ଶ୍ରୀମନ୍ଦିର ଚାରିଦ୍ୱାରର କ’ଣ ରହିଛି ଗୁରୁତ୍ୱ, ଗଜପତି ମହାରାଜା କେଉଁଦ୍ୱାର ଦେଇ ଯାଇଥାଆନ୍ତି?
Advertisement
Article Detail0/zeeodisha/odisha2291218

ଶ୍ରୀମନ୍ଦିର ଚାରିଦ୍ୱାରର କ’ଣ ରହିଛି ଗୁରୁତ୍ୱ, ଗଜପତି ମହାରାଜା କେଉଁଦ୍ୱାର ଦେଇ ଯାଇଥାଆନ୍ତି?

Significance of 4 gates of Sri Jagannatha temple: ପରମ୍ପରା ଅନୁସାରେ ୪ ଦ୍ୱାର ଦେଇ ଯିବା ଆସିବାରେ କିଛି କଟକଣା ରହି ନାହିଁ। କିନ୍ତୁ କୋଭିଡ଼ ସମୟରୁ ରାଜ୍ୟ ସରକାର ଶ୍ରୀମନ୍ଦିରରେ ପ୍ରବେଶ ଲାଗି କେବଳ ସିଂହଦ୍ୱାରକୁ ଉନ୍ମୁକ୍ତ ରଖି ବାକି ସବୁ ଦ୍ୱାର ବନ୍ଦ ରଖିଥିଲେ। ଏହାକୁ ନେଇ ଜନ ଅସନ୍ତୋଷ ସୃଷ୍ଟି ହୋଇଥିଲା। ବିଜେପି ସରକାରକୁ ଆସିଲେ ପ୍ରଥମ ପଦକ୍ଷେପ ସ୍ୱରୂପ ୪ ଦ୍ୱାର ଖୋଲାଯିବ ବୋଲି କହିଥିଲେ। ଆଜି ତାହା ସାକାର ହୋଇଛି। ଆସନ୍ତୁ ନଜର ପକାଇବା ଶ୍ରୀମନ୍ଦିରର ୪ ଦ୍ୱାରର ବିଶେଷତା ସମ୍ପର୍କରେ। 

 ଶ୍ରୀମନ୍ଦିର ଚାରିଦ୍ୱାରର କ’ଣ ରହିଛି ଗୁରୁତ୍ୱ, ଗଜପତି ମହାରାଜା କେଉଁଦ୍ୱାର ଦେଇ ଯାଇଥାଆନ୍ତି?
ଆଜି ଅନେକ ବର୍ଷ ପରେ ପୁରୀ ଶ୍ରୀମନ୍ଦିରର ଚାରିଦ୍ୱାର ଭକ୍ତଙ୍କ ପ୍ରବେଶ ଓ ପ୍ରସ୍ଥାନ ଲାଗି ଉନ୍ମୁକ୍ତ ହୋଇଛି। ରାଜ୍ୟର ନବ ନିର୍ବାଚିତ ମନ୍ତ୍ରିମଣ୍ଡଳ ଉପସ୍ଥିତିରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇଛି। ପରମ୍ପରା ଅନୁସାରେ ୪ ଦ୍ୱାର ଦେଇ ଯିବା ଆସିବାରେ କିଛି କଟକଣା ରହି ନାହିଁ। କିନ୍ତୁ କୋଭିଡ଼ ସମୟରୁ ରାଜ୍ୟ ସରକାର ଶ୍ରୀମନ୍ଦିରରେ ପ୍ରବେଶ ଲାଗି କେବଳ ସିଂହଦ୍ୱାରକୁ ଉନ୍ମୁକ୍ତ ରଖି ବାକି ସବୁ ଦ୍ୱାର ବନ୍ଦ ରଖିଥିଲେ। ଏହାକୁ ନେଇ ଜନ ଅସନ୍ତୋଷ ସୃଷ୍ଟି ହୋଇଥିଲା। ବିଜେପି ସରକାରକୁ ଆସିଲେ ପ୍ରଥମ ପଦକ୍ଷେପ ସ୍ୱରୂପ ୪ ଦ୍ୱାର ଖୋଲାଯିବ ବୋଲି କହିଥିଲେ। ଆଜି ତାହା ସାକାର ହୋଇଛି। ଆସନ୍ତୁ ନଜର ପକାଇବା ଶ୍ରୀମନ୍ଦିରର ୪ ଦ୍ୱାରର ବିଶେଷତା ସମ୍ପର୍କରେ। 
 
