Shocking News: ୭୦୦୦ ବର୍ଷ ପୂର୍ବେ ସମୁଦ୍ର ତଳେ କିପରି ନିର୍ମାଣ ହୋଇଥିଲା ରାସ୍ତା? ବୁଝି ପାରୁନାହାଁନ୍ତି ବୈଜ୍ଞାନିକ
Advertisement

Shocking News: ୭୦୦୦ ବର୍ଷ ପୂର୍ବେ ସମୁଦ୍ର ତଳେ କିପରି ନିର୍ମାଣ ହୋଇଥିଲା ରାସ୍ତା? ବୁଝି ପାରୁନାହାଁନ୍ତି ବୈଜ୍ଞାନିକ

Old Road Discovered in Sea: ଦକ୍ଷିଣ କ୍ରୋଏସିଆର ସମୁଦ୍ର ଉପକୂଳରୁ ଠାରୁ କିଛି ଦୂରରେ ଏକ ପୁରୁଣା ରାସ୍ତାକୁ ଖୋଜି ପାଇଛନ୍ତି ବୈଜ୍ଞାନିକ। ସମୁଦ୍ର ତଳୁ ମିଳିଥିବା ଏହି ରାସ୍ତା ପ୍ରାୟ ୭୦୦୦ ବର୍ଷର ପୁରୁମା ବୋଲି କୁହାଯାଉଛି।

Shocking News: ୭୦୦୦ ବର୍ଷ ପୂର୍ବେ ସମୁଦ୍ର ତଳେ କିପରି ନିର୍ମାଣ ହୋଇଥିଲା ରାସ୍ତା? ବୁଝି ପାରୁନାହାଁନ୍ତି ବୈଜ୍ଞାନିକ

Old Road Found Under Sea: ପୃଥିବୀ ପୃଷ୍ଠର ଭୂମି ଉପରେ ରାସ୍ତା ରହିବା ଏକ ସାଧାରଣ କଥା। ଆପଣ ଏହାକୁ ନିଜ ଆଖିରେ ନିଶ୍ଚୟ ଦେଖିଥିବେ। ହେଲେ କେବେ ଆପଣ ଶୁଣିଛନ୍ତି ସମୁଦ୍ର ତଳେ ଏକ ରାସ୍ତା ନିର୍ମାଣ କରାଯାଇଛି। ସମୁଦ୍ର ତଳେ ନିର୍ମାଣ ହୋଇଥିବା ରାସ୍ତା ବର୍ତ୍ତମାନର ସମୟରେ ନିର୍ମାଣ ହୋଇନାହିଁ। ଏହି ରାସ୍ତା ପ୍ରାୟ ୭୦୦୦ ହଜାର ବର୍ଷ ପୂର୍ବେ ନିର୍ମାଣ କରାଯାଇ ଥିବାର କୁହାଯାଉଛି। ଆମେ ଆପଣଙ୍କୁ ଏକଥା କହୁ ନାହୁଁ।  ଏହା ହେଉଛି ବୈଜ୍ଞାନିକଙ୍କ ଦାବି। ନିକଟରେ ପ୍ରତ୍ନତତ୍ତ୍ୱବିଦ୍ ଦକ୍ଷିଣ କ୍ରୋଏସିଆର ସମୁଦ୍ର ଉପକୂଳ ଠାରୁ କିଛି ଦୂରରେ ଏକ ରାସ୍ତା ଖୋଜି ପାଇଛନ୍ତି। ଏନେଇ ପ୍ରତ୍ନତତ୍ତ୍ୱବିଦ୍ କହିଛନ୍ତି ସେମାନ ସମୁଦ୍ରାରେ ଯେଉଁ ରାସ୍ତା ଖୋଜି ପାଇଛନ୍ତି ତାହା ୭୦-୮୦ ବର୍ଷ ପୂରଣ ନୁହେଁ। ବରଂ ପ୍ରାୟ ୭୦୦୦ ବର୍ଷ ପୂର୍ବେ ନିର୍ମିତ ହୋଇଥିବାଲ ରାସ୍ତା। 

