୁନ କରି ବିବାଦରେ ଆମେରିକୀୟ ରାପର୍ ଡେସିଗ୍ନେର

US Rapper Caught Masturbating on Flight: ବିମାନ ଯାତ୍ରା କରିବା ସମୟରେ ହସ୍ତମୈଥୁନ କରି ବିବାଦୀୟ ହୋଇପଡ଼ିଛନ୍ତି ଆମେରିକୀୟ ରାପର୍ ଡେସିଗ୍ନେର। ଆମେରିକୀୟ ରାପର ଜଣଙ୍କ ବିମାନରେ ଏଭଳି କାମ କରିବାବେଳେ ଧରାପଡ଼ିଛନ୍ତି। ତାଙ୍କର କାରନାମା ଧରାପଡ଼ିବା ପରେ ଏବଂ ଅଭଦ୍ର ତଥା ଅଶ୍ଳୀଳ କାର୍ଯ୍ୟ କରିବା ଅଭିଯୋଗ ହେବା ପରେ ରାପର୍ ଡେସିଗ୍ନେର ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ମାଧ୍ୟମରେ ଏକ ବିବୃତ୍ତି ଜାରି କରିଛନ୍ତି। ଯେଉଁଥିରେ ଆମେରିକୀୟ ରାପର୍ ଜଣଙ୍କ କହିଛନ୍ତି ଯେ ତାଙ୍କର ଏଭଳି କାର୍ଯ୍ୟକଳାପ, ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ଶାରିରୀକ ସମ୍ପର୍କ ନରଖିବାର ପରିଣାମା। ଏହା ପରେ ଯାହା ଘଟିଲା ସେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି।

ଗତ ଗୁରୁବାର ଆମେରିକୀୟ ରାପର୍ ଡେସିଗ୍ନେର ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ପୁରା ଘଟଣାକ୍ରମ ବିଷୟରେ ଜଣାଇଛନ୍ତି। ଏନେଇ ରାପର୍ ଡେସିଗ୍ନେର କହିଛନ୍ତି ଯେ ତାଙ୍କ କାର୍ଯ୍ୟକଳାପ ପାଇଁ ସେ ଲଜ୍ଜିତ। ଆମେରିକୀୟ ରାପର୍ ଜଣଙ୍କ ନିଜର ବୟାନରେ କହିଛନ୍ତି ଯେ, ବିଗତ କିଛି ମାସ ହେଲା ମୁଁ ଭଲ ନଥିଲି ଏବଂ କ'ଣ ଚାଲିଛି ସେ ବିଷୟରେ ମୁଁ ଆପଣଙ୍କୁ କ’ଣ କହିବି। ଯେତେବେଳେ ମୁଁ ବିଦେଶରେ ଏକ କନସର୍ଟ ପାଇଁ ଅଭିନୟ କରୁଥିଲି, ସେତେବେଳେ ମୋତେ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିଥିଲା | ସେମାନେ ମୋତେ ଔଷଧ ଦେଇଥିଲେ ଏବଂ ମୋତେ ବିମାନ ଯୋଗେ ଘରକୁ ଫେରିବାକୁ ପଡ଼ିଥିଲା। ହେଲେ ଘରକୁ ଫେରିବା ପାଇଁ ବିମାନ ଯାତ୍ରା କରିବା ବେଳେ ମୋ ଦ୍ୱାରା ହୋଇଥିବା କାର୍ଯ୍ୟକଳାପ ପାଇଁ ନିଜେ ମୁଁ ଲଜ୍ଜିତ ଅନୁଭବ କରୁଛି। ମୁଁ ଫେରି ଆସିଥିଲି। ମୁଁ ମୋ ନିଜକୁ ସାହାଯ୍ୟ କରିବା ପାଇଁ ଫ୍ୟସିଲିଟି ସେଣ୍ଟର ଠାରେ ଭର୍ତ୍ତି ହୋଇଛି।  ମୋର ପରବର୍ତ୍ତୀ ବୟାନ ଆସିବା ପର୍ଯ୍ୟନ୍ତ ମୁଁ ମୋର ସମସ୍ତ କାର୍ଯ୍ୟକ୍ରମ ବାତିଲ୍ କରୁଛି। ଦୟାକରି ମୋ ପାଇଁ ପ୍ରାର୍ଥନା କରନ୍ତୁ।

 