1.ପୁରୀ ଶ୍ରୀ ଜଗନ୍ନାଥମନ୍ଦିରର ୪ ଦ୍ୱାର ଚାରି ଦିଗକୁ ମୁହଁ କରି ରହିଛି। ସେଥିଲାଗି ଚାରି ଦ୍ୱାରକୁ ଚାରି ଦିଗ ଅନୁସାରେ କେହି କେହି ନାମିତ କରନ୍ତି। ଏହି ଅନୁସାରେ ୪ ଦ୍ୱାର ହେଉଛି ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ୱାର। 
 
2.ଆହୁରି ମଧ୍ୟ ୪ ଦ୍ୱାରକୁ ୪ଟି ଶକ୍ତିଶାଳୀ ପ୍ରାଣୀଙ୍କ ନାଁରେ ନାମିତ କରାଯାଇ ସେମାନଙ୍କ ପ୍ରସ୍ତର ପ୍ରତିମୂର୍ତ୍ତିକୁ ଦ୍ୱାର ଆଗରେ ସ୍ଥାପନ କରାଯାଇଛି। ସେହି ଅନୁସାରେ ପୂର୍ବ ଦ୍ୱାରକୁ ସିଂହଦ୍ୱାର, ପଶ୍ଚିମ ଦ୍ୱାରକୁ ବ୍ୟାଘ୍ରଦ୍ୱାର, ଉତ୍ତର ଦ୍ୱାରକୁ ହସ୍ତୀଦ୍ୱାର ଏବଂ ଦକ୍ଷିଣ ଦ୍ୱାରକୁ ବିଜୟଦ୍ୱାର ଭାବେ ନାମିତ କରାଯାଇଛି। 
 
3.ସିଂହଦ୍ୱାର ଦେଇ ସର୍ବସାଧାରଣ ଦର୍ଶନ କରିବାର ବିଧି ରହିଛି। ଏହି ଦ୍ୱାର ଦେଇ ମହାପ୍ରଭୁ ଶ୍ରୀମନ୍ଦିର ବାହାରକୁ ରଥଯାତ୍ରା ସମୟରେ ଆସିଥାଆନ୍ତି ଏବଂ ପ୍ରବେଶ କରିଥାଆନ୍ତି। ଏହି ଦ୍ୱାର ଦେଇ ଗଲେ ଶ୍ରୀମନ୍ଦିର ଗୁମୁଟ ପାର କଲେ ବାଇସି ପାହାଚ ପଡ଼େ। ସେଠାରେ ଶ୍ରାଦ୍ଧ ମଣ୍ଡପ ଓ ମୋକ୍ଷ ଶୀଳା ରହିଛି। ବିଶ୍ୱାସ ରହିଛି ମାକ୍ଷ ଶିଳାରେ ପାଦ ଦେଇ ବାଇସି ପାହାଚ ଚଢ଼ିଲେ ସମସ୍ତ ପାପ କ୍ଷୟ ହୋଇଯାଏ।   
 
