ସାପ ନେଲା ପ୍ରତିଶୋଧ ! ପ୍ରଥମ ଥର କାମୁଡ଼ିଲା ବଞ୍ଚିଗଲେ, ଦ୍ବିତୀୟ ଥରରେ ମୃତ୍ୟୁ
Advertisement
Article Detail0/zeeodisha/odisha1760823

ସାପ ନେଲା ପ୍ରତିଶୋଧ ! ପ୍ରଥମ ଥର କାମୁଡ଼ିଲା ବଞ୍ଚିଗଲେ, ଦ୍ବିତୀୟ ଥରରେ ମୃତ୍ୟୁ

ପ୍ରକୃତିର ଖେଳ ବି ଅତ୍ୟନ୍ତ ଅନନ୍ୟ । ଏହାକୁ ଆପଣ କଣ କହିବେ, ବ୍ୟକ୍ତିଙ୍କର ଦୁର୍ଭାଗ୍ୟ ନା  ସାପର ପୁରୁଣା ପ୍ରତିଶୋଧ (Old revenge), କାରଣ ଏକ ବିଷାକ୍ତ ସାପ ଜଣେ ବ୍ୟକ୍ତିଙ୍କୁ ୬ ଦିନ ମଧ୍ୟରେ ଦୁଇ ଥର କାମୁଡ଼ି ଦେଇଥିଲା  । ପ୍ରଥମ ଥର ଯେତେବେଳ ଏହି ସାପ ଦଂଶିଥିଲା, ବ୍ୟକ୍ତି ସାପର ବିଷ (Snake venom)ରୁ ରକ୍ଷା ପାଇ ଯାଉଥିଲେ ।

ସାପ ନେଲା ପ୍ରତିଶୋଧ ! ପ୍ରଥମ ଥର କାମୁଡ଼ିଲା ବଞ୍ଚିଗଲେ, ଦ୍ବିତୀୟ ଥରରେ ମୃତ୍ୟୁ

Snake Attack: ପ୍ରକୃତିର ଖେଳ ବି ଅତ୍ୟନ୍ତ ଅନନ୍ୟ । ଏହାକୁ ଆପଣ କଣ କହିବେ, ବ୍ୟକ୍ତିଙ୍କର ଦୁର୍ଭାଗ୍ୟ ନା  ସାପର ପୁରୁଣା ପ୍ରତିଶୋଧ (Old revenge), କାରଣ ଏକ ବିଷାକ୍ତ ସାପ ଜଣେ ବ୍ୟକ୍ତିଙ୍କୁ ୬ ଦିନ ମଧ୍ୟରେ ଦୁଇ ଥର କାମୁଡ଼ି ଦେଇଥିଲା  । ପ୍ରଥମ ଥର ଯେତେବେଳ ଏହି ସାପ ଦଂଶିଥିଲା, ବ୍ୟକ୍ତି ସାପର ବିଷ (Snake venom)ରୁ ରକ୍ଷା ପାଇ ଯାଉଥିଲେ । କିନ୍ତୁ ଦ୍ୱିତୀୟ ଥର ଚିକିତ୍ସା ସମୟରେ ପୀଡିତଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପକ୍ଷରେ ମୃତକଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି।

ଜୈସଲମେରର ଫାଲସୁଣ୍ଡ ପୋଲିସ ଷ୍ଟେସନ (Police Station) ଅଞ୍ଚଳରେ ଏହି ପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ୪୪ ବର୍ଷୀୟ ଜସାବ ଖାନଙ୍କୁ ପ୍ରାୟ ଏକ ସପ୍ତାହ ପୂର୍ବରୁ ମେହେରଙ୍ଗର ଗାଁର କର୍ମମାଲି ଧାନୀରେ ସାପ କାମୁଡ଼ିଥିଲା । ଯେତେବେଳେ ସେ ପୋକରାନରେ ଚାରି ଦିନ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ, ସତେ ଯେପରି ସାପ ଜାଣିପାରିଥିଲା କି ସେ ଯାହାକୁ ଚୋଟ ମାରିଥିଲା ସେ ବଞ୍ଚିକି ପୁଣି ଫେରିବ, ଆଉ ଅପେକ୍ଷା କରି ବସିଥିଲା ବ୍ୟକ୍ତିଙ୍କ ଫେରିବା ବାଟକୁ । ଘରକୁ ଫେରିବା ପରେ ସାପ ତାଙ୍କୁ ସେହି ଦିନ ହିଁ ପୁଣି କାମୁଡି ଦେଇଥିଲା। ପୁନର୍ବାର ପୀଡିତଙ୍କୁ ଯୋଧପୁରର ଡାକ୍ତରଖାନା (Hospital)କୁ ଚିକିତ୍ସା ପାଇଁ ନିଆଯାଇଥିଲା, ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।

