Naxal Attack: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଜୀବନ ଗଲେ ମିଳିବ ଏତିକି ଟଙ୍କା
Advertisement

Naxal Attack: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଜୀବନ ଗଲେ ମିଳିବ ଏତିକି ଟଙ୍କା

Naxal Attack Ex Gratia: ନକ୍ସଲ ଆକ୍ରମଣରେ ମୃତ ଯବାନ ଓ ସାଧାରଣ ନାଗରିକଙ୍କ ପରିବାରକୁ ଏଣିକି ଦୁଇ ଗୁଣା ଆର୍ଥିକ ସହାୟତା ମିଳିବ। ଏନେଇ ରାଜ୍ୟ ସରକାର ଏକ ବଡ ଘୋଷଣା କରିଛନ୍ତି।  ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆତଙ୍କବାଦୀ ନିରୋଧ ଅପରେସନ୍ ଜାରି ରଖିବା ପାଇଁ ୮୫.୮୫ କୋଟି ଟଙ୍କା ବାର୍ଷିକ ୱାର୍କ ପ୍ଲାନକୁ ଅନୁମୋଦନ ମିଳିଛି। 

Naxal Attack: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଜୀବନ ଗଲେ ମିଳିବ ଏତିକି ଟଙ୍କା

Naxal Attack Ex Gratia, ଭୁବନେଶ୍ୱର: ରାଜ୍ୟ ସରକାର ନକ୍ସଲ ଆକ୍ରମଣରେ ପ୍ରାଣ ହରାଉଥିବା ସାଧାରଣ ଲୋକ ଓ ସୁରକ୍ଷାକର୍ମୀଙ୍କ ପରିବାର ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ପରିମାଣକୁ ବୃଦ୍ଧି କରିଛନ୍ତି। ନକ୍ସଲଙ୍କ ଆକ୍ରମଣରେ ପ୍ରାଣ ହରାଉଥିବା ସୁରକ୍ଷାକର୍ମୀଙ୍କ ପରିବାରକୁ ଏଣିକି ୨୦ ଲକ୍ଷ ପରିବର୍ତ୍ତେ ୪୦ ଲକ୍ଷ ଟଙ୍କା ଓ ସାଧାରଣ ଲୋକଙ୍କ ପରିବାରକୁ ୨ ଲକ୍ଷ ପରିବର୍ତ୍ତେ ୫ ଲକ୍ଷ ଟଙ୍କା ସହାୟତା ମିଳିବ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆତଙ୍କବାଦୀ ନିରୋଧ ଅପରେସନ୍ ଜାରି ରଖିବା ପାଇଁ ୮୫.୮୫ କୋଟି ଟଙ୍କା ବାର୍ଷିକ ୱାର୍କ ପ୍ଲାନକୁ ଅନୁମୋଦନ ମିଳିଛି। 

ଆତଙ୍କବାଦୀ ନିରୋଧ ଅପରେସନ୍ ପାଇଁ ୨୦୨୧-୨୨ ବଜେଟ୍ ପରିମାଣ ୫୦.୫୬ କୋଟି ଟଙ୍କା ଥିଲା। ୨୦୨୨-୨୩ ଆର୍ଥିକ ବର୍ଷରେ ଏହାର ପରିମାଣ ୮୫.୮୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏଥିରେ କେନ୍ଦ୍ର ସରକାରଙ୍କ ୬୦% ଓ ରାଜ୍ୟ ସରକାରଙ୍କ ୪୦% ଅର୍ଥରାଶି ରହିଛି। ବଜେଟ ପରିମାଣ ବୃଦ୍ଧି ସହ ନକ୍ସଲଙ୍କ ଆକ୍ରମଣରେ ପ୍ରାଣ ହରାଉଥିବା ସାଧାରଣ ଲୋକ ଓ ସୁରକ୍ଷାକର୍ମୀଙ୍କ ପରିବାର ପାଇଁ ଦିଆଯାଉଥିବା ଅନୁକମ୍ପାମୂଳକ ସହାୟତା ରାଶି ପରିମାଣକୁ ମଧ୍ୟ ବୃଦ୍ଧି କରାଯାଇଛି। ଏଣିକି ଶହୀଦ ସୁରକ୍ଷାକର୍ମୀଙ୍କ ପରିବାରକୁ ୪୦ ଲକ୍ଷ ଟଙ୍କା ଓ ସାଧାରଣ ଲୋକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ମିଳିବ।

