Short Story in Odia: ଲୋଭ ରୁ ମୃତ୍ୟୁ: ଦୁଇ ବିରାଡ଼ିଙ୍କ କଳିରେ ମାଙ୍କଡ଼ର ହେଲା ଲାଭ
Advertisement
Article Detail0/zeeodisha/odisha1623833

Short Story in Odia: ଲୋଭ ରୁ ମୃତ୍ୟୁ: ଦୁଇ ବିରାଡ଼ିଙ୍କ କଳିରେ ମାଙ୍କଡ଼ର ହେଲା ଲାଭ

Short Story In Odia: କାହାଣୀ ଶୁଣିବାକୁ କାହାକୁ ବା ଭଲ ନଲାଗେ। ବ୍ୟସ୍ତବହୁଳ ଜୀବନରେ ସମସ୍ତେ ଏବେ ଫୋନର ବ୍ୟବହାର ଅଧିକ କରୁଛନ୍ତି। ଆଉ ସେ ଜେଜେ ମା କାହାଣୀ ଶୁଣିବାକୁ ମିଳୁନି। ଏବେ ସଭିଁଏ କାହାଣୀ ପଢିବାକୁ ହେଲେ ଗୋଟିଏ କ୍ଲିକରେ ଫୋନରୁ ବୁଢୀ ମା କାହାଣୀ ସଂଗ୍ରହ କରିନେଉଛନ୍ତି। ଆଉ ଏହି ଚାହିଦାକୁ ନେଇ ଜୀ ଓଡ଼ିଶା ପରିବାର ପକ୍ଷରୁ ଏହି ସ୍ୱତନ୍ତ୍ର ପ୍ରୟାସ କରାଯାଉଛି। ଏଣିତକି ପ୍ରତିଦିନ ଏକ କୁନି କାହାଣୀକୁ ଆମେ ସ୍ଥାନ ଦେବାକୁ ଯାଉଛୁ। ପଞ୍ଚତନ୍ତ୍ର କାହାଣୀ ଠାରୁ ଆରମ୍ଭ କରି ନୀତିଶିକ୍ଷା ପର୍ଯ୍ୟନ୍ତ ସବୁ କିଛି ପାଇପାରିବେ ଗୋଟିଏ କ୍ଲିକ୍ ରେ...

Short Story in Odia: ଲୋଭ ରୁ ମୃତ୍ୟୁ: ଦୁଇ ବିରାଡ଼ିଙ୍କ କଳିରେ ମାଙ୍କଡ଼ର ହେଲା ଲାଭ

Short story in Odia: ଗୋଟିଏ ଜଙ୍ଗଲ ଥିଲା। ଏଠାରେ ସମସ୍ତ ପ୍ରକାର ବନ୍ୟଜନ୍ତୁ ଏକାଠି ରହୁଥିଲେ। ସମସ୍ତ ପ୍ରାଣୀ ଜଙ୍ଗଲର ନିୟମ ପାଳନ କରୁଥିଲେ ଏବଂ ସମସ୍ତ ପର୍ବକୁ ମିଳିମିଶି ପାଳନ କରୁଥିଲେ। ବସବାସ କରୁଥିବା ପ୍ରାଣୀମାନଙ୍କ ମଧ୍ୟରେ ଚିନି ଏବଂ ମିନି ନାମକ ଦୁଇଟି ବିଲେଇ ଥିଲେ। ସେମାନେ ବହୁତ ଭଲ ବନ୍ଧୁ ଥିଲେ। କେହି କାହାକୁ ଘଡ଼ିଏ ନଦେଖିଲେ ରହି ପାରନ୍ତି ନାହିଁ। ଅସୁସ୍ଥତାରେ ପରସ୍ପରର ଯତ୍ନ ନେବା, ଏକାଠି ବାହାରକୁ ଯିବା, ଏପରିକି ଦୁହେଁ ଏକାଠି ଖାଦ୍ୟ ଖାଉଥିଲେ। ଜଙ୍ଗଲରେ ବାସ କରୁଥିବା ସମସ୍ତ ପ୍ରାଣୀ ସେମାନଙ୍କର ବନ୍ଧୁତାକୁ ପ୍ରଶଂସା କରୁଥିଲେ।