ସାପ ତାଙ୍କୁ ପୁଣି କାମୁଡ଼ିଲା

ଭାନିଆନା ସୀମା ସ୍ଥିତ ଧନୀରେ ଘଟିଥିବା ଘଟଣାର ଭାନିଆନା ପୋଲିସ ତଦନ୍ତ କରୁଛି। ଏହି ଘଟଣାକୁ ନିଶ୍ଚିତ କରି ଭାନିଆନା ପୋଲିସର ଷ୍ଟେସନ ଅଧିକାରୀ ଅଶୋକ ବେନିୱାଲ କହିଛନ୍ତି ଯେ ଜୁନ୍ ୨୦ ରେ ୪୪ ବର୍ଷିୟ ଜସାବ ଖାନଙ୍କୁ ସାପ କାମୁଡ଼ି ଦେଇଥିଲା। ତାଙ୍କୁ ଚାରି ଦିନ ପୋକରାନରେ ଚିକିତ୍ସା କରାଯାଇଥିଲା, ଯେଉଁଠାରେ ତାଙ୍କ ଜୀବନ ବଞ୍ଚି ଯାଇଥିଲା। ଡିସଚାର୍ଜ ହେବା ପରେ ସେ ଘରକୁ ଫେରିବା ପରେ ସାପ ତାଙ୍କୁ ୨୬ ଜୁନରେ ପୁଣି କାମୁଡି ଦେଇଥିଲା। ସମ୍ପର୍କୀୟମାନେ ତାଙ୍କୁ ପୁନର୍ବାର ପୋକରାନ ଡାକ୍ତରଖାନାକୁ ଆଣିଥିଲେ, ଯେଉଁଠାରେ ପୀଡିତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଯୋଧପୁରକୁ ନିଆଯାଇଥିଲା ଓ ଗୁରୁବାର ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି । ଯୋଧପୁର ଡାକ୍ତରଖାନାରୁ ସୂଚନା ପାଇବା ପରେ ପୋଲିସ ଦଳ ଯୋଧପୁରରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ବ୍ୟକ୍ତିଙ୍କଠାରୁ ସାପ ବିଷ ସଂପୂର୍ଣ୍ଣ ରୂପେ ବାହାର କରି ପାରିନଥିଲା।

ଅନ୍ୟପକ୍ଷରେ ମୃତକଙ୍କ ସମ୍ପର୍କୀୟ ରାଇସ ଖାନ କହିଛନ୍ତି ଯେ ଜୁନ୍ ୨୦ ରେ ତାଙ୍କ ସମ୍ପର୍କୀୟ ଜୋସାବ ଖାନଙ୍କ ପାଦକୁ ମରୁଭୂମି ଅଞ୍ଚଳରେ ସାପ କାମୁଡ଼ି ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ପୋକରାନକୁ ଅଣାଯାଇଥିଲା। ଯେଉଁଠାରେ ତାଙ୍କୁ ୪ ଦିନ ଚିକିତ୍ସା କରାଯାଇଥିଲା ଓ ସେ ସ୍ୱାଭାବିକ ହେବା ପରେ ଡିସଚାର୍ଜ ହୋଇଥିଲେ। ମାତ୍ର ଗୋଟିଏ ଦିନ ପରେ, ଜୁନ୍ ୨୬ ରେ, ସେହି ସାପ ଘରେ ବୁଲୁଥିବା ସମୟରେ ଜୋସେବ ଖାନଙ୍କ ଅନ୍ୟ ଗୋଡକୁ କାମୁଡ଼ି ଦେଇଥିଲା। ଯେଉଁଥିପାଇଁ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇପଡିଥିଲା। କାରଣ ସାପର ବିଷ ବ୍ୟକ୍ତିଙ୍କ ଶରୀରରୁ ସମ୍ପୂର୍ଣ୍ଣ ରୂପେ ବାହାର କରାଯାଇପାରିନଥିଲା ।

ପରିବାର ଉପରେ ଦୁଃଖର ପର୍ବତ ଭାଙ୍ଗିଗଲା 

ଗୁରୁବାର ସନ୍ଧ୍ୟାରେ ପୋଷ୍ଟମର୍ଟମ (Postmortem) ପରେ ମୃତଦେହ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିଲା। ପରିବାର ସଦସ୍ୟ ମୃତଦେହକୁ ଗାଁକୁ ଆଣି ଶ୍ମଶାନରେ ଶେଷ ରୀତିନୀତି ସମ୍ପନ୍ନ କରିଥିଲେ। ମୃତକଙ୍କ ସମ୍ପର୍କୀୟ କହିଛନ୍ତି ଯେ ଜୋସେବଙ୍କ ଘରର ଅବସ୍ଥା ଅତ୍ୟନ୍ତ ଦୟନୀୟ। ତାଙ୍କ ପତ୍ନୀ, ଚାରି ଝିଅ ଏବଂ ୫ ବର୍ଷର ପୁଅ ଅଛନ୍ତି। ଘରେ ବୃଦ୍ଧା ମା ଅଛନ୍ତି ଓ ପିତାଙ୍କର ପରଲୋକ ଘଟିଛି। ଅନ୍ୟପକ୍ଷରେ, ବର୍ତ୍ତମାନ ସମ୍ପର୍କୀୟମାନେ ଘରେ ଲୁଚି ରହିଥିବା ସେହି ସାପକୁ ମାରି ଦେଇଛନ୍ତି ।

Also read- Gold Silver Price Today: ସୁନାବେଶ ପରେ କମିଲା ସୁନାଦର, ଶୀଘ୍ର କିଣନ୍ତୁ...