Demonetarization: ଠିକ୍ ଛଅ ବର୍ଷ ପୂର୍ବେ ଦେଶବାସୀଙ୍କୁ ଝଟକା ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି
Advertisement
Article Detail0/zeeodisha/odisha1431616

Demonetarization: ଠିକ୍ ଛଅ ବର୍ଷ ପୂର୍ବେ ଦେଶବାସୀଙ୍କୁ ଝଟକା ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି

Six years to Demonitaisation: ଆଠ ନଭେମ୍ବର ୨୦୧୬ ରାତି ଆଠଟାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଠାତ୍ ଗଣମାଧ୍ୟମ ସାମ୍ନାକୁ ଆସିଲେ। ଇନିଂସର ଏହା ଥିଲା ସବୁଠୁ ବଡ଼ ଝଟକା। ପାଞ୍ଚ ଶହ ଓ ହଜାରେ ଟଙ୍କିଆ ଅଚଳ ବୋଲି ଘୋଷଣା କରିଲେ ପ୍ରଧାନମନ୍ତ୍ରୀ।

Demonetarization: ଠିକ୍ ଛଅ ବର୍ଷ ପୂର୍ବେ ଦେଶବାସୀଙ୍କୁ ଝଟକା ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି

Six years to Demonitaisation, ଭୁବନେଶ୍ୱର: ବିମୁଦ୍ରାକରଣକୁ ପୁରିଲା ଛଅ ବର୍ଷ। ମୋଦି ସରକାରଙ୍କ ପ୍ରଥମ ଇନିଂସର ଏହା ଥିଲା ସବୁଠୁ ବଡ଼ ଝଟକା। ଯେଉଁଥିରେ ଦେଶର ଗରିବଠୁ ନେଇ ଧନୀ ସମସ୍ତେ ଦୋହଲି ଯାଇଥିଲେ। ତେବେ ଏହି ଛଅ ବର୍ଷ ମଧ୍ୟରେ କଣ ପାଇଛି ଭାରତ? କଣ ହରାଇଛି ଦେଶ? ଦେଶକୁ କେତେ ପରିମାଣର ଫେରିଛି କଳାଧନ? କଳାଧନ ଠାବ କରିବା ପାଇଁ ଗଠନ ହୋଇଥିବା SITର ଷ୍ଟାଟସ କଣ ରହିଛି ତାହା ସମସ୍ତଙ୍କୁ ଅଜଣା। କିଛି ଅର୍ଥନୀତି ବିଶେଷଜ୍ଞ କହିଛନ୍ତି, ଏହା ଦ୍ଵାରା ସରକାର ବିଶେଷ ଲାଭ ପାଇ ନାହାନ୍ତି। ୨୦୧୬ ଅପେକ୍ଷା ଏବେ ଅଧିକ ନଗଦ ଟଙ୍କା RBI ଜାରି କରିଛି। ଡିଜିଟାଲ କାରବାର ସେତେଟା ବୃଦ୍ଧି ପାଇନାହିଁ।

ଆଠ ନଭେମ୍ବର ୨୦୧୬ ରାତି ଆଠଟାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଠାତ୍ ଗଣମାଧ୍ୟମ ସାମ୍ନାକୁ ଆସିଲେ। ଆଉ ଘୋଷଣା କରିଲେ ଦେଶରେ ଜାରି ହେଲା ବିମୁଦ୍ରାକରଣ। ପାଞ୍ଚ ଶହ ଓ ହଜାରେ ଟଙ୍କିଆ ଅଚଳ ବୋଲି ଘୋଷଣା କରିଲେ ପ୍ରଧାନମନ୍ତ୍ରୀ। ଏହାପରେ ଦୋହଲି ଯାଇଥିଲେ ଧନୀରୁ ଗରିବ। ସମସ୍ତେ ରାସ୍ତାକୁ ଚାଲି ଆସିଥିଲେ। ନିଜ ଟଙ୍କା ବଦଳ ପାଇଁ ବ୍ୟାଙ୍କ୍ ଆଗରେ ଧାଡ଼ି ଲଗାଇଲେ। ବିମୁଦ୍ରାକରଣର ମୁଖ୍ୟ ଲକ୍ଷ୍ୟ ଥିଲା ଦୁର୍ନୀତି ନିବାରଣ, ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବିନିଯୋଗ ଅର୍ଥ ଉପରେ ରୋକ ଓ କଳାଧନ ଫେରସ୍ତ। 

Also Read: 6 Year Of Demonetization: କଳାଟଙ୍କା ଫେରିଲା କି ନାହିଁ?

ଏହାରି ଭିତରେ ବିମୁଦ୍ରାକରଣକୁ ଛଅ ବର୍ଷ ବିତି ଗଲାଣି। ବିମୁଦ୍ରାକରଣରୁ କି ଲାଭ ମିଳିଛି ତାହା କେନ୍ଦ୍ର ସରକାର ଓ RBI କହିବା ପାଇଁ ଅନିଚ୍ଛା ପ୍ରକାଶ କରିଛନ୍ତି। ଦେଶକୁ କି ଲାଭ ମିଳିଛି, କି କ୍ଷତି ସହିଛି, କେତେ କଳାଧନ ଫେରିଛି ତାହା ସମସ୍ତଙ୍କୁ ଶତ ପ୍ରତିଶତ ଅଜଣା। ଅର୍ଥନୀତି ବିଶେଷଜ୍ଞ ତ୍ରିନାଥ ଲେଙ୍କା କହିଛନ୍ତି, "ବିମୁଦ୍ରାକରଣ ପରେ ଦେଶରେ ଯଦିଓ ଡିଜିଟାଲ ପେମେଣ୍ଟ ବଢ଼ିଛି। ହେଲେ ଏହା ଉତ୍ସାହ ଜନକ ନୁହଁ। ୨୦୧୬ରେ ଭାରତରେ ୧୭ ଲକ୍ଷ କୋଟି ଟଙ୍କାର ନଗଦ ନୋଟ ବ୍ୟବହାର କରାଯାଉଥିଲା। ଆଉ ଏବେ ୩୦ ଲକ୍ଷ କୋଟି ନୋଟ କାରବାର ହେଉଛି।" ତେବେ କେତେ କଳାଧନ ଫେରିଛି ତାର ହିସାବ କିନ୍ତୁ କେନ୍ଦ୍ର ସରକାର କି ଆରବିଆଇ ଦେଇନାହିଁ ବୋଲି ଅର୍ଥନୀତିଜ୍ଞ କହିଛନ୍ତି।

ଅର୍ଥନୀତିଜ୍ଞ ରାଜୀବ ସାହୁ କହିଛନ୍ତି, "ବିମୁଦ୍ରାକରଣ ପରେ ଡାଇରେକ୍ଟ ଟ୍ୟାକ୍ସ କଲେକସନ ବୃଦ୍ଧି ପାଇଛି ଓ କରଦାତାଙ୍କ ସଂଖ୍ୟା ବଢିଛି। ଡିଜିଟାଲ ପେମେଣ୍ଟ ସଂଖ୍ୟା ଧୀରେ ଧୀରେ ବଢୁଛି। କଳାଧନ ଉପାର୍ଜନକାରୀଙ୍କ ମନରେ ଛନକା ପଶିଛି।" ତେବେ ଯେଉଁ କଳାଧନ ଦେଶକୁ ଫେରିବା ନେଇ କେନ୍ଦ୍ର ସରକାର ଆଶା ବାନ୍ଧିଥିଲେ ତାହା କିନ୍ତୁ ଏଯାଏଁ ସଫଳ ହୋଇନାହିଁ, ଯାହାକି ବିମୁଦ୍ରାକରଣର ବଡ ବିଫଳତା। ବିମୁଦ୍ରାକରଣ ପରେ ୯୯ ପ୍ରତିଶତରୁ ଅଧିକ ଅଚଳ ନୋଟ ରିଜର୍ଭ ବ୍ୟାଙ୍କରେ ଜମା ହୋଇଥିବା ସରକାର ମାନିଛନ୍ତି। ଅନ୍ୟପଟେ, ଏହି ସମୟରେ ଟଙ୍କା ପାଇଁ ବ୍ୟାଙ୍କ ଓ ଏଟିଏମ ବାହାରେ ଧାଡିରେ ଠିଆ ହୋଇ ଶତାଧିକ ଲୋକ ମୃତ୍ୟୁ ବରଣ କରିଥିବା ଦାବି କରାଯାଉଛି।