ଗୋଟିଏ ସମୟର କଥା। ମିନିଙ୍କୁ କିଛି କାମ ପାଇଁ ବଜାରକୁ ଯିବାକୁ ପଡିଲା। କିନ୍ତୁ କୌଣସି କାରଣରୁ ଚିନି ତାଙ୍କ ସହ ଯାଇପାରିଲା ନାହିଁ। ଚିନି ଏକା ଘରେ ରହିବାକୁ ରାଜି ନଥିଲା।  ତେଣୁ ସେ କାହିଁକି ବଜାର ବୁଲି ନଯିବ ବୋଲି ଭାବିଲା। ତେଣୁ ଚିନି ବଜାର ବୁଲି ବାହାରିଲା। 

ରାସ୍ତାରେ ଯିବାବେଳେ ସେ ଗୋଟିଏ ଖଣ୍ଡେ ରୁଟି ପାଇଲା। ଏକାକୀ ରୁଟି ଖାଇବାର ଲୋଭ ତାଙ୍କ ମନରେ ଆସିଲା। ଚିନି ରୁଟି ଖଣ୍ଡକୁ ନେଇ ଘରକୁ ଆସିଲା। ସେ ଯେପରି ରୁଟି ଖଣ୍ଡ ଖାଇବାକୁ ଯାଉଥିଲା, ହଠାତ୍ ମିନି ଆସି ପହଞ୍ଚିଗଲା। ଯେତେବେଳେ ମିନି ତାଙ୍କ ହାତରେ ରୁଟି ଦେଖିଲେ, ସେ ଚିନିକୁ ପଚାରିଲେ ଯେ ଚିନି ଆମେ ତ ସବୁ କିଛି ବାଣ୍ଟିକୁଣ୍ଟି ଖାଉ ଆଉ ତୁମେ ମୋ ସହିତ ଖାଅ। ଆଜି କଣ ତୁମେ ରୁଟି ମୋତେ ଦେବ ନାହିଁ କି, ମିନି ଚିନିକୁ ପଚାରିଲା। 

ମିନିକୁ ଯେତେବେଳେ ଚିନି ଦେଖିଲେ, ସେତେବେଳେ ମନେ ମନେ ମିନିକୁ ଅଭିଶାପ ଦେବା ଆରମ୍ଭ କରିଦେଲା। ଆଉ ବିବ୍ରତ ହୋଇ କହିଲା ଆରେ ନାହିଁ ନାହିଁ, ମୁଁ ରୋଟିକୁ ଦୁଇ ଖଣ୍ଡ କରୁଥିଲି। ଫଳରେ ଆମେ ସମାନ ଭାବରେ ଖାଇପାରିବା। 

ମିନି ସବୁକିଛି ବୁଝିଗଲା ଏବଂ ତାଙ୍କ ମନରେ ମଧ୍ୟ ଲୋଭ ଆସିଯାଇଥିଲା। କିନ୍ତୁ କିଛି କହିଲା ନାହିଁ। ରୋଟି ଖଣ୍ଡ ଖଣ୍ଡ ହେବା ମାତ୍ରେ ମିନି ଚିତ୍କାର କଲା ଯେ ମୋର ଭାଗରେ କମ୍ ରୁଟି ଅଛି। ରୋଟି ଚିନି ପାଇଥିଲେ, ତେଣୁ ସେ ତାଙ୍କୁ କମ୍ ଦେବାକୁ ଚାହୁଁଥିଲେ। ତା’ପରେ ଚିନି କହିଥିଲେ ଯେ ରୁଟି ସମାନ ଭାବରେ ଦିଆଯାଇଛି।