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ରାସ୍ତା ସମୁଦ୍ର ପତ୍ତନ ଠାରୁ ପ୍ରାୟ ୪-୫ ମିଟର ତଳେ ରହିଛି। ଯାହାର ଅବସ୍ଥିତି ଦକ୍ଷିଣ କ୍ରୋଏସିଆର ସମୁଦ୍ର ଉପକୂଳ (Southern Croatia Sea Coast) ଠାରୁ କିଛି ଦୂରରେ ରହିଥିବାର ଜଣାପଡ଼ିଛି। ଏହି ରାସ୍ତାକୁ ଭୂମଧ୍ୟ ସାଗର (Mediterranean Sea) ଅଧିନସ୍ଥ ଆଡ୍ରିଏଟିକ୍ ସାଗର (Adriatic Sea) ଠାରେ ଆବିଷ୍କାର କରାଯାଇଛି। ଅନୁସନ୍ଧାନକାରୀ କ୍ରୋଏସିଆର କୋରକୁଲା ଦ୍ୱୀପ (Korcula Island Croatia) ନିକଟରେ ଏଭଳି ରାସ୍ତା ରହିଥିବାର ଜାଣିବାକୁ ପାଇଛନ୍ତି। ଅନୁସନ୍ଧାନକାରୀ ବିଶ୍ୱାସ କରୁଛନ୍ତି ଯେ ଏହି ରାସ୍ତା ନିଶ୍ଚିତ ଭାବରେ ଏକ ମୁଖ୍ୟ ବସ୍ତିର ରାସ୍ତା ହୋଇପାରେ। ଯାହାକୁ ଲୋକମାନେ ପରିବହନ ପାଇଁ ବ୍ୟବହାର କରୁଥାଇ ପାରନ୍ତି। ଆଶ୍ଚର୍ଯ୍ୟର କଥା ଏହା ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରାସ୍ତାର ଅବଶିଷ୍ଟାଂଶ ସମୁଦ୍ର ଭିତରେ କିପରି ରହିଗଲ। ଏନେଇ ହୋଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଯେଉଁଠାରେ ଏହି ରାସ୍ତା ଅଛି, ସେଠାରେ ସାମୁଦ୍ରିକ ତରଙ୍ଗର ପ୍ରଭାବ ବହୁତ କମ୍ ରହିଛି। ଏହି ରାସ୍ତାରେ ନିକଟରେ ଅନେକ ଦ୍ୱୀପ ରହିଛି। ଯେଉଁ କାରଣରୁ ବୈଜ୍ଞାନିକ ସହଜରେ ଏହି ରାସ୍ତା ଏବଂ ଏହାର ଅବଶେଷ ବାବଦରେ ଜାଣିବାକୁ ପାଇଛନ୍ତି। 

ବୈଜ୍ଞାନିକଙ୍କ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ପଥରରେ ନିର୍ମିତ ହୋଇଥିବା ରାସ୍ତା ଉପରେ ମାଟିର ଏକ ମୋଟା ଆବରଣ ଘେରି ରହିଥିଲା। ଯାହାକୁ ସମୁଦ୍ର ତଳୁ ମିଳିଥିବା ରାସ୍ତାର ସରଞ୍ଚନା ଦୃଶ୍ୟମାନ ହେବା ପରେ ଅପସାରଣ କରାଯାଇଥିଲା। ବୈଜ୍ଞାନିକ ସେମାନଙ୍କ ଅନୁସନ୍ଧାନ ସମୟରେ ଜାଣିବାକୁ ପାଇଛନ୍ତି ଯେ ଏହା ନେଓଲିଥିକ୍ ହ୍ୱାର୍ ସଂସ୍କୃତିର ଲୋକଙ୍କ (Neolithic Hvar Culture) ଦ୍ୱାରା ନିର୍ମିତ ହୋଇପାରେ। ଫଟୋଗ୍ରାଫର, ସମୁଦ୍ର ବୁଡାଳି ଏବଂ ସଂଗ୍ରହାଳୟ ସହିତ ଜଡ଼ିତ ଲୋକେ ଏହି ଆବିଷ୍କାରକୁ ସଫଳ କରିବାରେ ବୈଜ୍ଞାନିକଙ୍କୁ ସେମାନଙ୍କର ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ। ସମୁଦ୍ର ଗର୍ଭରୁ ଏହି ରାସ୍ତା ଖୋଜି ବାହାର କରିଥିବା ବୈଜ୍ଞାନିକ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରାୟ ୧୨ ୦୦୦ ବର୍ଷ ପୂର୍ବରୁ ନବ ପାଷାଣ କାଳ ସମୟରେ (Neolithic Period) ଏହାର ନିର୍ମାଣ ହୋଇଥାଇପାରେ। ଯେତେବେଳେ ଲୋକେ ଶିକାରୀ ଜୀବନ ଛାଡ଼ି ଚାଷବାସ ଏବଂ ପଶୁପାଳନ ଆଡ଼କୁ ମୁହାଁଇଥିଲେ। ନବ ପାଷାଣ କାଳ ଅର୍ଥାତ ନୂତନ ପ୍ରସ୍ତର ଯୁଗର ଲୋକେ (New Stone Age People) ଜନବସତି ସହିତ ଜଡିତ ଅନେକ ସରଞ୍ଚନାର ନିର୍ମାଣ କରିଥିଲେ। ଏହା ପରେ ଯାଇ ଏପରି ସରଞ୍ଚନା ନିର୍ମାଣ କରିବା ସମ୍ଭବ ହୋଇଥାଇ ପାରେ।