Solar Eclipse 2023: ଆଗକୁ ଆସୁଛି ସୂର୍ଯ୍ୟପରାଗ, ଭାରତ ଉପରେ ପଡ଼ିବ କେଉଁ ପ୍ରଭାବ? ଜାଣନ୍ତୁ
Advertisement
Article Detail0/zeeodisha/odisha1640592

Solar Eclipse 2023: ଆଗକୁ ଆସୁଛି ସୂର୍ଯ୍ୟପରାଗ, ଭାରତ ଉପରେ ପଡ଼ିବ କେଉଁ ପ୍ରଭାବ? ଜାଣନ୍ତୁ

Solar Eclipse 2023 Date: ଚଳିତ ବର୍ଷ ଦୁଇଟି ସୂର୍ଯ୍ୟପରାଗ ହେବ।  ହେଲେ ଏହାର ପ୍ରଭାବ ଭାରତ ଉପରେ କ'ଣ ରହିବ ତାହା ଜାଣିବା ପାଇଁ ଆପଣ ଏହି ଖବର ପଢନ୍ତୁ।

Solar Eclipse 2023: ଆଗକୁ ଆସୁଛି ସୂର୍ଯ୍ୟପରାଗ, ଭାରତ ଉପରେ ପଡ଼ିବ କେଉଁ ପ୍ରଭାବ? ଜାଣନ୍ତୁ

Solar Eclipse 2023 India: ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଆସନ୍ତା ଆସନ୍ତା ୨୦ ତାରିଖରେ ହେବାକୁ ଯାଉଛି। ୨୦ ଅପ୍ରେଲରେ ପଡ଼ୁଥିବା ସୂର୍ଯ୍ୟପରାଗ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ହେବ। ଯାହାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଛି। ଯେପରିକି ଜୀବନ ଉପରେ ଏହି ସୂର୍ଯ୍ୟପରାଗର ପ୍ରଭାବ କ’ଣ ହେବ? ଭାରତରେ ଏହାର ପ୍ରଭାବ କ’ଣ ହେବ? ସୂର୍ଯ୍ୟପରାଗକୁ ନେଇ ଆପଣଙ୍କ ମନରେ ରହିଥିବା ସମସ୍ତ ପ୍ରଶ୍ନର ଉତ୍ତର ଆମେ ଆପଣଙ୍କୁ ଏହି ରିପୋର୍ଟ ମାଧ୍ୟମରେ ପ୍ରଦାନ କରୁଛି। ଯାହାକୁ ଆପଣଙ୍କ ମନରେ ରହିଥିବା ସମସ୍ତ ପ୍ରଶ୍ନର ଉତ୍ତର ମିଳିଯିବ। ଡେରି ନକରି ଏହି ଖବର ପଢନ୍ତୁ। 

ଭାରତରେ ସୂର୍ଯ୍ୟ ଗ୍ରହଣର ପ୍ରଭାବ
ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଅପ୍ରେଲ ୨୦ ତାରିଖ ଗୁରୁବାର ଦିନ ହେବ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଏହି ସୂର୍ଯ୍ୟପରାଗ ଗୁରୁବାର ସକାଳ ୭ଟା ୪ ମିନିଟ ସମୟରୁ ଆରମ୍ଭ ହୋଇ ମଧ୍ୟାନ୍ନ ୧୨ଟା ୨୯ ମିନିଟ ପର୍ଯ୍ୟନ୍ତ ଚାଲିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବନାହିଁ। ହେଲେ ଏହି ସୂର୍ଯ୍ୟପରାଗ ଦୃଶ୍ୟମାନ ହେଉନଥିବାରୁ ଏହା ଭାରତରେ ବୈଧ ହେବ ନାହିଁ। ଏହା ସହିତ ବର୍ଷର ଦ୍ୱିତୀୟ ତଥା ଶେଷ ସୂର୍ଯ୍ୟଗ୍ରହଣ ଅକ୍ଟୋବର ୧୪ ତାରିଖ ଶନିବାର ହେବ।

କେଉଁଠି ଦୃଶ୍ୟମାନ ହେବ ବର୍ଷର ପ୍ରଥମ ସୂର୍ଯ୍ୟପରାଗ 

  • ପ୍ରଥମ କଥା ହେଉଛି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ। ଏହି ସୂର୍ଯ୍ୟପରାଗ କାମ୍ବୋଡିଆ, ଚୀନ୍, ଆମେରିକା, ମାଇକ୍ରୋନେସିଆ, ମାଲେସିଆ, ଫିଜି, ଜାପାନ, ସାମୋଆ, ସୋଲୋମନ, ବରୁନି, ସିଙ୍ଗାପୁର, ଥାଇଲ୍ୟାଣ୍ଡ, ଆଣ୍ଟାର୍କାଟିକା, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଭିଏତନାମ, ତାଇୱାନ, ପାପୁଆ ନ୍ୟୁ ଗିନି, ଇଣ୍ଡୋନେସିଆ, ଫିଲିପାଇନ୍ସ, ଦକ୍ଷିଣ ଭାରତ ମହାସାଗର ଏବଂ ଦକ୍ଷିଣ ପ୍ରଶାନ୍ତ ମହାସଗାର ଅଞ୍ଚଳରେ ଦେଖାଯିବ।
  • ଯଦି ଆମେ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ ବିଷୟରେ ଆଲୋଚନା କରିବା, ତାହେଲେ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ ଅକ୍ଟୋବର ୧୪ ତାରିଖ ଶନିବା ଘଟିବାକୁ ଯାଉଛି। ଭାରତ ବ୍ୟତୀତ ଏହି ଚନ୍ଦ୍ର ଗ୍ରହଣ ପଶ୍ଚିମ ଆଫ୍ରିକା, ଉତ୍ତର ଆମେରିକା, ଦକ୍ଷିଣ ଭାଗରେ ଦୃଶ୍ୟମାନ ହେବ। ଏହି କାରଣରୁ ଭାରତରେ ଉଭୟ ସୂର୍ଯ୍ୟପରାଗ ମାନ୍ୟ ହେବ ନାହିଁ।

ସତର୍କତା: ଉପରୋକ୍ତ ଖବରରେ ପ୍ରଦାନ କରାଯାଇଥିବା ସୂଚନା ସାଧାରଣ ବିଶ୍ୱାସ ଏବଂ ସୂଚନା ଉପରେ ଆଧାରିତ। Zee Odisha ଏହାକୁ ସୁନିଶ୍ଚିତ କରେ ନାହିଁ।