ଏହି ବିଷୟରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଯାଇଥିଲା ଏବଂ ଧୀରେ ଧୀରେ ଏହି କଥା ସମଗ୍ର ଜଙ୍ଗଲରେ  ବସବାସ କରୁଥିବା ପ୍ରାଣୀଙ୍କ ମଧ୍ୟରେ ବ୍ୟାପିଗଲା। ମିନି ଓ ଚିନି ଝଗଡ଼ କରୁଥିବା ନେଇ ସମସ୍ତ ପ୍ରାଣୀ ତାଙ୍କୁ ଚାହିଁ ରହିଥିଲେ। ସେହି ସମୟରେ ସେଠାରେ ଏକ ମାଙ୍କଡ଼ ଆସି କହିଲା ମୁଁ ରୁଟି ସମାନ ଭାବରେ ବାଣ୍ଟିଦେବି। ମାଙ୍କଡ଼ର ଏହି ପ୍ରସ୍ତାବରେ ସମସ୍ତ ପ୍ରାଣୀ ହଁ ମାରିଲେ। 

ଇଚ୍ଛା ନଥିଲେ ମଧ୍ୟ ମିନି ଓ ଚିନି ମାଙ୍କଡ଼ କଥାରେ ହଁ ଭରିଲେ। ମାଙ୍କଡ଼ ଏକ ନିକିତି ଆଣି ରୁଟି ସମାନ ଭାଗରେ ବାଣ୍ଟିବା ପ୍ରକ୍ରିୟା ଆରମ୍ଭ କରିଦେଲା। ତେବେ ଯେଉଁ ଭାଗରେ ଅଧିକ ରହୁଥିଲା ମାଙ୍କଡ଼ ସେଥିରୁ ଟିକେ ଟିକେ ଖାଇ ଦେଉଥିଲା। ଏହା କହୁଥିଲା କି ଉଭୟ ପକ୍ଷର ସମାନ ହେବା ଜରୁରୀ। ମାଙ୍କଡ଼ ଜାଣିଶୁଣି ଅଧିକ ଅଧିକ ରୁଟି ଖାଇ ଦେଉଥିଲା। କାରଣ ଅପରପକ୍ଷର ଅଂଶର ଓଜନ ଅଧିକ ବଢିଯାଉ। 

ଏଭଳି ଖାଇ ଖାଇ ଆଉ ଅଳ୍ପ ରୁଟି ତରାଜୁରେ ବଳି ପଡ଼ିଥିଲା। ମିନି ଓ ଚିନି କହିଲେ ଥାଉ ଥାଉ, ଆମକୁ ଆମ ରୁଟି ଦେଇଦିଅ। ଆମେ ବାଣ୍ଟିକରି ଖାଇନେବୁ। ଚିନି ଓ ମିନିଙ୍କର ଏଭଳି କଥା ମାଙ୍କଡ଼ କହିଲା ଆରେ ଆରେ ମୋ ପାଉଣା ଦେବ ନାହିଁ କି। ଏତିକି କହି ବଳକା ରୁଟିକୁ ଖାଇ ଦେଇ ଡିଆଁ ମାରି ଚାଲିଗଲା। ଆଉ ମିନି ଓ ଚିନି ପରସ୍ପରକୁ ଚାହିଁ ରହିଥିଲେ। 

ନୀତିଶିକ୍ଷା: ଆମକୁ କଦାପି ଲୋଭ କରିବା ଉଚିତ ନୁହେଁ। ଆମ ପାଖରେ ଯାହା କିଛି ଅଛି, ସେଇଥିରେ ହିଁ ସନ୍ତୁଷ୍ଟ ରହିବା ଉଚିତ ଓ ହସଖୁସି ମିଳିମିଶି ରହିବା ଉଚିତ। ଲୋଭ କରିବା ଦ୍ୱାରା ଆମ ନିକଟରେ ଯାହା ସବୁ ଅଛି ତାହା ମଧ୍ୟ ଚାଲିଯିବାର ସମ୍ଭାବନା ରହିଛି।