ରାପର୍ ଡେସିଗ୍ନେର କରିଥିଲେ ଘୃଣ୍ୟ କାର୍ଯ୍ୟ 
ଗତ ୧୭ ତାରିଖରେ ରାପର୍ ଡେସିଗ୍ନେର ଏପରି ଘୃଣ୍ୟ କାର୍ଯ୍ୟସ କରିଥିଲେ ଯାହା ଦେଖିବା ଯୋଗ୍ୟ ନୁହେଁ। ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗରେ କୁହାଯାଇଛି ଯେ ଯେତେବେଳେ ଆମେରିକୀୟ ରାପର୍ ଜଣଙ୍କ  ଟୋକିଓ ଠାରୁ ମିନିୟପୋଲିସ୍ ଅଭିମୁଖେ ଯାତ୍ରା କରୁଥିବା ଏକ ଆନ୍ତର୍ଜାତୀୟ ବିମାନରେ ଯାତ୍ରା କରୁଥିଲେ। ହେଲେ ବିମାନ ଯାତ୍ରା ବେଳେ ଖୋଲାଖୋଲି ଭାବରେ ହସ୍ତମୈଥୁନ କରିବାର ଅଭିଯୋଗ ତାଙ୍କ ବିରୋଧରେ ଆସିଥିଲା। ଉଡ଼ାଣ ସମୟରେ ରାପର ଜଣଙ୍କ ନିଜେ ନିଜକୁ ପର୍ଦ୍ଦାଫାଶ କରୁଥିବାର ଦେଖିବାକୁ ମିଳିଥିଲା। ହେଲେ ଯଥା ଶୀଘ୍ର ସେ ନିଜେ ନିଜକୁ ଘୋଡାଇ ଦେଇଥିଲା। ହେଲେ ପ୍ରାୟ ୫ ମିନିଟ ପରେ ବିମାନ କର୍ମଚାରୀ ତାଙ୍କୁ ହସ୍ତମୈଥୁନ କରୁଥିବା ଅବସ୍ଥାରେ ଧରି ପକାଇଥିଲେ। ଯେତେବେଳେ ରାପର ଜଣଙ୍କ ନିଜ ଆସନରୁ ଉଠି ପଛକୁ ଯିବାକୁ ବାହାରିଲେ, ସେତେବେଳେ ଏକ ଡବା ଖସିପଡ଼ିଥିଲା।

ବିମାନ କର୍ମଚାରୀଙ୍କ ସହ କଲେ ଅଭଦ୍ରତା 
ଏପବିଆଇ ସହିତ କଥାବାର୍ତ୍ତା କରିବା ବେଳେ ରାପର୍ ଜଣେ ଏଜେଣ୍ଟ ଉଦ୍ଦେଶ୍ୟରେ କହିଥିଲେ ଯେ ସେ ତାଙ୍କର “ମ୍ୟାଜିକ୍ ଷ୍ଟିକ୍” ଅର୍ଥାତ ବ୍ୟକ୍ତିଗତ ଅଙ୍ଗ () ଜଣେ ବିମାନ କର୍ମଚାରୀଙ୍କୁ ଦେଖାଇଥିଲେ। ଯିଏ ତାଙ୍କୁ ସୁନ୍ଦର ବୋଲି ଲାଗୁଥିଲେ। ହେଲେ ରାପର ରାପର୍ ଡେସିଗ୍ନେର କହିଛନ୍ତି ଯେ, କାରଣ ମୁଁ ଗୋଟିଏ ସପ୍ତାହ ମଧ୍ୟରେ ଶାରୀରିକ ସମ୍ପର୍କ ରଖି ନାହିଁ, ସେଥିପାଇଁ ଏଭଳି ଘଟଣା ଘଟିଯାଇଛି। ଆମେରିକୀୟ ଗଣମାଧ୍ୟମ ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ ଯେତେବେଳେ ରାପର ଜଣଙ୍କୁ ଘଟଣା ବାବଦରେ ପଚରାଗଲା ଯେ ତାଙ୍କର କାର୍ଯ୍ୟକଳାପ ଦ୍ୱାରା ବିମାନ କର୍ମଚାରୀଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା ନା ନାହିଁ, ସେତେବେଳେ ଜବାବ ଦେଇ ରାପର କହିଥିଲେ ଯେ ସେ ତାଙ୍କୁ ଉତ୍ସାହିତ କରୁଛନ୍ତି ଏବଂ ତାଙ୍କୁ ନିମନ୍ତ୍ରଣ କରୁଛନ୍ତି। ଅଭିଯୋଗରେ ଦର୍ଶାଯାଇଛି ଯେ ଉଡ଼ାଣ ସମୟରେ ରାପର ଜଣଙ୍କ ମଦ୍ୟପାନ କରିନଥିଲେ।