4.ପଶ୍ଚିମ ଦ୍ୱାର ହେଉଛି କୁରୁମ ବେଢ଼ାର ସବୁଠାରୁ ନିକଟତମ ପ୍ରବେଶ ପଥ। ଏହିଦ୍ୱାରକୁ ଧର୍ମଦ୍ୱାର ବୋଲି କୁହାଯାଏ। ବାଘ ହେଉଛି ଏହି ଦ୍ୱାରର ପ୍ରତୀତ। ବାଘ ଯେମିତି ନିଜ ଧର୍ମକୁ ସବୁବେଳେ ନିର୍ବାହ କରିଥାଏ, ଠିକ୍‍ ସେହିପରି ନିଜର ଧର୍ମକୁ ସବୁବେଳେ ଉର୍ଦ୍ଧ୍ୱରେ ରଖିବା ଲାଗି ଏହି ଦ୍ୱାର ମନେ ପକାଇଦିଏ। ଏହି ଦ୍ୱାର ଦେଇ ମୁଖ୍ୟତଃ ସାଧୁ, ସନ୍ଥ ମାନେ ପ୍ରବେଶ କରିଥାଆନ୍ତି। ସେବାୟତମାନେ ସେମାନଙ୍କ ଦୈନନ୍ଦିନ କାର୍ଯ୍ୟ ପାଇଁ ଏହି ଦ୍ୱାର ଦେଇ ପ୍ରବେଶ କରିଥାଆନ୍ତି। ନୀଳାଦ୍ରୀ ଉପବନ ଦେଇ ଏହି ଦ୍ୱାରପଟେ କୁରୁମବେଢ଼ାକୁ ପ୍ରବେଶ କରାଯାଇଥାଏ। କୁରୁମ ବେଢ଼ାର ପଶ୍ଚିମ ଦ୍ୱାରଦେଇ ମହାପ୍ରଭୁଙ୍କ ପୁରୁଣା ଶରୀରକୁ  ନବକଳେବର ପରେ ନୀଳାଦ୍ରୀ ଉପବନକୁ ଅଅଣାଯାଇଥାଏ। 
 
 
5.ଉତ୍ତର ଦ୍ୱାରର ପ୍ରତୀକ ହସ୍ତୀ। ଐଶ୍ୱର୍ଯ୍ୟ ଓ ପ୍ରସିଦ୍ଧି ଦ୍ୱାର ଭାବେ ଏହା ଖ୍ୟାତ। ସନ୍ଧ୍ୟା ହେଲେ ଏ ଦ୍ୱାରକୁ ବନ୍ଦ କରିଦିଆଯାଏ। ଦେବ ଦେବୀ ଏହି ଦ୍‍ୱାର ଦେଇ ଶ୍ରୀଜିଉଙ୍କ ଦର୍ଶନ ଲାଗି ପ୍ରବେଶ କରିଥାଆନ୍ତି ବୋଲି ବିଶ୍ୱାସ ରହିଛି। ପରମ୍ପରା ଅନୁସାରେ ଏ ଦ୍ୱାର ଦେଇ ନବକଳେବର ସମୟରେ ଦାରୁ ପ୍ରବେଶ ହୋଇଥାଏ। 
 
6.ଦକ୍ଷିଣ ଦ୍ୱାରର ପ୍ରତୀକ ହେଉଛନ୍ତି ଅଶ୍ୱ ବା ଘୋଡ଼ା। ଏଥିଲାଗି କେହି କେହି ଏହି ଦ୍ୱାରକୁ ଘୋଡ଼ାଦ୍ୱାର କହିଥାଆନ୍ତି।   ଘୋଡ଼ା, ଶକ୍ତି ଓ ବିଜୟର ପ୍ରତୀକ। ଯେତେବେଳେ ଶ୍ରୀ ଜଗନ୍ନାଥଙ୍କ ପ୍ରଥମ ସେବକ ଗଜପତି ମହାରାଜା ଏବଂ ତାଙ୍କ ପତ୍ନୀ   ତଥା ମହାରାଣୀଙ୍କ ପ୍ରବେଶ ହୁଏ ସେମାନେ ଏହି ଦ୍ୱାର ଦେଇ ଆସିଥାଆନ୍ତି।