Smart Chicken Farming: କାକୁଡ଼ି ଭଳି ମାଟିରେ ଫଳିବ କୁକୁଡ଼ା! Gregg Martin ବତାଇଲେ ସ୍ମାର୍ଟ ଫଣ୍ଡା
Advertisement
Article Detail0/zeeodisha/odisha1385677

Smart Chicken Farming: କାକୁଡ଼ି ଭଳି ମାଟିରେ ଫଳିବ କୁକୁଡ଼ା! Gregg Martin ବତାଇଲେ ସ୍ମାର୍ଟ ଫଣ୍ଡା

Smart Chicken Farming viral Photo: ଜାଣନ୍ତୁ କେମିତି ଚାଷ ହୁଏ ସ୍ମାର୍ଟ କୁକୁଡା। ଭାଇରାଲ ହେଉଛି ଫଟୋ। ଅଭିନେତା ଗ୍ରେଗ ମାର୍ଟିନ ସେୟାର କରିଛନ୍ତି ମାଟିରେ ଫଳୁଥିବା କୁକୁଡା ଚାଷ ପ୍ରଣାଳୀ।

 

Smart Chicken Farming: କାକୁଡ଼ି ଭଳି ମାଟିରେ ଫଳିବ କୁକୁଡ଼ା! Gregg Martin ବତାଇଲେ ସ୍ମାର୍ଟ ଫଣ୍ଡା

Smart Chicken Farming: 'ପ୍ରଥେମ କୁକୁଡା ନା ପ୍ରଥମେ ଅଣ୍ଡା' ଏହି ପ୍ରଶ୍ନକୁ ନେଇ ଅଧିକାଂଶ ମସୟରେ ଲୋକଙ୍କ ମଧ୍ୟରେ ଯୁକ୍ତି ହୋଇଥାଏ। ଆମେ ସମସ୍ତେ ଜାଣୁ ଅଣ୍ଡାରୁ କୁକୁଡା ଓ କୁକୁଡାରୁ ଅଣ୍ଡା ହୋଇଥାଏ। ମଣିଷ ଉଭୟ ଅଣ୍ଡା ଓ କୁକୁଡା ମାଂସ ଖାଇଥାଏ। ତେଣୁ ଚାହିଦାକୁ ଦେଖି ଏବେ ବିଶ୍ୱର ପ୍ରାୟ ସମସ୍ତ ଦେଶରେ ବିପୁଳ ସଂଖ୍ୟାରେ କୁକୁଡା ଚାଷ କରାଯାଉଛି। ଏଥିପାଇଁ କୃତ୍ରିମ ଉପାୟରେ ଅବଲମ୍ବନ କରାଯାଉଛି। ଏକ ନିର୍ଦ୍ଧିଷ୍ଟ ଉତ୍ତାପରେ ଅଣ୍ଡା ଫୁଟି ସେଥିରୁ କୁକୁଡା ଜନ୍ମ ହୁଏ। କିନ୍ତୁ ଆପଣ ଜାଣିଛନ୍ତି କି, ଆଳୁ, ଟମାଟୋ, କାକୁଡି ପରି ମାଟିରେ କୁକୁଡା ଚାଷ କରାଯାଇପାରେ।

ସୋସିଆଲ ମିଡିଆରେ ଏବେ କୁକୁଡା ଚାଷର କିଛି ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି। ତେବେ ଫଟୋରେ ଅଣ୍ଡାରୁ କୁକୁଡା ବସା କିମ୍ବା ମେସିନ ମାଧ୍ୟମରେ ଜନ୍ମ ହେଉନାହିଁ, ବରଂ ତାହା ପନିପରିବା ତଥା ଅନ୍ୟ ଫସଲ ଭଳି ମାଟିରେ ଫଳୁଛି। ଏହି ଫଟୋକୁ ଶୁକ୍ରବାର ଅଭିନେତା, ଲେଖକ, ନିର୍ଦ୍ଦେଶକ ଗ୍ରେଜ୍ ମାର୍ଟିନ ସେୟାର କରିଛନ୍ତି। ସେ ଫେସବୁକରେ ତିନୋଟି ଫଟୋ ସେୟାର କରି ତାହାର କ୍ୟାପସନରେ ଚିକେନ ଟ୍ରି ବା କୁକୁଡା ଗଛ ବୋଲି ଲେଖିଛନ୍ତି। 

Also Read: Naxal Attack: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଜୀବନ ଗଲେ ମିଳିବ ଏତିକି ଟଙ୍କା

 

ଗ୍ରେଗ୍ ମାର୍ଟିନଙ୍କ ପ୍ରଥମ ଫଟୋରେ କିଛି କୁକୁଡା ଅଣ୍ଡାକୁ ମଞ୍ଜି ଭଳି ମାଟିରେ ପୋତିବାର ଦୃଶ୍ୟ ରହିଛି। ଦ୍ୱତୀୟ ଫଟୋରେ ମାଟିରୁ କୁକୁଡା ଗୋଡ ବାହାରୁଛି ଓ ତୃତୀୟ ଫଟୋରେ ଦେଖିବାକୁ ମିଳୁଛି ଯେ, ଗୋଟିଏ ଗଛ ଉପରେ କିଛି କୁକୁଡା ବସିଛନ୍ତି। ହଲିଉଡ ଅଭିନେତା ମାର୍ଟିନ ତାଙ୍କର କୌତୁହଳିଆ ପୋଷ୍ଟ ପାଇଁ ଖୁବ ଜଣାଶୁଣା। ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପ୍ରାୟତଃ ସୟରେ ଅଜବ ଗଜବ ଫୋଟ ପୋଷ୍ଟ କରିଥାନ୍ତି। ମାର୍ଟିନଙ୍କ କିଛି ଫଟୋରେ ବାସ୍ତବତା ନଥିଏ। ସେ କେବଳ ଲୋକଙ୍କ ମନରୋଞ୍ଜନ ପାଇଁ ସେୟା କରିଥାନ୍ତି।

 

ମାର୍ଟିନଙ୍କ ଚିକେନ ଟ୍ରି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୟୁଜର୍ସ ଏଥିଲେ ମଜାଳିଆ କମେଣ୍ଟ ଦେଉଛନ୍ତି। କୁକୁଡା ଚାଷକୁ ଇଂରାଜୀରେ Poultry ବୋଲି କୁହାଯାଇଥାଏ। କିନ୍ତୁ ଜଣେ ୟୁଜର ଏହାକୁ Poultree ବୋଲି କହିଛନ୍ତି। କୁକୁଡା କେବେ ବି ମାଟିରେ ଫଳେ ନାହିଁ। ତଥାପି ଲୋକ ଏହାକୁ ମଜାଳିଆ ଭାବେ ନେଇ ଚାଷ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। କିଛି ଲୋକଙ୍କ କହିବା ଅନୁସାରେ, ସର୍ବପ୍ରଥମେ କୁକୁଡାକୁ ମାଟିରେ ଚାଷ ଫଳାଯାଇଥିଲା।