Also Read: ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ଗୁରୁତର, ଥାନାରେ ହାଜର ହେଲା ଅଭିଯୁକ୍ତ

ମୁଖ୍ୟ ଶାସନ ସଚିବ ମହାପାତ୍ର ନକ୍ସଲ ମୁକାବିଲାରେ ନିୟୋଜିତ ସଶସ୍ତ୍ର ଯବାନମାନଙ୍କୁ ଆବଶ୍ୟକ ସୁରକ୍ଷା ଉପକରଣ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉନ୍ନତଧରଣର ଅସ୍ତ୍ରଶସ୍ତ୍ର, ପ୍ରଶିକ୍ଷଣ ଆଦି ସହ ଆତ୍ମସର୍ମପଣ କରୁଥିବା ନକ୍ସଲଙ୍କୁ ଥଇଥାନ କରିବା ଉପରେ ଗୁରୁତ୍ୱ ଦେବାକୁ ସେ କହିଛନ୍ତି। ରାଜ୍ୟରେ ନକ୍ସଲ କାର୍ଯ୍ୟକଳାପ ଏବେ ନିୟନ୍ତ୍ରଣାଧୀନ ରହିଛି। କୋରାପୁଟର ସ୍ୱାଭିମାନ ଅଂଚଳ ଏବେ ନକ୍ସଲଙ୍କ କବଜାରୁ ମୁକ୍ତ ହୋଇ ସେଠାରେ ବିକାଶମୂଳକ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି ବୋଲି ବୈଠକରେ ସୂଚନା ଦିଆଯାଇଛି। ବୈଠକରେ ପୋଲିସ ଡିଜି ସୁନୀଲ କୁମାର ବଂଶଲ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜିବ ଚୋପ୍ରା, ଆଇଜି ଅପରେସନ୍ ଅମିତାଭ ଠାକୁର, ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ପ୍ରମୁଖ ଯୋଗ ଦେଇଥିଲେ।

କେନ୍ଦ୍ର ଗୃହମନ୍ତ୍ରାଳୟର ସୂଚନାନୁସାରେ, ଦେଶର ୧୦ଟି ରାଜ୍ୟରେ ୭୦ଟି ନକ୍ସଲ ପ୍ରଭାବିତ ଜିଲ୍ଲା ଚିହ୍ନଚ କରାଯାଇଛି। ଏହା ମଧ୍ୟରେ ଓଡିଶାର ୧୦ଟି ଜିଲ୍ଲାରେ ନକ୍ସଲଙ୍କ ଉପସ୍ଥିତି ରହିଛି। ଏହି ସବୁ ଜିଲ୍ଲାରେ ରାଜ୍ୟ ପୋଲିସର ସଶସ୍ତ୍ର ବଳ ବ୍ୟତୀତ ୬୪ ବାଟାଲିୟନ CRPF ଓ ୪୮ କମ୍ପାନୀ BSF ଯବାନ ମୁତୟନ ହୋଇଛନ୍ତି। ୨୦୨୨ ଅଗଷ୍ଟରେ ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତୀ ବେହେରାଙ୍କ ତଥ୍ୟାନୁସାରେ, ୨୦୦୦ରୁ ୨୦୨୧ ମସିହା ମଧ୍ୟରେ ନକ୍ସଲ ଆକ୍ରମଣରେ ୨୩୧ ଜଣ ସୁରକ୍ଷା କର୍ମୀ ଶହୀଦ ହୋଇଛନ୍ତି। ଏହି ସମୟରେ ୩୪୨ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରାଯାଇଛି।